ମୌର୍ଯ୍ୟ ଜେଣ ଟାଣୁଆ ନେତା: ଅଖିଲେଶ

ଲକ୍ଷ୍ନୌ: ନିକଟେର ବିଏସପିରୁ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିକୁ ଯାଇପାରନ୍ତି। ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ତାଙ୍କୁ ଜଣେ ଟାଣୁଆ ନେତା ବେ।ଲି ବର୍ଣ୍ଣନା କରି କହିଛନ୍ତି ସ୍ୱାମୀ ପ୍ରସାଦ ବିଏସପି ଛାଡ଼ି ଭଲ କରିଛନ୍ତି। ଅଖିଲେଶ କହିଥିଲେ ଯେ ସ୍ୱାମୀ ଜଣେ ମଜବୁତ ନେତା। ସେ ଭୁଲ୍ ଦଳରେ ଥିଲେ। ସ୍ୱାମୀ ମାୟାବତୀଙ୍କ ଉପରେ ଦଳୀୟ ଟିକଟ୍ ବିକିବା ଅଭିଯୋଗ ଲଗାଇ ପାର୍ଟିରୁ ଇସ୍ତଫା ଦେଇଥିଲେ। ଅଖିଲେଶ ଯାଦବ ଜୁନ୍ ୨୭ରେ ନିଜ ମନ୍ତ୍ରୀମଣ୍ଡଳର […]

akhilesh

Rakesh Mallick
  • Published: Thursday, 23 June 2016
  • , Updated: 25 June 2016, 01:51 PM IST

ଲକ୍ଷ୍ନୌ: ନିକଟେର ବିଏସପିରୁ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିକୁ ଯାଇପାରନ୍ତି। ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ତାଙ୍କୁ ଜଣେ ଟାଣୁଆ ନେତା ବେ।ଲି ବର୍ଣ୍ଣନା କରି କହିଛନ୍ତି ସ୍ୱାମୀ ପ୍ରସାଦ ବିଏସପି ଛାଡ଼ି ଭଲ କରିଛନ୍ତି।

ଅଖିଲେଶ କହିଥିଲେ ଯେ ସ୍ୱାମୀ ଜଣେ ମଜବୁତ ନେତା। ସେ ଭୁଲ୍ ଦଳରେ ଥିଲେ। ସ୍ୱାମୀ ମାୟାବତୀଙ୍କ ଉପରେ ଦଳୀୟ ଟିକଟ୍ ବିକିବା ଅଭିଯୋଗ ଲଗାଇ ପାର୍ଟିରୁ ଇସ୍ତଫା ଦେଇଥିଲେ।

ଅଖିଲେଶ ଯାଦବ ଜୁନ୍ ୨୭ରେ ନିଜ ମନ୍ତ୍ରୀମଣ୍ଡଳର ବିସ୍ତାର କରିବା ପାଇଁ ଯାଉଛନ୍ତି। ସ୍ୱାମୀ ଏହି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇ ପାରନ୍ତି ବେ।ଲି ଚର୍ଚ୍ଚା ହେଉଛି। ଅଖିଲେଶ ସରକାରଙ୍କ ସପ୍ତମୀ ମନ୍ତ୍ରୀମଣ୍ଡଳ ବିସ୍ତାରରେ ମୌର୍ଯ୍ୟଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ରୂପେ ଶପଥ ନେଇ ପାରନ୍ତି।

ମୁଖ୍ୟମନ୍ତ୍ରୀ ମୁକ୍ତାର ଅନସାରୀଙ୍କ ପାର୍ଟି କୌମି ଏକତା ଦଳ ସମାଜବାଦୀ ପାର୍ଟିରେ ବିଲୟ ହେବା ପ୍ରସଙ୍ଗରେ ଅଖିଳେଶ କହିଥିଲେ ଯେ ତା ଠାରୁ ବଡ଼ କଥା ହେଲା ଯେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଏସପି ଛାଡ଼ି ଚାଲି ଆସିଛନ୍ତି।

ସେ କହିଛନ୍ତି, ସାପାରେ କୌମି ଏକତା ଦଳର ବିଲୟ ପାର୍ଟିର ନିଷ୍ପତ୍ତି। ଏହା ପାର୍ଟି ଭିତରର କଥା। ପାର୍ଟି ଯାହା ବି ନିଷ୍ପତ୍ତି ନେବ, ତାକୁ ସମସ୍ତେ ମାନିବେ।

Related story