ପାକିସ୍ତାନକୁ ଦିଆଯାଇଥିବା ମୋଷ୍ଟ ଫେବର୍ଡ ନେସନ ପ୍ରସଙ୍ଗରେ ଆଜି ମୋଦିଙ୍କ ସମୀକ୍ଷା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପାକିସ୍ତାନକୁ ଦିଆଯାଇଥିବା ‘ମୋଷ୍ଟ ଫେବର୍ଡ ନେସନ’ର ସମୀକ୍ଷା କରିବେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇଛି।ଉରୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ବିରୋଧରେ ଚାରିଆଡୁ ଚାପ ପକାଇବାକୁ ଭାରତ ପ୍ରୟାସ ଚଳାଇଛି। ଆଜିର ବୈଠକରେ ଭାରତ ପାକିସ୍ତାନକୁ ଉଚିତ୍ ଜବାବ ଦେବାର ସମ୍ଭାବନା ରହିଛି। ପାକିସ୍ତାନ ସହ ଭାରତର ବ୍ୟାପାର ବିକଳ୍ପ ବ୍ୟବସ୍ଥାକୁ ନେଇ ଆଲୋଚନା ପାଇଁ ବୈଦେଶିକ ମନ୍ତ୍ରାଳୟ ଏବଂ ମିନିଷ୍ଟ୍ରି ଅଫ୍ କମର୍ସ ଆଣ୍ଡ […]

modi

Rakesh Mallick
  • Published: Thursday, 29 September 2016
  • , Updated: 29 September 2016, 03:09 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପାକିସ୍ତାନକୁ ଦିଆଯାଇଥିବା ‘ମୋଷ୍ଟ ଫେବର୍ଡ ନେସନ’ର ସମୀକ୍ଷା କରିବେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇଛି।ଉରୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ବିରୋଧରେ ଚାରିଆଡୁ ଚାପ ପକାଇବାକୁ ଭାରତ ପ୍ରୟାସ ଚଳାଇଛି। ଆଜିର ବୈଠକରେ ଭାରତ ପାକିସ୍ତାନକୁ ଉଚିତ୍ ଜବାବ ଦେବାର ସମ୍ଭାବନା ରହିଛି।

ପାକିସ୍ତାନ ସହ ଭାରତର ବ୍ୟାପାର ବିକଳ୍ପ ବ୍ୟବସ୍ଥାକୁ ନେଇ ଆଲୋଚନା ପାଇଁ ବୈଦେଶିକ ମନ୍ତ୍ରାଳୟ ଏବଂ ମିନିଷ୍ଟ୍ରି ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଫିସରଙ୍କ ସହିତ ଆଲୋଚନା ପାଇଁ ବୈଠକ ଡକାଯାଇଥିଲା। ଏହା ପୂର୍ବରୁ ମୋଦି ଜଳ ସଂପର୍କକୁ ନେଇ ମଧ୍ୟ ବୈଠକ ଡାକି ଥିବା ସମୟରେ ପାଣି ଏବଂ ରକ୍ତ ଏକା ସହ ଚାଲିପାରିବେ ନାହିଁ ବୋଲି କହିଥିଲେ। ଉରୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ଏକଘରିଆ କରିବାକୁ କୂଟନୀତି ଚାପ ପକାଉଛି। ଅର୍ଥମନ୍ତ୍ରୀ ଅର୍ଜୁନ ମେଘୱାଲଙ୍କ କହିବା ଅନୁସାରେ ଭାରତ ବାଣିଜ୍ୟ ସମ୍ପର୍କଠାରୁ ଦେଶର ସୁରକ୍ଷାକୁ ଅଧିକ ଧ୍ୟାନ ଦେଇଥାଏ। ପାକିସ୍ତାନକୁ ୧୯୯୬ରେ ଭାରତ ମୋଷ୍ଟ ଫେବର୍ଡ ନେସନର ପଦ ଦେଇଥିଲା। ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟ କରି ଭାରତ ପ୍ରଥମ ଥର ପାଇଁ ଏହାର ପୁନଃ ସମୀକ୍ଷା କରୁଛି।

Related story