ଜିଏସ୍‌ଟିର ଜନ୍ମଦାତା: ‘କର’ର କ୍ରାନ୍ତି ପଛରେ ଅଛନ୍ତି ଓଡ଼ିଆ ଅଫିସର

୧୭ ବର୍ଷର ଅବସାନ ଘଟାଇ ୧ ଜୁଲାଇରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ପାରିତ ହୋଇଛି ବହୁ ପ୍ରତିକ୍ଷୀତ ଜିଏସ୍‌ଟି ବିଲ୍। ଏହା ଫଳରେ କିଛି ଦ୍ରବ୍ୟ ଶସ୍ତା ଓ କିଛି ଜିନିଷ ମହଙ୍ଗା ହୋଇଛି। ଜିଏସ୍‌ଟିରେ କେଉଁ ଦ୍ରବ୍ୟ ଉପରେ କେତେ ପ୍ରତିଶତ ଟ୍ୟାକ୍ସ ଲାଗିବ ତାହା ସ୍ଥିର କରିବା ପାଇଁ ବଛା ବଛା ଅଫିସରଙ୍କୁ ନେଇ ଏକ ଟିମ୍ ପ୍ରସ୍ତୁତ କରିଥିଲେ ମୋଦି। ଆଉ ଏହି ଟିମ୍ ହିଁ ଜିଏସ୍‌ଟି ରୂପରେ ଦେଶବାସୀଙ୍କୁ ଦେଇଥିଲେ ଏକ […]

gst

gst

Rakesh Mallick
  • Published: Monday, 03 July 2017
  • Updated: 03 July 2017, 08:11 PM IST

Sports

Latest News

୧୭ ବର୍ଷର ଅବସାନ ଘଟାଇ ୧ ଜୁଲାଇରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ପାରିତ ହୋଇଛି ବହୁ ପ୍ରତିକ୍ଷୀତ ଜିଏସ୍‌ଟି ବିଲ୍। ଏହା ଫଳରେ କିଛି ଦ୍ରବ୍ୟ ଶସ୍ତା ଓ କିଛି ଜିନିଷ ମହଙ୍ଗା ହୋଇଛି। ଜିଏସ୍‌ଟିରେ କେଉଁ ଦ୍ରବ୍ୟ ଉପରେ କେତେ ପ୍ରତିଶତ ଟ୍ୟାକ୍ସ ଲାଗିବ ତାହା ସ୍ଥିର କରିବା ପାଇଁ ବଛା ବଛା ଅଫିସରଙ୍କୁ ନେଇ ଏକ ଟିମ୍ ପ୍ରସ୍ତୁତ କରିଥିଲେ ମୋଦି। ଆଉ ଏହି ଟିମ୍ ହିଁ ଜିଏସ୍‌ଟି ରୂପରେ ଦେଶବାସୀଙ୍କୁ ଦେଇଥିଲେ ଏକ ଆକର୍ଷଣୀୟ ଉପହାର। ଆସନ୍ତୁ ଜାଣିବା ସେହି ବଛା ବଛା ଅଫିସରଙ୍କୁ ଯେଉଁମାନେ ଥିଲେ ଜିଏସ୍‌ଟିର ପ୍ରଚ୍ଛଦପଟର ନାୟକ।

ନବୀନ କୁମାର: ଗୁଡ଼ସ୍ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ନେଟ୍‌ୱାର୍କର ଅଧ୍ୟକ୍ଷ ନବୀନ କୁମାର। ଜିଏସ୍‌ଟି ବିଲ୍ ପ୍ରସ୍ତୁତ କରିବାର ମୁଖ୍ୟ ବିନ୍ଧାଣୀ ଥିଲେ। ବିହାରର ପୂର୍ବତନ ମୁଖ୍ୟ ଶାସନ ସଚିବ ଥିବା ନବୀନଙ୍କ ଅର୍ଥନୀତି ଉପରେ ପ୍ରଗାଢ ଜ୍ଞାନ। ଜିଏସ୍‌ଟିର ନୂଆ ରୂପ ପଛରେ ତାଙ୍କର ପ୍ରଚ୍ଛନ୍ନ ହାତ ରହିଛି।

ଅରୁଣ ଜେଟଲୀ: ଜିଏସ୍‌ଟି ବିଲ୍ ପଛର ଅନ୍ୟତମ ନାୟକ ହେଉଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଜିଏସ୍‌ଟିକୁ ନେଇ ଲାଗି ରହିଥିବା ସମସ୍ତ ଆଇନଗତ ସମସ୍ୟାକୁ ସମାଧାନ କରିବାକୁ ପ୍ରାୟ ୩ ବର୍ଷ ଲାଗିଥିଲା ଜେଟଲୀଙ୍କୁ। ଯାହା ଭିତରେ ସମ୍ୱିଧାନ ସଂଶୋଧନ ପରି ଗୁରୁତ୍ୱପୂର୍ଣ୍ଣ ଆଇନ୍‌ ରହିଥିଲା। ଜେଟଲୀ ଜିଏସ୍‌ଟି କାଉନସିଲ୍‌ର ପ୍ରଥମ ଅଧ୍ୟକ୍ଷ ଭାବେ ବିଭିନ୍ନ ରାଜ୍ୟକୁ ମନାଇବାରେ ସକ୍ଷମ ହୋଇଥିଲେ।

ଶକ୍ତିକାନ୍ତ ଦାସ: ଜିଏସ୍‌ଟି ବିଲ୍ ପ୍ରସ୍ତୁତ ପାଇଁ ଗଠନ କରାଯାଇଥିବା ଟିମ୍‌ରେ ସ୍ଥାନ ପାଇଥିଲେ ଓଡିଆ ଅଫିସର ଶକ୍ତିକାନ୍ତ ଦାସ। ରାଜସ୍ୱ ଓ ଅର୍ଥନୈତିକ ବ୍ୟାପାର ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଳାଇ ସାରିଛନ୍ତି ସେ। ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ସେ ଜେଟଲୀ ଓ ସଂସଦୀୟ କମିଟି ସହ ମିଶି ଆରମ୍ଭ କରିଥିଲେ ଜିଏସ୍‌ଟି ମିଶନ୍‌। ଏହି ସମୟ ମଧ୍ୟରେ ସେ ଜିଏସ୍‌ଟିକୁ ନେଇ ରାଜ୍ୟ ଓ କେନ୍ଦ୍ର ଭିତରେ ଥିବା ବିଭିନ୍ନ ସମସ୍ୟା ବିଷୟରେ କଥା ହୋଇ ସମାଧାନର ବାଟ କାଢିଥିଲେ। ଜିଏସ୍‌ଟି ବିଲ୍‌ର ଡ୍ରାଫ୍ଟ ମଧ୍ୟ ସେ ପ୍ରସ୍ତୁତ କରିଥିଲେ।

ନଜୀବ ଶାହା: ସେଣ୍ଟ୍ରାଲ ବୋର୍ଡ ଅଫ୍ ଏକ୍ସାଇଜ ଆଣ୍ଡ କଷ୍ଟମର ପୂର୍ବତନ ଅଧ୍ୟକ୍ଷ ନଜୀବ ଶାହା। ଜିଏସ୍‌ଟି ବିଲ୍‌ର ଅନ୍ୟତମ ପୁରେଧା। ଯେତେବେଳେ ସରକାର ଜିଏସ୍‌ଟି ବିଲ୍ ବିଷୟରେ ଚିନ୍ତା କରି ନଥିଲେ ସେତେବେଳେ ନଜୀବ ପ୍ରଥମେ ଏହାର ମୂଳଦୁଆ ପକାଇଥିଲେ। ଜିଏସ୍‌ଟିରେ ବିଭିନ୍ନ ଦ୍ରବ୍ୟ ଉପରେ କେତେ ଟ୍ୟାକ୍ସ ଲାଗିବ ତାହା ନିର୍ଦ୍ଧାରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ହସମୁଖ ଆଧିଆ: ରାଜସ୍ୱ ସଚିବ ହସମୁଖ ଆଧିଆ ଜିଏସ୍‌ଟି ବିଲ୍ ପ୍ରସ୍ତୁତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜିଏସ୍‌ଟିକୁ ନେଇ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟବସାୟୀ ସଂସ୍ଥା ସହ କଥା ହୋଇ ସେମାନଙ୍କ ସମସ୍ୟାର ସମାଧାନ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ସେ।

ଅରୁଣ ଗୋୟଲ: ଜିଏସ୍‌ଟି ବିଲ୍ ପଛର ଅନ୍ୟତମ ନାୟକ ହେଉଛନ୍ତି ଅରୁଣ ଗୋୟଲ। ଉତ୍ତରାଖଣ୍ଡ କ୍ୟାଡରର ଆଇଏଏସ୍ ଅଫିସର ଅରୁଣ ଜିଏସ୍‌ଟି କାଉନସିଲର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଜିଏସ୍‌ଟି ବିଲ୍ ସମ୍ୱନ୍ଧୀୟ ସମସ୍ତ ନିୟମ କାନୁନ୍‌ର ବିଶେଷଜ୍ଞ ଭାବେ ସେ ପରିଚିତ।

ଏହାଛଡା ଉପେନ୍ଦ୍ର ଗୁପ୍ତା, ଉଦୟ ସିଂ, ଆଲୋକ ଶୁକ୍ଳା ଓ ଅମିତାଭ କୁମାରଙ୍କ ପରି ଅଫିସରଙ୍କ କଠିନ ପରିଶ୍ରମ ପାଇଁ ଜିଏସ୍‌ଟି ବିଲ୍‌ର ସଫଳ ରୂପାୟନ ସମ୍ଭବ ହୋଇପାରିଛି। ଏମାନଙ୍କ ପାଇଁ ଆଜି ଭାରତରେ ଗୋଟିଏ ଦେଶ, ଗୋଟିଏ କର ଓ ଗୋଟିଏ ବଜାରର ସ୍ୱପ୍ନ ସଫଳ ହୋଇପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story