ମହିଳାମାନେ ଆଗଧାଡ଼ିରେ ବସିବାରୁ ଭାଷଣ ନ ଦେଇ ଚାଲିଗଲେ ଧର୍ମଗୁରୁ

ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ବିର୍ଲା ଅଡିଟୋରିୟମରେ ଧର୍ମଗୁରୁ ସ୍ୱାମୀ ଜ୍ଞାନବତ୍ସଲଙ୍କ ଅଭାବନୀୟ କାଣ୍ଡ ସାମ୍ନାକୁ ଆସିଛି। ସେ ଏଠାକୁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାକୁ ଆସିଥିଲେ। ଏଥିପାଇଁ ପୂରା ଅଡିଟୋରିୟମରେ ଦର୍ଶକ ଉପସ୍ଥିତ ଥିଲେ। ହେଲେ ମହିଳାମାନେ ଦର୍ଶକ ଗ୍ୟାଲେରିର ପ୍ରଥମ ଧାଡ଼ିରେ ବସିଥିବାରୁ ଏଥିରେ ରାଗି ଯାଇ ସ୍ୱାମୀ ଜ୍ଞାବତ୍ସଲ କାର୍ଯ୍ୟକ୍ରମ ଛାଡ଼ି ଚାଲିଯାଇଥିଲେ। ସର୍ବଭାରତୀୟ ମେଡିକାଲ ଆସୋସିଏସନ୍‌ ଓ ରାଜସ୍ଥାନ ଇନ୍‌ ସର୍ଭିସ ଡକ୍ଟର ଆସୋସିଏନ୍‌ ପକ୍ଷରୁ ରାଜ-ମେଡିକନ୍‌-୨୦୧୯ ନାମକ ଏକ କାର୍ଯ୍ୟକ୍ରମର […]

wa

Hemant Lenka
  • Published: Thursday, 04 July 2019
  • , Updated: 04 July 2019, 01:45 PM IST

ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ବିର୍ଲା ଅଡିଟୋରିୟମରେ ଧର୍ମଗୁରୁ ସ୍ୱାମୀ ଜ୍ଞାନବତ୍ସଲଙ୍କ ଅଭାବନୀୟ କାଣ୍ଡ ସାମ୍ନାକୁ ଆସିଛି। ସେ ଏଠାକୁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାକୁ ଆସିଥିଲେ। ଏଥିପାଇଁ ପୂରା ଅଡିଟୋରିୟମରେ ଦର୍ଶକ ଉପସ୍ଥିତ ଥିଲେ। ହେଲେ ମହିଳାମାନେ ଦର୍ଶକ ଗ୍ୟାଲେରିର ପ୍ରଥମ ଧାଡ଼ିରେ ବସିଥିବାରୁ ଏଥିରେ ରାଗି ଯାଇ ସ୍ୱାମୀ ଜ୍ଞାବତ୍ସଲ କାର୍ଯ୍ୟକ୍ରମ ଛାଡ଼ି ଚାଲିଯାଇଥିଲେ।

ସର୍ବଭାରତୀୟ ମେଡିକାଲ ଆସୋସିଏସନ୍‌ ଓ ରାଜସ୍ଥାନ ଇନ୍‌ ସର୍ଭିସ ଡକ୍ଟର ଆସୋସିଏନ୍‌ ପକ୍ଷରୁ ରାଜ-ମେଡିକନ୍‌-୨୦୧୯ ନାମକ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା। ଏଥିରେ ସ୍ୱାମୀ ଜ୍ଞାନବତ୍ସଲ ଉଦ୍‌ବୋଧନ ଦେବାର ଥିଲା।

ସ୍ୱାମୀ ଜ୍ଞାନବତ୍ସଲଙ୍କ ପ୍ରୋଟକଲ ଅନୁଯାୟୀ, ପ୍ରଥମ ୩ଟି ଧାଡ଼ିରେ କୌଣସି ମହିଳା ଦର୍ଶକ ବସିବେ ନାହିଁ। ହେଲେ ସ୍ୱାମୀ ଯେତେବେଳେ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ, ସେତେବେଳେ ମହିଳମାନେ ଆଗଧାଡ଼ିରେ ବସିଥିବା ଦେଖିବାକୁ ପାଇଥିଲେ।

ଏହି ସମୟରେ ସେ କାର୍ଯ୍ୟକ୍ରମର ଆୟୋଜନ କରୁଥିବା କର୍ତ୍ତୃପକ୍ଷଙ୍କୁ ମହିଳାମାନଙ୍କୁ ପ୍ରଥମ ୩ଟି ଧାଡ଼ି ଖାଲି କରିବାକୁ ଘୋଷଣା କରିବାକୁ କହିଥିଲେ। କର୍ତ୍ତୃପକ୍ଷ ମଧ୍ୟ ଏଭଳି ଘୋଷଣା କରିଥିଲେ। ତେବେ କିଛି ମହିଳା ଏହାକୁ ଶୁଣି ନଥିଲେ। ଶେଷରେ ସ୍ୱାମୀ ଜ୍ଞାନବତ୍ସଲ ରାଗି ଯାଇ ସେଠାରୁ ଚାଲି ଯାଇଥିଲେ। ସ୍ୱାମୀ ଜ୍ଞାନବତ୍ସଲଙ୍କ ଏଭଳି ନିଷ୍ପତ୍ତିକୁ ମହିଳା ଡାକ୍ତରମାନେ ତୀବ୍ର ନିନ୍ଦା କରିଛନ୍ତି।

Related story