ଦମଦାର ଫିଚର ସହ ଆସିଲା ଦୁଇଟି ଫୋନ୍‌

ନୂଆଦୀଲ୍ଲୀ: ମୋଟୋରୋଲା କମ୍ପାନୀ Moto G6 ଓ Moto G6 Play ଫୋନ୍‌ ଭାରତୀୟ ବଜାରରେ ଲଞ୍ଚ କରିଛି। ଏହାର ମୂଲ୍ୟ ଯଥାକ୍ରମେ ୧୩,୯୯୯ ଓ ୧୧,୯୯୯ ଟଙ୍କା ରଖାଯାଇଛି। ଗ୍ରାହକ Moto G6 ମୋବାଇଲ୍‌ଟିକୁ ଆମାଜୋନ୍‌ରେ କିଣି ପାରିବେ। ସେହିଭଳି G6 Play ମୋବାଇଲ୍‌ଟି ଫ୍ଲିପ୍‌କାର୍ଟରେ ବିକ୍ରି ହେଉଛି। କ’ଣ ରହିଛି ଅଫର୍‌ କମ୍ପାନୀ Moto G6 ମୋବାଇଲ୍‌ ଲଞ୍ଚ କରିବା ସହିତ କେତେଗୁଡ଼ିଏ ଅଫର ମଧ୍ୟ ଦେଉଛି। ଯଦି ଆପଣ HDFC ବ୍ୟାଙ୍କର ଡେବିଟ୍‌ […]

moto

moto

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 08:49 PM IST

Sports

Latest News

ନୂଆଦୀଲ୍ଲୀ: ମୋଟୋରୋଲା କମ୍ପାନୀ Moto G6 ଓ Moto G6 Play ଫୋନ୍‌ ଭାରତୀୟ ବଜାରରେ ଲଞ୍ଚ କରିଛି। ଏହାର ମୂଲ୍ୟ ଯଥାକ୍ରମେ ୧୩,୯୯୯ ଓ ୧୧,୯୯୯ ଟଙ୍କା ରଖାଯାଇଛି। ଗ୍ରାହକ Moto G6 ମୋବାଇଲ୍‌ଟିକୁ ଆମାଜୋନ୍‌ରେ କିଣି ପାରିବେ। ସେହିଭଳି G6 Play ମୋବାଇଲ୍‌ଟି ଫ୍ଲିପ୍‌କାର୍ଟରେ ବିକ୍ରି ହେଉଛି।
କ’ଣ ରହିଛି ଅଫର୍‌
କମ୍ପାନୀ Moto G6 ମୋବାଇଲ୍‌ ଲଞ୍ଚ କରିବା ସହିତ କେତେଗୁଡ଼ିଏ ଅଫର ମଧ୍ୟ ଦେଉଛି। ଯଦି ଆପଣ HDFC ବ୍ୟାଙ୍କର ଡେବିଟ୍‌ କାର୍ଡରେ ଏହି ଫୋନ୍‌ଟି କିଣନ୍ତି, ତେବେ ୧୨୫୦ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ପାଇପାରିବେ। ଏହାସହ ୯ ମାସ ପର୍ଯ୍ୟନ୍ତ ନୋ-କଷ୍ଟ EMI ର ବିକଳ୍ପ ମିଳିବ। କିନ୍ତୁ ଏହି ଅଫର କେବଳ ୬ ଜୁନ ପର୍ଯ୍ୟନ୍ତ ରହିଛି।
motoସେହିଭଳି Moto G6 Play ମୋବାଇଲ୍‌ଟି ICICI ବ୍ୟଙ୍କର କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡରେ କିଣିଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ମିଳିବ। ଏହାସହ ଏକ୍ସଚେଞ୍ଜ ଅଫର ଓ ବାଏବ୍ୟାକ୍‌ ଅଫର ରହିଛି।
Moto G6 ଓ G6 Play ଦେଖିବାକୁ ଏକାପରି। ଉଭୟ ମୋବାଇଲ୍‌ର ଡିସ୍‌ପ୍ଲେରେ ୧୮:୯ ଏସ୍‌ପେକ୍ଟ ରେସିଓ ଦିଆଯାଇଛି। ଏହାର ଡିସ୍‌ପ୍ଲେ ବେଜଲ୍ସ ଅନେକ ପତଳା। G6 ମୋବାଇଲ୍‌ ପଛରେ ଗୋରିଲା ଗ୍ଲାସ ଦିଆଯାଇଛି।
motoMoto G6 ମୋଡେଲରେ ୫.୭ ଇଞ୍ଚର ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ Qualcomm snapdragon ୪୫୦ ପ୍ରୋସେସର ଦିଆଯାଇଛି। ଏହା ବଜାରରେ ଦୁଇ ପ୍ରକାରର ମେମୋରୀ ଭେରିଏଣ୍ଟରେ ଉପଲବ୍ଧ ହେବ। ଗୋଟିଏ 3GB ରାମ୍ ଓ 32GB ଇଣ୍ଟରନାଲ ମୋମୋରୀ, ଅନ୍ୟଟି 4GB ରାମ ସହିତ 64GB ଇଣ୍ଟରନାଲ ମୋମୋରୀ ରହିଛି।
4GB ମୋବାଇଲ୍‌ କିଣିବା ପାଇଁ ଗ୍ରାହକଙ୍କୁ ୧୫,୯୯୯ ଟଙ୍କା ଦେବାକୁ ପଡ଼ିବ। ଏହି ସ୍ମାର୍ଟଫୋନର୍ ଫ୍ରଣ୍ଟରେ ଫିଙ୍ଗର ପ୍ରିଣ୍ଟ ସୁବିଧା ସହ କନେକ୍ଟିଭିଟି ପାଇଁ USB Type C ସୁବିଧା ଦିଆଯାଇଛି।
motoଫଟୋଗ୍ରାଫି ପାଇଁ Moto G6 ରେ ଡୁଆଲ ରିୟର କ୍ୟାମେରା ଦିଆଯାଇଛି। ଗୋଟିଏ କ୍ୟାମେରା ୧୨ ମେଗାପିକ୍ସେଲ ଓ ଅନ୍ୟଟି ୫ ମେଗାପିକ୍ସେଲର ରହିଛି। ସେହିଭଳି ସେଲ୍‌ଫି ପାଇଁ ୧୬ ମେଗାପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।
Moto G6 Play ମୋବାଇଲ୍‌ରେ ୫.୭ ଇଞ୍ଚର ଡିସ୍‌ପ୍ଲେ ରହିଛି। ଏହା ସମ୍ପୂର୍ଣ୍ଣ ଏଚ୍‌ଡି ଡିସ୍‌ପ୍ଲେ। ଏଥିରେ Qualcomm snapdragon ୪୩୦ ପ୍ରୋସେସର ଦିଆଯାଇଛି। ମୋବାଇଲ୍‌ଟି ଆଣ୍ଡ୍ରଏଡ୍‌ ୮.୦ ଓରିଓ ଅପରେଟିଂ ସିଷ୍ଟିମରେ ଚାଲିବ। ଏଥିରେ 3GB ରାମ ଓ 32GB ଫୋନ୍‌ ମେମୋରୀ ରହିଛି। ଏହାର 4,000mAh ବିଶିଷ୍ଟ ଦମଦାର ବ୍ୟାଟେରୀ ଦିଆଯାଇଛି। ଫଟୋଗ୍ରାଫି ପାଇଁ ବ୍ୟାକ୍‌ କ୍ୟାମେରା ୧୩  ଓ ଫ୍ରଣ୍ଟରେ ୮ ମେଗାପିକ୍ସେଲ କ୍ୟାମେରା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story