ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ଆଇଏମ୍‌ଡି ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ଖ୍ୟାତନାମା ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(IMD)ର ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ସେ ପାଇଲିନ୍‌, ହୁଡ୍‌ହୁଡ୍‌, ତିତଲି ଏବଂ ଫୋନି ବାତ୍ୟା ଆସିବା ସମୟରେ ତାଙ୍କ ଟିମ୍‌ ଲ୍ୟାଣ୍ଡଫଲର ସ୍ଥାନ ଓ ସମୟ ତଥା ପବନର ବେଗ ସମ୍ପର୍କରେ ସଠିକ ଆକଳନ କରିଥିଲେ। ଫଳରେ ସେହି ସବୁ ବାତ୍ୟାରେ ଧନଜୀବନ ହାନିକୁ ରୋକିବା ସମ୍ଭବ ହୋଇପାରିଥିଲା। ସେ ଅଗଷ୍ଟ ପହିଲାରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ସେ ଆସନ୍ତା ୫ […]

mrutynjay-Mahaptra-imd

Subrat Kumar Nayak
  • Published: Tuesday, 04 June 2019
  • , Updated: 04 June 2019, 06:50 PM IST

ନୂଆଦିଲ୍ଲୀ: ଖ୍ୟାତନାମା ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(IMD)ର ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ସେ ପାଇଲିନ୍‌, ହୁଡ୍‌ହୁଡ୍‌, ତିତଲି ଏବଂ ଫୋନି ବାତ୍ୟା ଆସିବା ସମୟରେ ତାଙ୍କ ଟିମ୍‌ ଲ୍ୟାଣ୍ଡଫଲର ସ୍ଥାନ ଓ ସମୟ ତଥା ପବନର ବେଗ ସମ୍ପର୍କରେ ସଠିକ ଆକଳନ କରିଥିଲେ। ଫଳରେ ସେହି ସବୁ ବାତ୍ୟାରେ ଧନଜୀବନ ହାନିକୁ ରୋକିବା ସମ୍ଭବ ହୋଇପାରିଥିଲା।

ସେ ଅଗଷ୍ଟ ପହିଲାରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ସେ ଆସନ୍ତା ୫ ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ।

ସେ ତାଙ୍କର ନୂଆ ଦାୟିତ୍ୱ ବାବଦରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଜି ଯେଉଁ ସଫଳତା ପାଉଛି ସେ ସମସ୍ତଙ୍କୁ ଶ୍ରେୟ ଦେବି ଯେଉଁମାନେ ମୋତେ ଏ ସ୍ଥିତିରେ ପହଞ୍ଚିବା ପାଇଁ ସାହାଯ୍ୟ କରିଛନ୍ତି। ତାଙ୍କ ବାପା, ମା’, ଶୁଭେଚ୍ଛୁ, ବନ୍ଧୁବାନ୍ଧବ, ସହକର୍ମୀ ଏବଂ ସମଗ୍ର ଓଡ଼ିଶାବାସୀଙ୍କ ଶୁଭେଚ୍ଛା ତାଙ୍କ ସହିତ ଅଛି ବୋଲି ସେ କହିଛନ୍ତି। ଏକ ନିପଟ ଓଡ଼ିଆ ଗାଁରୁ ଆସି ଏହି ସଫଳତା ନିଶ୍ଚୟ ବଡ଼ କଥା ବୋଲି ସେ କହିଛନ୍ତି। ସେ ଏହି ଅବସରରେ କହିଛନ୍ତି ଓଡ଼ିଶା ଭାରତର ପାଣିପାଗ ଗେଟ୍‌ ୱେ।

ନୂତନ ଦାୟିତ୍ୱ ନେବାପରେ ବିପର୍ଯ୍ୟୟର ସଠିକ ଆକଳନ କରି ବହୁଦିନ ଆଗରୁ ଲୋକଙ୍କୁ ଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଆଇଏମ୍‌ଡିର ଆଧୁନିକୀକରଣ ହୋଇଛି ଏବଂ ଆଗକୁ ମଧ୍ୟ ଏ ଦିଗରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ପାଣିପାଗ ଆକଳନରେ ସମସଗ୍ର ବିଶ୍ୱରେ ଭାରତୀୟ ପାଣିପାଗ କେନ୍ଦ୍ର ସ୍ୱତନ୍ତ୍ର ସ୍ଥାନ ହାସଲ ଦିଗରେ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି। ସେ ସର୍ବଭାରତୀୟ ଦାୟିତ୍ୱରେ ଥିଲେ ମଧ୍ୟ ବିଭିନ୍ନ ବିପର୍ଯ୍ୟୟ ସମୟରେ ଓଡ଼ିଆରେ ବିବରଣୀ ଦେଇ ଓଡ଼ିଶା ସହିତ ଟିଭି ଜରିଆରେ ଯୋଡ଼ି ହୋଇ ରହିଥିଲେ।

ଓଡ଼ିଶାର ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱରରେ ଜନ୍ମିତ ଶ୍ରୀଯୁକ୍ତ ମହାପାତ୍ର ଆଇଆଇଟି ଦିଲ୍ଲୀର ଛାତ୍ର। ସେ ଘଣ୍ଟେଶ୍ୱରସ୍ଥିତ ଏସି ହାଇସ୍କୁଲରେ ପାଠ ପଢ଼ିଥିଲେ। ତାଙ୍କ ନିଯୁକ୍ତି ବାବଦରେ ଜାଣିବା ପରେ ତାଙ୍କ ଜନ୍ମସ୍ଥାନ ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି।

Related story