ଚାଷୀଙ୍କ ସହ ଆଲୋଚନା ପରେ କ’ଣ କହିଲେ କୃଷିମନ୍ତ୍ରୀ

ନୂଆଦିଲ୍ଲୀ: ଚାଷୀଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପୁଣି ବିଫଳ ହୋଇଛି। ଚାଷୀମାନେ ନୂଆ କୃଷି ଆଇନ ଉଚ୍ଛେଦ ଦାବିରେ ଅଟଳ ରହିବାକୁ କେନ୍ଦ୍ର ସରକାର ୯ ତାରିଖରେ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଚାଷୀମାନେ ୮ ତାରିଖରେ ଭାରତ ବନ୍ଦ ପାଳନ କରିବେ। ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଆମେ ବୈଠକରେ ଚାଷୀଙ୍କୁ କହିଥିଲୁ ଯେ ଏମଏସପି ପୂର୍ବଭଳି ରହିବ। ଏମଏସପି ପ୍ରତି କୌଣସି […]

i

Hemant Lenka
  • Published: Saturday, 05 December 2020
  • , Updated: 05 December 2020, 08:43 PM IST

ନୂଆଦିଲ୍ଲୀ: ଚାଷୀଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପୁଣି ବିଫଳ ହୋଇଛି। ଚାଷୀମାନେ ନୂଆ କୃଷି ଆଇନ ଉଚ୍ଛେଦ ଦାବିରେ ଅଟଳ ରହିବାକୁ କେନ୍ଦ୍ର ସରକାର ୯ ତାରିଖରେ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଚାଷୀମାନେ ୮ ତାରିଖରେ ଭାରତ ବନ୍ଦ ପାଳନ କରିବେ।

ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଆମେ ବୈଠକରେ ଚାଷୀଙ୍କୁ କହିଥିଲୁ ଯେ ଏମଏସପି ପୂର୍ବଭଳି ରହିବ। ଏମଏସପି ପ୍ରତି କୌଣସି ବିପଦ ନାହିଁ। ଏମଏସପି ଥିଲା, ରହିଛି ଓ ରହିବ। ଏହାକୁ ସନ୍ଦେହ କରିବା ମୂଲ୍ୟହୀନ। ତଥାପି ଯଦି କେହି ସନ୍ଦେହ କରୁଛି, ତା’ହେଲେ ଏହାକୁ ସମାଧାନ କରିବାକୁ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି।

ଚାଷୀ ୟୁନିୟନ ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଥିବା ପ୍ରସଙ୍ଗରେ ଶ୍ରୀ ତୋମାର କହିଛନ୍ତି, “ୟୁନିୟନର କାର୍ଯ୍ୟକ୍ରମ ଉପରେ ମୁଁ କୌଣସି ପ୍ରତିକ୍ରିୟା ଦେବିନାହିଁ। ମୁଁ କେବଳ ଚାଷୀଙ୍କୁ କହିବି ଯେ ସେମାନେ ଆନ୍ଦୋଳନର ରାସ୍ତା ଛାଡ଼ି ଆଲୋଚନାର ବାଟ ଆପଣାନ୍ତୁ। ବୈଠକରେ ଚାଷୀଙ୍କର ସବୁ ଦାବି ଶୁଣାଯିବ ବୋଲି ସେମାନଙ୍କୁ କୁହାଯାଇଛି।

ଚାଷୀ ନେତାଙ୍କ ଠାରୁ ପ୍ରସ୍ତାବ ପାଇଲେ, ଆମକୁ ସମସ୍ୟା ସମାଧାନ ପାଇଁ ସହଜ ହେବ। କରୋନା ସଂକ୍ରମଣ ଓ ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ଚାଷୀମାନେ ସେମାନଙ୍କ ପିଲା, ମହିଳା ଓ ବୟସ୍କମାନଙ୍କୁ ଘରକୁ ପଠାଇ ଦିଅନ୍ତୁ। ଚାଷୀଙ୍କ ଦାବି ପୂରଣ କରିବାକୁ ସରକାର ପ୍ରସ୍ତୁତ।”

Related story