ଜେଲ୍‌ରୁ ଫେରାର ହୋଇ ପୂଜକ ପାଲଟି ଯାଇଥିଲା ହତ୍ୟାକାରୀ, ୧୪ ବର୍ଷ ପରେ ଧରା ପଡ଼ିଲା

ଚଣ୍ଡିଗଡ଼: ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ସଜ୍ଜା ପାଇଥିବା ଜଣେ କଏଦୀ ପାରୋଲ୍‌ ଆସି ଫେରାର ହୋଇଯାଇଥିଲା। ସେ ଏକ ମନ୍ଦିରରେ ପୂଜକ ସାଜି ରହିଥିଲା। ପୁଲିସ୍‌କୁ ଏ ସଂପର୍କରେ ସୂଚନା ମିଳିବା ପରେ ତାକୁ ଗିରଫ କରିଛି। ତେବେ ତାକୁ ଧରିବାକୁ ପୁଲିସ୍‌କୁ ୧୪ ବର୍ଷ ଲାଗିଗଲା। ଘଟଣାଟି ପଞ୍ଜାବର। ଗିରଫ ବ୍ୟକ୍ତିଙ୍କ ନାଁ ସତ୍‌ପାଲ୍‌ ଓରଫ୍ ପାଲା। ତା ଘର ଅଲୀପୁରା ଗାଁରେ। ତାକୁ ମୋଗା ଜିଲ୍ଲାରୁ ଗିରଫ […]

detainedarrested

detainedarrested

Jitendra Garnayak
  • Published: Tuesday, 16 October 2018
  • Updated: 16 October 2018, 09:36 AM IST

Sports

Latest News

ଚଣ୍ଡିଗଡ଼: ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ସଜ୍ଜା ପାଇଥିବା ଜଣେ କଏଦୀ ପାରୋଲ୍‌ ଆସି ଫେରାର ହୋଇଯାଇଥିଲା। ସେ ଏକ ମନ୍ଦିରରେ ପୂଜକ ସାଜି ରହିଥିଲା। ପୁଲିସ୍‌କୁ ଏ ସଂପର୍କରେ ସୂଚନା ମିଳିବା ପରେ ତାକୁ ଗିରଫ କରିଛି। ତେବେ ତାକୁ ଧରିବାକୁ ପୁଲିସ୍‌କୁ ୧୪ ବର୍ଷ ଲାଗିଗଲା।

ଘଟଣାଟି ପଞ୍ଜାବର। ଗିରଫ ବ୍ୟକ୍ତିଙ୍କ ନାଁ ସତ୍‌ପାଲ୍‌ ଓରଫ୍ ପାଲା। ତା ଘର ଅଲୀପୁରା ଗାଁରେ। ତାକୁ ମୋଗା ଜିଲ୍ଲାରୁ ଗିରଫ କରାଯାଇଛି। ସେ ସେଠାରେ ଏକ ଗାଁରେ ମନ୍ଦିରରେ ପୂଜକ ହୋଇ ରହିଥିଲା।

ଉଚାନା ଥାନା ଅଧିକାରୀ ରାଜକୁମାର କହିଛନ୍ତି,“୨୦୦୨ ମସିହା ନଭେମ୍ୱର ୨୬ ତାରିଖରେ ସତପାଲ୍ ଓ ତାଙ୍କର ୯ ଜଣ ସାଥୀ ମିଶି ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ପୁରୁଣା ପାରିବାରିକ ଝଗଡ଼ାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା।”

୨୦୦୪ରେ କୋର୍ଟ ସତ୍‌କାଲ୍ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ଘୋଷଣା କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ୨୦୦୪ ନଭେମ୍ୱର ୫ ତାରିଖରେ ସତ୍‌ପାଲ୍‌ ୬ ସପ୍ତାହ ପାଇଁ ପାରୋଲ୍‌ରେ ତା ଗାଁକୁ ଯାଇଥିଲା। ସେ ଡିସେମ୍ୱର ୧୮ରେ ପୁଣି ଥରେ ଜେଲ୍କୁ ଫେରିବାର ଥିଲା। କିନ୍ତୁ ସେ ଆଉ ଫେରି ନଥିଲା। ସେ ଫେରାର୍ ହୋଇଯାଇଥିଲା। ପୁଲିସ୍ ସତପାଲ୍‌କୁ ଚାରି ଆଡ଼େ ଖୋଜାଖୋଜି କରିଥିଲା, କିନ୍ତୁ ପାଇ ନଥିଲା। ସତ୍‌ପାଲ୍‌କୁ ଧରାଇ ଦେଲେ ପୁରସ୍କାର ଦିଆଯିବ ବୋଲି ମଧ୍ୟ ପୁଲିସ୍ ଘୋଷଣା କରିଥିଲା।

ନିକଟରେ ପୁଲିସ୍ ଏକ ବିଶେଷ ସୁତ୍ରରୁ ଖବର ପାଇ ଥିଲା ଯେ, ସତ୍‌ପାଲ୍ ଏକ ମନ୍ଦିରରେ ପୂଜକ ଭାବେ କାମ କରୁଛି। ଏହାପରେ ପୁଲିସ୍‌ର ଏକ ଟିମ୍ ସେହି ମନ୍ଦିରକୁ ଯାଇ ସତ୍‌ପାଲକୁ କାବୁ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story