କରୋନା ପାଇଁ ଖସିଲେ ଅମ୍ୱାନୀ ଉଠିଲେ ଜ୍ୟାକ୍ ମା

ନୂଆଦିଲ୍ଲୀ: ଏସିଆର ଶୀର୍ଷ ଧନୀ ବ୍ୟକ୍ତିଙ୍କ ଟ୍ୟାଗ ହରାଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ। ତାଙ୍କ ସ୍ଥାନ ନେଇଛନ୍ତି ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍ ମା। କରୋନା ଭାଇରସ୍ ଏବଂ ତେଲର ମୂଲ୍ୟ ହ୍ରାସ ହେବା ପରେ ଷ୍ଟକ୍ ମାର୍କେଟରେ ଆରଆଇଏଏଲର ଶେୟାର ମୂଲ୍ୟ ହ୍ରାସ ପାଇଛି। ଏହାପରେ ତାଙ୍କର ସମ୍ପତ୍ତି ମୂଲ୍ୟ ହ୍ରାସ ପାଇଛି। ମୁକେଶଙ୍କ ଆରଆଇଏଲର ଶେୟାର ମୂଲ୍ୟ ହ୍ରାସ ପାଇ ଏବେ ୫.୮ ବିଲିୟନ ଡଲାରରେ ପହଞ୍ଚିଛି। ପୂର୍ବରୁ କିନ୍ତୁ […]

mukesh ambani- jack ma

Subhransu Sekhar
  • Published: Wednesday, 11 March 2020
  • , Updated: 11 March 2020, 05:43 PM IST

ନୂଆଦିଲ୍ଲୀ: ଏସିଆର ଶୀର୍ଷ ଧନୀ ବ୍ୟକ୍ତିଙ୍କ ଟ୍ୟାଗ ହରାଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ। ତାଙ୍କ ସ୍ଥାନ ନେଇଛନ୍ତି ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍ ମା। କରୋନା ଭାଇରସ୍ ଏବଂ ତେଲର ମୂଲ୍ୟ ହ୍ରାସ ହେବା ପରେ ଷ୍ଟକ୍ ମାର୍କେଟରେ ଆରଆଇଏଏଲର ଶେୟାର ମୂଲ୍ୟ ହ୍ରାସ ପାଇଛି। ଏହାପରେ ତାଙ୍କର ସମ୍ପତ୍ତି ମୂଲ୍ୟ ହ୍ରାସ ପାଇଛି।

ମୁକେଶଙ୍କ ଆରଆଇଏଲର ଶେୟାର ମୂଲ୍ୟ ହ୍ରାସ ପାଇ ଏବେ ୫.୮ ବିଲିୟନ ଡଲାରରେ ପହଞ୍ଚିଛି। ପୂର୍ବରୁ କିନ୍ତୁ ଅମ୍ୱାନୀଙ୍କ ଶେୟାର ମୂଲ୍ୟ ୪୧.୮ ବିଲିଅନ ଡଲାର ରହିଥିଲା। ଏବେ ଆଲିବାବାର ପ୍ରତିଷ୍ଠାତା ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଜ୍ୟାକ୍ ମାଙ୍କର ଶେୟାର ମୂଲ୍ୟ ୪୪.୫ ବିଲିୟନ ଡ଼ଲାର ରହିଛି।

୪୪.୫ ବିଲିୟନ ଡଲାର୍ (୩.୧୧ ଲକ୍ଷ କୋଟି) ସମ୍ପତ୍ତି ସହିତ ଆଲିବାବାର ଜ୍ୟାକ୍ ମା ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି। ଯାହାକି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିଠାରୁ ୨.୬ ବିଲିୟନ ଡ଼ଲାର୍ (୧୮,୨୦୦ କୋଟି) ଅଧିକ। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଚାଇନାର ଶିଳ୍ପପତି ଜ୍ୟାକ୍ ମା ୪୪.୫ ବିଲିୟନ ଡ଼ଲାରର ସମ୍ପତ୍ତି ସହ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିବାବେଳେ ଏହି ତାଲିକାରେ ଭାରତର ମୁକେଶ ଅମ୍ବାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ବିଶ୍ୱ ବଜାରରେ ତେଲର ମୂଲ୍ୟ ହ୍ରାସ ପାଇବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମାଲିକ ମୁକେଶ ଅମ୍ବାନୀଙ୍କ ନେଟ୍ ମୂଲ୍ୟ ଉପରେ ପ୍ରଭାବ ପକାଇଛି। ଯାହାକି ଶେୟାର ବଜାରରେ ମୁକେଶ ଅମ୍ବାନୀଙ୍କ କମ୍ପାନୀକୁ ଝଟକା ଦେଇଛି। ଷ୍ଟକ୍ କମ୍ପାନୀରେ ଏଭଳି ଝଟକା ଖାଇବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୧୨ ବର୍ଷରେ ସବୁଠାରୁ କ୍ଷତିରେ ପଡ଼ିଛି। ଆରଆଇଏଲର ଶେୟାର ମୂଲ୍ୟ ପ୍ରାୟ ୧୩% ହ୍ରାସ ପାଇଛି ଏବଂ ଏହା ସାତ ମାସ ମଧ୍ୟରେ ସବୁଠାରୁ ନିମ୍ନ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବଜାର କ୍ୟାପ୍ ମଧ୍ୟ ୧୦ ଲକ୍ଷ କୋଟିରୁ ୭ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି।

ଆଲିବାବା ଗ୍ରୁପ୍ ହୋଲ୍ଡିଂ ଲିମିଟେଡର ପ୍ରତିଷ୍ଠାତା ଏସିଆର ସବୁଠାରୁ ଧନୀ ଶିଳ୍ପଉଦ୍ୟୋଗୀ ହୋଇଛନ୍ତି। ଜ୍ୟାକ୍ ମାଙ୍କର ନିଟ୍ ମୂଲ୍ୟ ୪୪.୫ ବିଲିୟନ ଡ଼ଲାର୍ ଯାହା ତାଙ୍କୁ ଏସିଆର ସବୁଠାରୁ ଧନୀ ବ୍ୟକ୍ତି କରିଛି।

Related story