ବାଦ ପଡ଼ିଲେ ରାମ ମାଧବ, ତେଜସ୍ୱୀ ଯୁବମୋର୍ଚ୍ଚା ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଆଜି ଦଳୀୟ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ରାମ ମାଧବଙ୍କୁ ବାଦ ଦିଆଦାଇଛି। ଏଣିକି ରାମ ମାଧବ ଆଉ ଦଳର ସାଧାରଣ ସମ୍ପାଦକ ନୁହନ୍ତି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟିମ୍‌ରେ କୌଣସି ପ୍ରକାରର ଦାୟିତ୍ୱ ରାମ ମାଧବଙ୍କୁ ନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାମ ମାଧବଙ୍କ ବ୍ୟତୀତ ମୁରଲୀଧର ରାଓ, ସାରୋଜ ପାଣ୍ଡେ ଓ ଅନୀଲ ଜୈନଙ୍କୁ […]

f

Hemant Lenka
  • Published: Saturday, 26 September 2020
  • , Updated: 26 September 2020, 06:22 PM IST

ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଆଜି ଦଳୀୟ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ରାମ ମାଧବଙ୍କୁ ବାଦ ଦିଆଦାଇଛି। ଏଣିକି ରାମ ମାଧବ ଆଉ ଦଳର ସାଧାରଣ ସମ୍ପାଦକ ନୁହନ୍ତି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟିମ୍‌ରେ କୌଣସି ପ୍ରକାରର ଦାୟିତ୍ୱ ରାମ ମାଧବଙ୍କୁ ନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରାମ ମାଧବଙ୍କ ବ୍ୟତୀତ ମୁରଲୀଧର ରାଓ, ସାରୋଜ ପାଣ୍ଡେ ଓ ଅନୀଲ ଜୈନଙ୍କୁ ମଧ୍ୟ ଜେପି ନଡ୍ଡା ସାଧାରଣ ସମ୍ପାଦକ ପଦରୁ ବିଦା କରି ଦେଇଛନ୍ତି। ଦଳ ପକ୍ଷରୁ ଜାତୀୟ ସାଧାରଣ ସମ୍ପାଦକ ଭାବେ ୮ ଜଣଙ୍କୁ ନିଯୁକ୍ତି ମିଳିଛି। ସେମାନେ ହେଲେ – ଭୂପିନ୍ଦର ଯାଦବ, ଅରୁଣ ସିଂ, କୈଳାସ ବିଜୟବର୍ଗୀୟ, ଦୁଷ୍ୟନ୍ତ କୁମାର ଗୌତମ, ଡି ପୁରନ୍ଦେଶ୍ୱରୀ, କର୍ଣ୍ଣାଟକାର ପର୍ଯ୍ୟଟନ ମନ୍ତ୍ରୀ ସିଟି ରବି, ତରୁଣ ଚୁଙ୍ଗ ଓ ଦିଲ୍ଲୀପ ସାଇକିଆଙ୍କୁ ସାମିଲ କରାଯାଇଛି।

ସାଧାରଣ ସମ୍ପାଦକ ପଦରୁ ରାମ ମାଧବ ବିଦା ହୋଇଥିଲେ ହେଁ ନୂଆ କାର୍ଯ୍ୟକର୍ତ୍ତା ଓ ବିଶେଷ କରି ନୂଆ ସାଧାରଣ ସମ୍ପାଦକମାନଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପକ୍ଷରେ ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିବା ତେଜସ୍ୱୀ ସୂର୍ଯ୍ୟାଙ୍କୁ ଦଳ ପକ୍ଷରୁ ଯୁବମୋର୍ଚ୍ଚାର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ସେହିପରି କେ ଲକ୍ଷ୍ମଣଙ୍କୁ ଓବିସି ମୋର୍ଚ୍ଚା ଓ ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ ଜମାଲ ସିଦ୍ଦିକଙ୍କୁ ନିଯୁକ୍ତ କରାଯାଇଛି। ଦଳର ଅନୁସୂଚିତ ଜାତି ମୋର୍ଚ୍ଚାର ନେତୃତ୍ୱ ଲାଲ ସିଂହ ଆର୍ଯ୍ୟ ଓ ଅନୁସୂଚିତ ଜନଜାତିର ନେତୃତ୍ୱ ସାମିର ଓରାଓଁ ନେବେ। କୃଷକ ମୋର୍ଚ୍ଚାର ସଭାପତି ଭାବେ ସାଂସଦ ରାଜକୁମାର ଚହଁର, ଆଇଟି ଓ ସୋସିଆଲ ମିଡିଆ ଇନଚାର୍ଜ ଭାବେ ଅମିତ ମାଲବ୍ୟଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି।

ବିଜେପି ପକ୍ଷରୁ ଜାରି କର୍ମକର୍ତ୍ତାଙ୍କ ତାଲିକା ଅନୁସାରେ ସାଂଗଠନିକ ମହାସଚିବ ଭାବେ ବିଏଲ ସନ୍ତୋଷଙ୍କ ସମେତ ଜାତୀୟ ଉପସଭାପତି ଭାବେ ୧୨ ଜଣ, ଜାତୀୟ ସାଧାରଣ ସମ୍ପାଦକ ପଦବୀରେ ୮ ଜଣ, ଜାତୀୟ ସମ୍ପାଦକ ପଦବୀରେ ୧୩ ଜଣ, ମୁଖପାତ୍ର ଟିମରେ ୨୩ ଜଣ, କୋଷାଧ୍ୟକ୍ଷ ଭାବେ ୨ ଜଣଙ୍କୁ ନିଯୁକ୍ତି ମଳିଛି।

ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ଦଳର ଜାତୀୟ ଉପସଭାପତି, ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ଦଳର ସମ୍ପାଦକ, ଅପରାଜିତା ଷଡ଼ଙ୍ଗୀ ଓ ସମ୍ବିତ ପାତ୍ରଙ୍କୁ ଦଳର ମୁଖପାତ୍ର ଟିମରେ ସାମିଲ କରାଯାଇଛି । ଦଳର ମୁଖ୍ୟ ମୁଖପାତ୍ର ଓ ମିଡିଆ ଇନଚାର୍ଜ ଭାବେ ଅନୀଲ ବାଲୁନୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ସଞ୍ଜୟ ମୌଖଙ୍କୁ ମିଡିଆ ସହ ଇନଚାର୍ଜ କରାଯାଇଛି।

ଦଳର କୋଷାଧ୍ୟକ୍ଷ ଭାବେ ରାଜେଶ ଅଗ୍ରୱାଲ ଓ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ସୁଧୀର ଗୁପ୍ତା ଏବଂ ସେଣ୍ଟ୍ରାଲ ଅଫିସ ସେକ୍ରେଟାରୀ ଭାବେ ମହେନ୍ଦ୍ର ପାଣ୍ଡେ ଦାୟିତ୍ୱ ତୁଲାଇବେ। ଦଳର ୧୧ଜଣ ଉପସଭାପତି ହେଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂହ, ବୈଜୟନ୍ତ ପଣ୍ଡା, ରଘୁବର ଦାସ, ମୁକୁଲ ରଏ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀବେନ୍ ସିୟାଲ, ଡିକେ ଅରୁଣା, ଏମ ଚୌବା ଆଓ ଓ ଅବଦୁଲ୍ଲା କୁଟ୍ଟୀ ରହିଛନ୍ତି।

Related story