ସରକାରୀ ବଙ୍ଗଳା ଛାଡ଼ିଲେ ମୁଲାୟମ

ଲକ୍ଷ୍ମୌ: ଶେଷରେ ଲକ୍ଷ୍ମୌ ସ୍ଥିତ ସରକାରୀ ବଙ୍ଗଳା ଖାଲି କଲେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ। ଗତକାଲି ସେ ସରକାରୀ ବଙ୍ଗଳା ଛାଡ଼ି ଭିଭିଆଇପି ଗେଷ୍ଟ ହାଉସ୍‌ର ରୁମ୍‌ ନଂ ୧୦୨ରେ ରହୁଛନ୍ତି। ତେବେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସରକାରୀ ବାସଭବନ ଛାଡିବାକୁ ପଡ଼ିବ ବୋଲି ମେ’ ୭ ତାରିଖରେ ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଉତ୍ତର […]

mulayam

mulayam

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 11:23 AM IST

Sports

Latest News

ଲକ୍ଷ୍ମୌ: ଶେଷରେ ଲକ୍ଷ୍ମୌ ସ୍ଥିତ ସରକାରୀ ବଙ୍ଗଳା ଖାଲି କଲେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ। ଗତକାଲି ସେ ସରକାରୀ ବଙ୍ଗଳା ଛାଡ଼ି ଭିଭିଆଇପି ଗେଷ୍ଟ ହାଉସ୍‌ର ରୁମ୍‌ ନଂ ୧୦୨ରେ ରହୁଛନ୍ତି। ତେବେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସରକାରୀ ବାସଭବନ ଛାଡିବାକୁ ପଡ଼ିବ ବୋଲି ମେ’ ୭ ତାରିଖରେ ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଉତ୍ତର ପ୍ରଦେଶ ସରକାରଙ୍କ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲା। ସେମାନେ ହେଲେ ମୂଲାୟମ ସିଂ ଯାଦବ, ନାରାୟଣ ଦତ୍ତ ତିୱାରୀ, କଲ୍ୟାଣ ସିଂହ, ମାୟାବତୀ, ରାଜନାଥ ସିଂ ଓ ଅଖିଳେଶ ଯାଦବ।

ଘର ଖାଲି କରିବାକୁ ୨ ବର୍ଷ ସମୟ ଦେବାକୁ ମୁଲାୟମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସେଥିରେ କିଛି  ସୁଫଳ  ମିଳିଲା ନାହିଁ। ବୃଦ୍ଧାବସ୍ଥା ଓ ଅସୁସ୍ଥତା କାରଣ ଦର୍ଶାଇ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସେହପରି ମୁଲାୟମ ସିଂହଙ୍କ ପୂର୍ବରୁ ତାଙ୍କ ପୁଅ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁରକ୍ଷା ଓ ପିଲାଙ୍କ ପାଠପଢାକୁ କାରଣ ଭାବେ ଦର୍ଶାଇ ତାକୁ ସରକାରୀ ବଙ୍ଗଳାରେ ରହିବାକୁ ଦେବାକୁ ଅନୁରୋଧ କରିଥିଲେ।

ସେହଭଳି ଗତ ସପ୍ତାହରେ ଅଖିଳେଶଙ୍କ ସଚିବ ଗଜେନ୍ଦ୍ର ସିଂହ ଏନେଇ ଏକ ଚିଠି ଲେଖିଥିଲେ। ସେ ଏଥିରେ ଉଲ୍ଳେଖ କରିଥିଲେ ଯେ ସମୟ କମ୍ ଥିବାରୁ  ଓ ଘର ନ ମିଳିବା ପର୍ଯ୍ୟନ୍ତ ସରକାରୀ ବଙ୍ଗଳାରେ ରହିବାକୁ ଅନୁମତି ଦିଆଯାଉ।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଓ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ସରକାରୀ ବଙ୍ଗଳା ଖାଲି କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story