ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ ଏବଂ ଅନ୍ୟ ୪ ଜଣଙ୍କୁ ୮ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ। ୨୦୧୨ ମସିହାରେ ମୁମ୍ବାଇର ଜଣେ ହୋଟେଲ ବ୍ୟବସାୟୀଙ୍କୁ ବ୍ଲାକ୍ମେଲ ଓ ହତ୍ୟା ଉଦ୍ୟମ କରିବା ମାମଲାରେ ଏହି ଦଣ୍ଡବିଧାନ କରାଯାଇଛି।
ଏହା ପୂର୍ବରୁ ମୁମ୍ବାଇର ଏହି ସ୍ୱତନ୍ତ୍ର କୋର୍ଟ ଛୋଟା ରାଜନ୍ ଏବଂ ଅନ୍ୟ ୫ ଜଣଙ୍କୁ ଆର୍ମସ ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ଆଜି ଅପରାହ୍ଣରେ ଏହି ରାୟ ଦେଇଛନ୍ତି। ଜେଲଦଣ୍ଡ ବ୍ୟତୀତ କୋର୍ଟ ଏହି ଅଣ୍ଡରୱାର୍ଲ୍ଡ ଡନ୍କୁ ୫ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ମଧ୍ୟ କହିଛନ୍ତି।
ଏହା ପୂର୍ବରୁ ସବଅର୍ବାନ୍ ଅନ୍ଧେରୀ ଅଞ୍ଚଳର ହୋଟେଲ ବ୍ୟବସାୟୀ ବି.ଆର. ଶେଟ୍ଟୀଙ୍କ ହତ୍ୟା ଉଦ୍ୟମ ମାମଲାରେ ସେମାନଙ୍କୁ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍ ଅର୍ଗାନାଇଜ୍ଡ କ୍ରାଇମ୍ ଆକ୍ଟ ଅଧୀନରେ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୧୫ ଅକ୍ଟୋବରରେ ଇଣ୍ଡୋନେସିଆରୁ ଗିରଫ ହେବା ପରେ ଛୋଟା ରାଜନ୍ ତିହାର ଜେଲରେ ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୬ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଏହା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଆଲୋଚନା।
National
ବଢ଼ିଲା ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ, ପୁଲିସ କଲା ସମନ
ଆସନ୍ତାକାଲି ଦିନ ୧୧ଟାରେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।
National
ହାଇକୋର୍ଟଙ୍କ ସାଂଘାତିକ ରୁଲିଂ: ମୃତଦେହ ସହ ସେକ୍ସ କରିବା ଦୁଷ୍କର୍ମ ନୁହେଁ
ଜଣେ ନାବାଳିକାଙ୍କ ମୃତଦେହ ସହ ଦୁଷ୍କର୍ମ କରିବା ଅଭିଯୋଗରେ ନୀଲୁ ନାଗେଶ ନିକଟରେ ତଳ କୋର୍ଟରେ ଦୋଷମୁକ୍ତ ହୋଇଥିଲେ।
National
୫୦ ଲକ୍ଷ ଟଙ୍କା ଦେଲେ ପୁଷ୍ପା-୨ ନିର୍ମାତା; ଅଲ୍ଲୁ ଅର୍ଜୁନ ଦାୟୀ ନୁହନ୍ତି କହିଲେ ମୃତକଙ୍କ ସ୍ୱାମୀ
ଥାନାରେ କରିଥିବା ଅଭିଯୋଗ ମଧ୍ୟ ଉଠାଇନେବାକୁ ପ୍ରସ୍ତୁତ ଥିବା କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ। ପୁଅ ୨୦ ଦିନ ହେଲା କୋମାରେ, କିଛି ଜାଣିପାରୁନି।
National
ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ଭି.ରାମସୁବ୍ରମଣ୍ୟମ
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଚଳିତବର୍ଷ ଜୁନ ୧ରେ ଶେଷ ହୋଇଥିଲା।