ମୁମ୍ବାଇ ଉପରୁ ବିପଦ ଟଳିଲା, ଦୁର୍ବଳ ହେଲା 'ନିସର୍ଗ'

ମୁମ୍ବାଇ: ମୁମ୍ବାଇ ଓ ମହାରାଷ୍ଟ୍ର ପାଇଁ ବଡ଼ ଆଶ୍ବସ୍ତି ଖବର। ଘୂର୍ଣ୍ଣିବାତ୍ୟା ‘ନିସର୍ଗ’ର ବିପଦ ମୁମ୍ବାଇ ଉପରୁ ଟଳିଯାଇଛି। ସ୍କାଇମେଟ୍‌ ଏଜେନ୍ସି ଅନୁଯାୟୀ, ମୁମ୍ବାଇରୁ ବିପଦ ଟଳିଥିଲେ ହେଁ, ବିଭିନ୍ନ ସ୍ଥାନରେ ବର୍ଷା ଓ ଘଣ୍ଟାପ୍ରତି ୫୦ କିମି ବେଗରେ ପବନ ବୋହିବ। ସାଇକ୍ଲୋନିକ୍ ନିସର୍ଗର କେନ୍ଦ୍ରବିନ୍ଦୁ ଲ୍ୟାଣ୍ଡଫଲର ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇଛି। ବାତ୍ୟା ନିସର୍ଗ ଏବେ ମହାରାଷ୍ଟ୍ର ଅତିକ୍ରମ କରିସାରିଛି ଏବଂ ଏହା ଗୁଜରାଟମୁହାଁ ହୋଇଛି। କେବଳ ଏତିକି ନୁହେଁ, ଏହାର ତିବ୍ରତା ମଧ୍ୟ […]

mum

Ranjit Kumar Jena
  • Published: Wednesday, 03 June 2020
  • , Updated: 03 June 2020, 05:58 PM IST

ମୁମ୍ବାଇ: ମୁମ୍ବାଇ ଓ ମହାରାଷ୍ଟ୍ର ପାଇଁ ବଡ଼ ଆଶ୍ବସ୍ତି ଖବର। ଘୂର୍ଣ୍ଣିବାତ୍ୟା 'ନିସର୍ଗ'ର ବିପଦ ମୁମ୍ବାଇ ଉପରୁ ଟଳିଯାଇଛି। ସ୍କାଇମେଟ୍‌ ଏଜେନ୍ସି ଅନୁଯାୟୀ, ମୁମ୍ବାଇରୁ ବିପଦ ଟଳିଥିଲେ ହେଁ, ବିଭିନ୍ନ ସ୍ଥାନରେ ବର୍ଷା ଓ ଘଣ୍ଟାପ୍ରତି ୫୦ କିମି ବେଗରେ ପବନ ବୋହିବ।

ସାଇକ୍ଲୋନିକ୍ ନିସର୍ଗର କେନ୍ଦ୍ରବିନ୍ଦୁ ଲ୍ୟାଣ୍ଡଫଲର ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇଛି। ବାତ୍ୟା ନିସର୍ଗ ଏବେ ମହାରାଷ୍ଟ୍ର ଅତିକ୍ରମ କରିସାରିଛି ଏବଂ ଏହା ଗୁଜରାଟମୁହାଁ ହୋଇଛି। କେବଳ ଏତିକି ନୁହେଁ, ଏହାର ତିବ୍ରତା ମଧ୍ୟ କମି ଯାଇଛି। ନିସର୍ଗ ବୁଧବାର ଦ୍ୱିପହରରେ ମହାରାଷ୍ଟ୍ରର ଉପକୂଳ ଛୁଇଁଥିଲା। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଏବଂ ପବନ ହୋଇଥିଲା।


ଏନଡିଆରଏଫର ମୁଖ୍ୟ ଏସଏନ୍ ଚୌଧୁରୀ କହିଛନ୍ତି, ବାତ୍ୟା 'ନିସର୍ଗ' ବୁଧବାର ଦ୍ୱିପହରରେ ମୁମ୍ବାଇଠାରୁ ୧୦୦ କିଲୋମିଟର ଦୂର ଅଲିବାଗରେ ଲ୍ୟାଣ୍ଡଫଲ୍ କରିଥିଲା। ସେ ମଧ୍ୟ ଲ୍ୟାଣ୍ଡଫଲ୍‌ ବେଳର କିଛି ଫଟୋ ଶେଆର୍ କରିଥିଲେ। ଲ୍ୟାଣ୍ଡଫଲ୍‌ ବେଳେ ରାୟଗଡ଼ ଜିଲ୍ଲାର ଅଲିବାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ହୋଇଥିଲା।


ବାତ୍ୟାକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ୨୦ଟି ଏନଡିଆରଏଫ୍ ଟିମ୍ ନିୟୋଜିତ କରାଯାଇଛି। ଏଥିରେ ମୁମ୍ବାଇରେ ୫ ଟିମ୍, ରାୟଗଡ଼ରେ ୫ ଟିମ୍, ପାଲଘରରେ ୨ ଟିମ୍, ଥାନେରେ ୨ ଟିମ୍, ରତ୍ନଗିରିରେ ୨ ଟିମ୍ ଏବଂ ସିନ୍ଧୁଦୁର୍ଗରେ ଗୋଟିଏ ଟିମ୍ ନିୟୋଜିତ କରାଯାଇଛି। ସେହିପରି କିଛି ଟିମକୁ ଷ୍ଟାଣ୍ଡବାଇ ମଧ୍ୟ ରଖାଯାଇଛି। ଯଦି ଆବଶ୍ୟକ ପଡ଼େ ଏହି ଷ୍ଟାଣ୍ଡବାଇ ଟିମକୁ କାମରେ ନିୟୋଜିତ କରାଯିବ।

Related story