ମୁମ୍ବାଇମୁହାଁ 'ନିସର୍ଗ', ହାଇ ଆଲର୍ଟ ଜାରି

ମୁମ୍ବାଇ: କରୋନାଭାଇରସ୍ ମହାମାରୀରେ ଅଧିକ ପ୍ରଭାବିତ ହୋଇଥିବା ମୁମ୍ବାଇ ଉପରକୁ ଏବେ ଘୂର୍ଣ୍ଣିବାତ୍ୟା ‘ନିସର୍ଗ’ ମାଡ଼ିଆସୁଛି। ମହାରାଷ୍ଟ୍ର ଓ ଗୁଜରାଟର ଉପକୂଳ ଅଞ୍ଚଳ ଅଭିମୁଖେ ଗତି କରୁଥିବା ‘ନିସର୍ଗ’ ଆଗାମୀ ୧୨ ଘଣ୍ଟା ଭିତରେ ‘ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ’ର ରୂପ ନେବାକୁ ଯାଉଛି। ଏହାକୁ ଆଖି ଆଗରେ ରଖି ମହାରାଷ୍ଟ୍ର, ଗୁଜରାଟ, ଗୋଆ, ଦାମନ୍-ଡିଉ ଓ ଦାଦା ନଗର ହାବେଳିରେ ଆଲର୍ଟ ଜାରି କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମୁଦ୍ର ଉପକୂଳ ଅଞ୍ଚଳରେ ରହୁଥିବା […]

nisarga

Ranjit Kumar Jena
  • Published: Tuesday, 02 June 2020
  • , Updated: 02 June 2020, 03:48 PM IST

ମୁମ୍ବାଇ: କରୋନାଭାଇରସ୍ ମହାମାରୀରେ ଅଧିକ ପ୍ରଭାବିତ ହୋଇଥିବା ମୁମ୍ବାଇ ଉପରକୁ ଏବେ ଘୂର୍ଣ୍ଣିବାତ୍ୟା 'ନିସର୍ଗ' ମାଡ଼ିଆସୁଛି। ମହାରାଷ୍ଟ୍ର ଓ ଗୁଜରାଟର ଉପକୂଳ ଅଞ୍ଚଳ ଅଭିମୁଖେ ଗତି କରୁଥିବା 'ନିସର୍ଗ' ଆଗାମୀ ୧୨ ଘଣ୍ଟା ଭିତରେ 'ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ'ର ରୂପ ନେବାକୁ ଯାଉଛି।

ଏହାକୁ ଆଖି ଆଗରେ ରଖି ମହାରାଷ୍ଟ୍ର, ଗୁଜରାଟ, ଗୋଆ, ଦାମନ୍-ଡିଉ ଓ ଦାଦା ନଗର ହାବେଳିରେ ଆଲର୍ଟ ଜାରି କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମୁଦ୍ର ଉପକୂଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ୬ରୁ ଅଧିକ ଜିଲ୍ଲାରେ ଏନଡିଆରଏଫର ୧୦ଟି ଟିମ୍ ନିୟୋଜିତ କରାଯାଇଛି। ତେବେ ନିସର୍ଗରୁ ରକ୍ଷା ପାଇବା ପାଇଁ ମୋଟ ୨୩ଟି ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି। ଝଡ଼ବାତ୍ୟା ମୁମ୍ବାଇ ଓ ପାଲଘର ନିକଟରେ ପହଞ୍ଚିସାରିଛି। ଏହା ମୁମ୍ବାଇର ସମୁଦ୍ରକୂଳକୁ ମାଡ଼ କରିବ।

ଏବେ ଏହା ମୁମ୍ବାଇଠାରୁ ୪୫୦ କିଲୋମିଟର ଦୂରରେ ରହିଛି ଏବଂ ଘଣ୍ଟାପ୍ରତି ୧୧ କିଲୋମିଟର୍ ବେଗରେ ଉତ୍ତର ଅଭିମୁଖେ ମାଡ଼ି ଆସୁଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫କିଲୋମିଟର ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁମ୍ବାଇବାସୀଙ୍କ ପାଇଁ ଏହା ପ୍ରଥମ ଭୟଙ୍କର ବାତ୍ୟା ହେବ। ୧୮୮୨ ପରେ ୨ୟଥର ଲାଗି ମୁମ୍ବାଇର ବାସିନ୍ଦା ଏଭଳି ଭୟଙ୍କର ବାତ୍ୟାର ପ୍ରତ୍ୟକ୍ଷଦର୍ଶୀ ହେବାକୁ ଯାଉଛନ୍ତି।

Related story