ମୁମ୍ବାଇ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଆଜି ମୁମ୍ବାଇ ପୁଲିସର ଜଣେ ହେଡ କନଷ୍ଟେବଲ ଆଖିବୁଜିଛନ୍ତି। ସେ କରୋନାରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ ହେଡ କନଷ୍ଟେବଲଙ୍କ ନାଁ ଶିବାଜୀ ସୋନୱାନେ। ସେ କୁର୍ଲା ଟ୍ରାଫିକ ଡିଭିଜନରେ କାର୍ଯ୍ୟ କରୁଥିଲେ।
କୁର୍ଲା ଡିଭିଜନର ଏଲ-ୱାର୍ଡରେ କାର୍ଯ୍ୟରତ ଥିବା ବେଳେ ଶିବାଜୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହି ଏଲ-ୱାର୍ଡ ହେଉଛି କରୋନାର ହଟସ୍ପଟ। ଶିବାଜୀଙ୍କ ପୂର୍ବରୁ ମୁମ୍ବାଇ ପୁଲିସର ଆଉ ଦୁଇ ଜଣ କନଷ୍ଟେବଲ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଥିଲେ।
ମୁମ୍ବାଇ ପୁଲିସ ପକ୍ଷରୁ କୁହାଯାଇଛି ଯେ ଆମେ ଦୁଃଖର ସହ କହିବାକୁ ଚାହୁଁଛୁ ଯେ ହେଡ କନଷ୍ଟେବଲ ଶିବାଜୀ ନାରାୟାଣ ସୋନୱାନେ ଆଜି ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଉଛନ୍ତି। ତାଙ୍କୁ ମାତ୍ର ୫୬ ବର୍ଷ ବୟସ ହୋଇଥିଲା ଓ ସେ ହସ୍ପିଟାଲରେ କରୋନା ସହ ଲଢ଼େଇ କରୁଥିଲେ। ତାଙ୍କ ଆତ୍ମାର ସଦଗତି କାମନା କରୁଛୁ। ଆମେ ସମସ୍ତେ ଶିବାଜୀଙ୍କ ପରିବାର ଲୋକଙ୍କ ସହ ରହିଛୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।