କଟାହେବ ୨୭୦୦ ଗଛ, ମୁଖ୍ୟମନ୍ତ୍ରୀ କହିଲେ ବିକାଶ ଗୁରୁତ୍ୱପୂର୍ଣ୍ଣ

ପୁଣେ: ମହାରାଷ୍ଟ୍ରର ମୁମ୍ବାଇ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ଘୋଷଣା କରିଛି ମେଟ୍ରୋର ସମ୍ପ୍ରସାରଣ ପାଇଁ ‘ଆରେ’ ଜଙ୍ଗଲର ୨,୭୦୦ ଗଛ କଟାଯିବ। ଏହାକୁ ବିଭିନ୍ନ ମହଲରୁ ବିରୋଧ ହେଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ କହିଛନ୍ତି, ବିକାଶ ଗୁରୁତ୍ୱପୂର୍ଣ୍ଣ। ଏହି ଗଛଗୁଡ଼ିକ କଟାଯାଇ ମେଟ୍ରୋର କାର୍‌ସେଡ୍‌ ତିଆରି ହେବାର ଅଛି। ପ୍ରାୟ ୧୩୦୦୦ ହେକ୍ଟର ପରିବ୍ୟାପ୍ତ ଏହି ‘ଆରେ’ ଜଙ୍ଗଲରେ ୨୭ଟି ଆଦିବାସୀ ଗାଁ ରହିଛି ଏବଂ ବହୁ ଜୀବଜନ୍ତୁ ବସବାସ କରନ୍ତି। ତେବେ ଗଛ କଟାକୁ […]

arey

Subrat Kumar Nayak
  • Published: Sunday, 15 September 2019
  • , Updated: 15 September 2019, 05:43 PM IST

ପୁଣେ: ମହାରାଷ୍ଟ୍ରର ମୁମ୍ବାଇ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ଘୋଷଣା କରିଛି ମେଟ୍ରୋର ସମ୍ପ୍ରସାରଣ ପାଇଁ ‘ଆରେ’ ଜଙ୍ଗଲର ୨,୭୦୦ ଗଛ କଟାଯିବ। ଏହାକୁ ବିଭିନ୍ନ ମହଲରୁ ବିରୋଧ ହେଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ କହିଛନ୍ତି, ବିକାଶ ଗୁରୁତ୍ୱପୂର୍ଣ୍ଣ। ଏହି ଗଛଗୁଡ଼ିକ କଟାଯାଇ ମେଟ୍ରୋର କାର୍‌ସେଡ୍‌ ତିଆରି ହେବାର ଅଛି।

ପ୍ରାୟ ୧୩୦୦୦ ହେକ୍ଟର ପରିବ୍ୟାପ୍ତ ଏହି ‘ଆରେ’ ଜଙ୍ଗଲରେ ୨୭ଟି ଆଦିବାସୀ ଗାଁ ରହିଛି ଏବଂ ବହୁ ଜୀବଜନ୍ତୁ ବସବାସ କରନ୍ତି।

ତେବେ ଗଛ କଟାକୁ ନେଇ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ଫଡ଼ନାବିସ୍‌ କହିଛନ୍ତି, ଆ ଏଠାରେ ଗୋଟିଏ ବି ଗଛ କଟୁ ବୋଲି ଚାହୁଁନୁ। କିନ୍ତୁ ବିକାଶ ଗୁରୁତ୍ୱପୂର୍ଣ୍ଣ। ଆମେ କଟାଯାଉଥିବା ଗଛ ସ୍ଥାନରେ ଅଧିକ ଗଛ ଲଗାଇବୁ। ମୁଁ ଏନେଇ ବ୍ୟକ୍ତିଗତ ଭାବେ ଆଦିତ୍ୟ ଠାକ୍‌ରେଙ୍କ ସହ କଥା ହେବି।”

ତେବେ ଏହାକୁ ନେଇ ରାଜନୀତିକ ହଟଚମଟ ଆରମ୍ଭ ହୋଇଛି। ଏପରିକି ବିଜେପିର ସବୁଠାରୁ ପୂରୁଣା ମେଣ୍ଟ ସହଯୋଗୀ ଶିବସେନା ମଧ୍ୟ ଅସନ୍ତୁଷ୍ଟ ଅଛି। ଶିବସେନାର ଯୁବ ମୁହଁ ଆଦିତ୍ୟ ଠାକ୍‌ରେ ମଧ୍ୟ ଏହାକୁ ବିରୋଧ କରୁଛନ୍ତି। ଏହାକୁ ଲୋକେ ବିରୋଧ କରିବାର ବଡ଼ କାରଣ ବଢ଼ୁଥିବା ସହର ଏବଂ ଏଥିପାଇଁ ଆଶୀର୍ବାଦ ସାଜିଆସିଥିବା ବୃହତ୍‌ ଜଙ୍ଗଲ। ସାମାଜିକ କର୍ମୀମାନେ ମତ ରଖିଛନ୍ତି, ବିଭିନ୍ନ ଶିଳ୍ପାଞ୍ଚଳକୁ ମଧ୍ୟ ଏଥିପାଇଁ ବ୍ୟବହାର କରାଯାଇପାରିବ। କିନ୍ତୁ ଏଥିପାଇଁ ମୁମ୍ବାଇର ଫୁସ୍‌ଫୁସ୍‌ କୁହାଯାଉଥିବା ଏହି ଜଙ୍ଗଲ ଉପରେ ଆଖି ପକାଯିବାକୁ ଲୋକେ ବିରୋଧ କରୁଛନ୍ତି।

Related story