କରୋନା ମାମଲାରେ ଉହାନକୁ ଟପିଗଲା ମୁମ୍ବାଇ

ମୁମ୍ବାଇ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଯଦି ରାଜ୍ୟ କଥା କହିବା, ତାହେଲେ ଏହି ମାମଲାରେ ମହାରାଷ୍ଟ୍ର ବହୁ ଆଗରେ ରହିଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାରରୁ ଟପିଛି। ଅନ୍ୟପକ୍ଷରେ ରାଜ୍ୟର ରାଜଧାନୀ ଅର୍ଥାତ୍ ମୁମ୍ବାଇ ୫୧ହଜାର ଆକ୍ରାନ୍ତଙ୍କ ସହ ଚୀନର ଉହାନକୁ ଟପିଯାଇଛି। ଉହାନକୁ କରୋନାର ଉତ୍ପତିସ୍ଥଳ କୁହାଯାଉଛି, ଯେଉଁଠାରେ ଡିସେମ୍ବରରେ ଏହି ମହାମାରୀ ଆରମ୍ଭ ହୋଇଥିଲା। ଉହାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ହଜାର ୩୩୩ ରହିଛି। ଅନ୍ୟପକ୍ଷରେ ଦେଶରେ ସବୁଠାରୁ […]

mumbai

Ranjit Kumar Jena
  • Published: Wednesday, 10 June 2020
  • , Updated: 10 June 2020, 09:47 AM IST

ମୁମ୍ବାଇ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଯଦି ରାଜ୍ୟ କଥା କହିବା, ତାହେଲେ ଏହି ମାମଲାରେ ମହାରାଷ୍ଟ୍ର ବହୁ ଆଗରେ ରହିଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାରରୁ ଟପିଛି।

ଅନ୍ୟପକ୍ଷରେ ରାଜ୍ୟର ରାଜଧାନୀ ଅର୍ଥାତ୍ ମୁମ୍ବାଇ ୫୧ହଜାର ଆକ୍ରାନ୍ତଙ୍କ ସହ ଚୀନର ଉହାନକୁ ଟପିଯାଇଛି। ଉହାନକୁ କରୋନାର ଉତ୍ପତିସ୍ଥଳ କୁହାଯାଉଛି, ଯେଉଁଠାରେ ଡିସେମ୍ବରରେ ଏହି ମହାମାରୀ ଆରମ୍ଭ ହୋଇଥିଲା। ଉହାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ହଜାର ୩୩୩ ରହିଛି। ଅନ୍ୟପକ୍ଷରେ ଦେଶରେ ସବୁଠାରୁ ବଡ଼ କରୋନା ହଟସ୍ପଟ୍ ମହାରାଷ୍ଟ୍ର ମଧ୍ୟ କରୋନା ଆକ୍ରାନ୍ତଙ୍କ ମାମଲାରେ ଚୀନକୁ ଟପିଯାଇଛି।

ଚୀନରେ ୮୪ହଜାରରୁ ଅଧିକ ମାମଲା ରହିଛି। ମହାରାଷ୍ଟ୍ରରେ ୨୨୫୯ ନୂଆ କେସ୍ ସାମ୍ନାକୁ ଆସିଥିଲା। ଏହା ସହ ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୨୦ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୁମ୍ବାଇରେ କରୋନା ପଜିଟିଭ୍ ସଂଖ୍ୟା ୯୦ହଜାର ୭୮୭ରେ ପହଞ୍ଚିଛି।

ରାଜ୍ୟରେ ଏପର୍ଯ୍ୟନ୍ତ ୩୨୮୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ମୁମ୍ବାଇରେ ମଧ୍ୟ ସ୍ଥିତି ବେହାଲ୍ ରହିଛି। ମୁମ୍ବାଇରେ ଏପର୍ଯ୍ୟନ୍ତ ୧୭୬୦ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ବଡ଼ କଥା ହେଉଛି, ଏଠାରେ ଅଧିକ ସଂଖ୍ୟାରେ ପୁଲିସ୍ କର୍ମଚାରୀ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି।

Related story