ସର୍ବସମ୍ମୁଖରେ ଟ୍ରାଫିକ ପୁଲିସ୍‌ଙ୍କୁ ପିଟିଲେ ମହିଳା, ଦେଖନ୍ତୁ ଭିଡିଓ

ମୁମ୍ବାଇ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଭଡିଓ ଏବେ ସାମ୍ନାକୁ ଆସିଛି। ସର୍ବସମ୍ମୁଖରେ ଜଣେ ମହିଳା କାର୍ଯ୍ୟରତ ଟ୍ରାଫିକ ପୁଲିସ୍‌ଙ୍କ କଲାର ଧରି ପ୍ରବଳ ମାଡ଼ ମାରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ମାଡ଼ ମାରିଥିବା ମହିଳା ଓ ତାଙ୍କ ପୁରୁଷ ସହଯୋଗୀଙ୍କୁ ଗିରଫ କରିଛି। ମୁମ୍ବାଇର କାଲବା ଦେବୀ ସ୍ଥିତ ସୁରତି ହୋଟେଲ ନିକଟରେ ଏହି ଘଟଣା ଘଟିଥିଲା। ଏଠାରେ କାର୍ଯ୍ୟରତ ଟ୍ରାଫିକ ପୁଲିସ୍‌ ଏକନାଥ ପରଟେଙ୍କୁ ୨୯ ବର୍ଷୀୟ ସାଗରିକ ତିୱାରୀ […]

fg

Hemant Lenka
  • Published: Saturday, 24 October 2020
  • , Updated: 24 October 2020, 06:56 PM IST

ମୁମ୍ବାଇ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଭଡିଓ ଏବେ ସାମ୍ନାକୁ ଆସିଛି। ସର୍ବସମ୍ମୁଖରେ ଜଣେ ମହିଳା କାର୍ଯ୍ୟରତ ଟ୍ରାଫିକ ପୁଲିସ୍‌ଙ୍କ କଲାର ଧରି ପ୍ରବଳ ମାଡ଼ ମାରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ମାଡ଼ ମାରିଥିବା ମହିଳା ଓ ତାଙ୍କ ପୁରୁଷ ସହଯୋଗୀଙ୍କୁ ଗିରଫ କରିଛି।

ମୁମ୍ବାଇର କାଲବା ଦେବୀ ସ୍ଥିତ ସୁରତି ହୋଟେଲ ନିକଟରେ ଏହି ଘଟଣା ଘଟିଥିଲା। ଏଠାରେ କାର୍ଯ୍ୟରତ ଟ୍ରାଫିକ ପୁଲିସ୍‌ ଏକନାଥ ପରଟେଙ୍କୁ ୨୯ ବର୍ଷୀୟ ସାଗରିକ ତିୱାରୀ ସର୍ବସମ୍ମୁଖରେ ମାଡ଼ ମାରିଛନ୍ତି। ଏହି ଘଟଣାରେ ଏଲଟି ମାର୍ଗ ପୁଲିସ୍‌ ସାଗରିକଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ, ସାଗରିକା ଓ ତାଙ୍କର ୩୨ ବର୍ଷୀୟ ବନ୍ଧୁ ମୋହସିନ ଶେଖ ବାଇକରେ ଯାଉଥିଲେ। ତେବେ ଗାଡ଼ି ଚାଳକ ଶେଖ ହେଲମେଟ ପିନ୍ଧି ନଥିବାରୁ ଏକନାଥ ନିୟମ ଅନୁସାରେ ଫାଇନ କାଟି ଥିଲେ। ଫାଇନ କାଟିବାରୁ ଶେଖ ଓ ସାଗରିକା କାର୍ଯ୍ୟରତ ଟ୍ରାଫିକ ପୁଲିସ୍‌ ଏକନାଥଙ୍କ ସହ ଯୁକ୍ତିତର୍କ କରିଥିଲେ।

ସ୍ଥିତି ଏପରି ହୋଇଥିଲା ଯେ ସାଗରିକା ଟ୍ରାଫିକ ପୁଲିସ୍ ଏକନାଥଙ୍କ କଲାର ଧରି ଘୋଷାଡ଼ିବା ସହ ଚାପୁଡ଼ା ପରେ ଚାମୁଡ଼ା ମାରି ଚାଲିଥିଲେ। ଘଟଣାରେ ବେଳେ ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ। ଏପରି କି ଶେଖ ପୂରା ଘଟଣାକୁ କ୍ୟାମେରାରେ କଏଦ କରିଥିଲେ।

https://twitter.com/i/status/1319889928294035456

ଚାପୁଡ଼ା ମାରିବା ବେଳେ ସାଗରିକାଙ୍କୁ ଟ୍ରାଫିକ ପୁଲିସ୍‌ ଜଣଙ୍କ ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରିଥିଲେ। ସ୍ଥିତି ବିଗିଡ଼ିବାରୁ ଅନ୍ୟ ପୁଲିସ୍‌ ଅଧିକାରୀମାନେ ଘଟଣାରେ ହସ୍ତକ୍ଷେପ କରି ଏକନାଥଙ୍କୁ ମହିଳାଙ୍କ କବଳରୁ ଉଦ୍ଧାର କରିଥିଲେ। ଏହାପରେ ପୁଲିସ୍‌ ଶେଖ ଓ ସାଗରିକାଙ୍କୁ ଗିରଫ କରିଛି।

Related story