କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭୋଟ୍ ପାଇଁ ମୁସଲିମ୍ ତୁଷ୍ଟିକରଣ ବାବଦରେ ବାରମ୍ବାର ଅଭିଯୋଗ ହୁଏ। ଏପରିକି ଏଥିପାଇଁ ବାଂଲାଦେଶୀଙ୍କ ଅନୁପ୍ରବେଶକୁ ଅଧିକମାତ୍ରାରେ ପ୍ରଶୟ ଦେଉଥିବା ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ହୋଇଛି। ଏବେ ସେ ମୁସଲିମ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ପାଦେ ପଛରେ ରହୁଥିବା ପରୋକ୍ଷରେ ସ୍ୱୀକାର କରିବା ସହ ଏପରି ନକରିବାକୁ ଚିଠି ଲେଖିଛନ୍ତି କୋଲକାତା ସଚେତନ ମୁସଲିମ୍ ନାଗରିକ ଗୋଷ୍ଠୀ।
ସେମାନେ ନୀଲ ରତନ୍ ସରକାର ମେଡିକାଲ କଲେଜ୍ର ଜୁନିଅର ଡାକ୍ତରଙ୍କ ଉପରେ ଆକ୍ରମଣ ଏବଂ ପୂର୍ବତନ ମିସ୍ ଇଣ୍ଡିଆ ୟୁନିଭର୍ସ ଉର୍ବଶୀ ସେନ୍ଗୁପ୍ତାଙ୍କ ଉପରେ ହୋଇଥିବା ଅସଦାଚରଣ ଭଳି ଘଟଣା ବାବଦରେ ଏଥିରେ ଉଲ୍ଲେଖ କରିଛନ୍ତି। ଉଭୟ ଘଟଣାରେ ଅଭିଯୁକ୍ତ ମୁସଲିମ୍ ଥିଲେ। ତେବେ ଏହି ନାଗରିକ ଗୋଷ୍ଠୀ ଉଭୟ ଘଟଣା ବାବଦରେ ଚିଠିରେ ଲେଖିଛନ୍ତି, ଆମେ ଦୁଃଖିତ ଏବଂ ମର୍ମାହତ।
https://www.facebook.com/photo.php?fbid=10161776794335696&set=a.10156054661705696&type=3&eid=ARD_wPmdWFAlRqK_ig-JLJ-d5GupndJSCPcClU4jNFgavO9A37mxuhVKHUfYqnWzMhukes_WThE68EKA
ଏଥିରେ କୁହାଯାଇଛି ମମତା ସରକାରଙ୍କୁ ଦୁଇଟି ପନ୍ଥା ଅବଲମ୍ବନ କରି ଏଭଳି ସ୍ଥିତିର ମୁକାବିଲା କରିବାକୁ ହେବ। ପ୍ରଥମେ ଅଭିଯୁକ୍ତ ମୁସଲିମ୍ ଧର୍ମର ହେଉ ପଛେ ତାକୁ କାଠଗଡ଼ାକୁ ଆଣିବାକୁ ହେବ। ଏଥିରେ କୁହାଯାଇଛି, କେବଳ ଏହି ଦୁଇଟି ଘଟଣା ନୁହେଁ ପ୍ରତିଟି ଘଟଣାରେ ଯଦି କେହି ମୁସଲିମ୍ଙ୍କ ସମ୍ପୃକ୍ତି ଅଛି ତାଙ୍କ ନାମରେ ମାମଲା ରୁଜୁ ହେଉ। ସେମାନେ ଖୋଲାରେ ଏଥଇପାଇଁ ବୁଲିପାରିବେନି ଯେ, ସେମାନେ ମୁସଲିମ୍। ଏହା କଲେ ହିଁ ଟିଏମ୍ସି ମୁସଲିମ୍ଙ୍କ ଢାଲ ପାଲଟିଛି ବୋଲି ରହିଥିବା ଧାରଣା ଦୂର ହେବ।
ଦ୍ୱିତୀୟ ପନ୍ଥାଟି ହେଉଛି, ଲିଙ୍ଗଗତ ସମ୍ବେଦନଶୀଳତା, ସଚେତନତା ଏବଂ ଆଇନ ସହିତ ଜଡ଼ିତ କାର୍ଯ୍ୟକ୍ରମରେ ମୁସଲିମ୍ ଯୁବସମାଜଙ୍କୁ ସାମିଲ କରନ୍ତୁ। ଆମେ ଚିଠି ଆରମ୍ଭରେ ଲେଖା ଅଛି କୋଲକାତାରେ ଦଶନ୍ଧି ଦଶନ୍ଧି ଧରି ବସବାସ କରିଆସୁଥିବା ମୁସଲିମ୍। ଏଥିରେ ବେଶ କିଛି ନିବେଦନକାରୀଙ୍କ ନାମ ବ୍ୟତୀତ ଶେଷରେ ଲେଖା ଅଛି, ‘ଏବଂ ନିରବରେ କଷ୍ଟ ଭୋଗୁଥିବା ଅନ୍ୟ ହଜାର ହଜାର ବ୍ୟକ୍ତି’। ଧର୍ମକୁ ଢାଲ କରି ଅପରାଧ କରିଆସୁଥିବା ଅସାମାଜିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେମାନେ ଏଭଳି ଭାବରେ ନିବେଦନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।