ମୁସଲମାନ ଦମ୍ପତି କଲେ କନ୍ୟାଦାନ, ମନ୍ଦିରରେ କରାଇଲେ ବିବାହ

ନୂଆଦିଲ୍ଲୀ: ଆମ ଦେଶରେ ଏବେବି ବଞ୍ଚିଛି ଭାଇଚାରା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ଯେ ସମସ୍ତେ ସମାନ ସେ କଥା ପ୍ରାମଣିତ କରିଛନ୍ତି ଜଣେ ମୁସ୍‌ଲମାନ୍‌ ଦମ୍ପତି। ଏକ ମୁସଲମାନ ପରିବାର ଜଣେ ଅନାଥ ହିନ୍ଦୁଝିଅର ବିବାହ କରାଇ ସୃଷ୍ଟି କରିଛନ୍ତି ଉଦାହରଣ । ସୂଚନା ଅନୁସାରେ ଉତ୍ତରପ୍ରଦେଶର ଏହି ମୁସଲମାନ୍ ପରିବାର ହିନ୍ଦୁ ରୀତିନୀତି ଅନୁସାରେ ଅନାଥ ହିନ୍ଦୁ ଝିଅର ବିବାହ କରାଇଛନ୍ତି । ବାରବାଙ୍କୀ ଜିଲ୍ଲାରେ ଏକ ମନ୍ଦିରରେ ମଙ୍ଗବାର ଏହି ବିବାହ […]

RDESController-3

RDESController-3

Rakesh Mallick
  • Published: Thursday, 31 May 2018
  • Updated: 31 May 2018, 04:58 PM IST

Sports

Latest News

ନୂଆଦିଲ୍ଲୀ: ଆମ ଦେଶରେ ଏବେବି ବଞ୍ଚିଛି ଭାଇଚାରା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ଯେ ସମସ୍ତେ ସମାନ ସେ କଥା ପ୍ରାମଣିତ କରିଛନ୍ତି ଜଣେ ମୁସ୍‌ଲମାନ୍‌ ଦମ୍ପତି। ଏକ ମୁସଲମାନ ପରିବାର ଜଣେ ଅନାଥ ହିନ୍ଦୁଝିଅର ବିବାହ କରାଇ ସୃଷ୍ଟି କରିଛନ୍ତି ଉଦାହରଣ । ସୂଚନା ଅନୁସାରେ ଉତ୍ତରପ୍ରଦେଶର ଏହି ମୁସଲମାନ୍ ପରିବାର ହିନ୍ଦୁ ରୀତିନୀତି ଅନୁସାରେ ଅନାଥ ହିନ୍ଦୁ ଝିଅର ବିବାହ କରାଇଛନ୍ତି । ବାରବାଙ୍କୀ ଜିଲ୍ଲାରେ ଏକ ମନ୍ଦିରରେ ମଙ୍ଗବାର ଏହି ବିବାହ  ଉତ୍ସବ ଅନୁଷ୍ଠିତ ହୋଇଛି।

ଉକ୍ତ ଝିଅର ନାମ ହେଉଛି ସୁମନ । ସୁମନର ମା’ ୧୫ ବର୍ଷ ପୂର୍ବରୁ ଓ ବାପା ୩ ବର୍ଷ ପୂର୍ବରୁ ଇହଧାମ ତ୍ୟାଗ କରିଛନ୍ତି। ମା-ବାପାଙ୍କ ବିନା ଗୋଟେ ଝିଅ ସମାଜରେ ଜୀବନ ବିତାଇବା ବହୁତ ମୁସ୍କିଲ । କିଛି ଦିନ ପର୍ଯ୍ୟନ୍ତ ସେ ଆଖପାଖ ଘରେ କମା କରି ଜୀବନ ବିତାଉଥିଲା । ଏମିତି ପରିସ୍ଥିତିରେ ଉକ୍ତ ମୁସଲମାନ ପରିବାରର ଆଖିରେ ପଡିଥିଲା ସୁମନଙ୍କ ଦୁଃଖ। ସୁମନଙ୍କ କଷ୍ଟ ସେମାନେ ଦେଖିପାରୁ ନ ଥିଲେ । ଆଉ ସୁମନର ବିବାହ କରାଇବା ପାଇଁ ମନସ୍ଥ କଲେ । ଶେଷରେ ଖୁବ ଧୁମଧାମରେ ଏକ ମନ୍ଦିରରେ ସୁମନର ବିବାହ କରାଇଥିଲେ ମୁସଲମାନ୍ ପରିବାର । ସୁମନର ବିବାହ ଦେଖିବା ପାଇଁ ମନ୍ଦିରରେ ଅନେକ ଲୋକଙ୍କ ଭିଡ଼ ଜମିଥିଲା । ମୁସଲମାନ୍ ପରିବାର ଜଣେ ଅନାଥ ହିନ୍ଦୁ ଝିଅର ବିବାହ କରାଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos