‘ଅର୍ବାନ୍‌ ନକ୍ସଲ, କଂଗ୍ରେସ ଏବଂ ଉଗ୍ର ମୁସଲିମ୍‌ ସଂଗଠନ ରଚିଥିଲେ ଆସାମ ସଚିବାଳୟ ପୋଡ଼ି ଷଡ଼ଯନ୍ତ୍ର’

ଗୁଆହାଟୀ: ଦିସପୁରଠାରେ ଥିବା ଆସାମ ସଚିବାଳୟ ଉପରେ ଆକ୍ରମଣ ପାଇଁ ଅର୍ବାନ୍‌ ନକ୍ସଲ, କିଛି କଂଗ୍ରେସ ନେତା, ଉଗ୍ର ମୁସଲିମ୍‌ ସଂଗଠନ ଏବଂ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ଆଦି ଷଡ଼ଯନ୍ତ୍ର ରଚିଥିଲେ ବୋଲି କହିଛନ୍ତି ଆସାମ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ କହିଛନ୍ତି ଯୋଜନା କରାଯାଇଥିଲା ସଚିବାଳୟରେ ନିଆଁ ଲଗାଇ ଏହାକୁ ପୁରା ଧ୍ୱଂସ କରାଯିବ ଏବଂ ଏଡାକୁ ଏକ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍‌ର ଜଣେ ଏକାଡେମିସିଆନ୍‌ ମନିଟର କରୁଥିଲେ। ଶର୍ମା କହିଛନ୍ତି, “ଦିଲ୍ଲୀର ବସିଥିବା ଜଣେ […]

Assam

Subrat Kumar Nayak
  • Published: Tuesday, 17 December 2019
  • , Updated: 17 December 2019, 08:08 PM IST

ଗୁଆହାଟୀ: ଦିସପୁରଠାରେ ଥିବା ଆସାମ ସଚିବାଳୟ ଉପରେ ଆକ୍ରମଣ ପାଇଁ ଅର୍ବାନ୍‌ ନକ୍ସଲ, କିଛି କଂଗ୍ରେସ ନେତା, ଉଗ୍ର ମୁସଲିମ୍‌ ସଂଗଠନ ଏବଂ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ଆଦି ଷଡ଼ଯନ୍ତ୍ର ରଚିଥିଲେ ବୋଲି କହିଛନ୍ତି ଆସାମ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ କହିଛନ୍ତି ଯୋଜନା କରାଯାଇଥିଲା ସଚିବାଳୟରେ ନିଆଁ ଲଗାଇ ଏହାକୁ ପୁରା ଧ୍ୱଂସ କରାଯିବ ଏବଂ ଏଡାକୁ ଏକ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍‌ର ଜଣେ ଏକାଡେମିସିଆନ୍‌ ମନିଟର କରୁଥିଲେ।

ଶର୍ମା କହିଛନ୍ତି, “ଦିଲ୍ଲୀର ବସିଥିବା ଜଣେ ଏକାଡେମିସିଆନ୍‌ ସୁରକ୍ଷିତ ସ୍ଥାନରେ ରହି ସବୁ ନିୟନ୍ତ୍ରଣ କରୁଥିଲେ ଏବଂ ନିର୍ଦ୍ଦେଶ ଦେଉଥିଲେ। ଆମ ପାଖରେ ପୁରା ଘଟଣାର ଇଲେକ୍ଟ୍ରୋନିକ୍‌ ପ୍ରମାଣ ଅଛି।”

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବାପରେ ଏହାକୁ ନେଇ ବିରୋଧ ଆରମ୍ଭ ହୋଇଛି। ବିଶେଷ କରି ଆସାମ, ପଶ୍ଚିମବଙ୍ଗ ଏବଂ ଦେଶର ଅନ୍ୟ ପ୍ରାନ୍ତରେ ଜଳାପୋଡ଼ା ଦେଖାଦେଇଛି। ତେବେ ଏହାପରେ ଆନ୍ଦୋଳନର ବିଭିନ୍ନ ଦିଗ ସାମ୍ନାକୁ ଆସୁଛି।

ବିଜେପି ନେତା ହିମନ୍ତ ବିଶ୍ୱଶମା ଆସାମର ସଚିବାଳୟ ‘ଜନତା ଭବନ’ ପୋଡ଼ି ନେଇ ଷଡ଼ଯନ୍ତ୍ର ନେଇ ଦାବି କରିଥିଲେ ମଧ୍ୟ କେଉଁ ପ୍ରକାରର ପ୍ରମାଣ ରହିଛି ତାହା ଜଣାଇନଥିଲେ। ତେବେ ସେ କହିଛନ୍ତି, ଏହା ବାସ୍ତବ ରୂପ ନେଇଥିଲେ ଆସାମରେ ଏକ କଳା ଅଧ୍ୟାୟ ହୋଇଥା’ନ୍ତା।

Related story