ମୁଜାଫରନଗର: ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ, ୮ ଆହତ

ମୁଜାଫରନଗର: ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ଅନ୍ତର୍ଗତ ସିକନ୍ଦରପୁର ଗାଁରେ ଆଜି ସାଧାରଣ କଥାକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିବାରୁ ୮ ଜଣ ଲୋକ ଆହତ ହୋଇଛନ୍ତି। ମୁଜାଫରନଗର ସିଟି ଏସ୍‌ପି ସନ୍ତୋଷ ମିଶ୍ରା କହିଛନ୍ତି,“ଏକ ଟ୍ରାକ୍ଟର ଏକ ଶଗଡ଼ ଗାଡ଼ିକୁ ଧକ୍କା ଦେବା କଥାକୁ ନେଇ ଏହି ସଂଘର୍ଷ ହୋଇଥିଲା। ପ୍ରଥମେ ଦୁଇ ସଂପ୍ରଦାୟର କିଛି ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଉଭୟ ପରସ୍ପର ଉପରକୁ ପଥର ଫୋପାଡ଼ି ଥିଲେ। ପଥର […]

up-police

Rakesh Mallick
  • Published: Tuesday, 07 June 2016
  • , Updated: 07 June 2016, 11:50 AM IST

ମୁଜାଫରନଗର: ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ଅନ୍ତର୍ଗତ ସିକନ୍ଦରପୁର ଗାଁରେ ଆଜି ସାଧାରଣ କଥାକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିବାରୁ ୮ ଜଣ ଲୋକ ଆହତ ହୋଇଛନ୍ତି।

ମୁଜାଫରନଗର ସିଟି ଏସ୍‌ପି ସନ୍ତୋଷ ମିଶ୍ରା କହିଛନ୍ତି,“ଏକ ଟ୍ରାକ୍ଟର ଏକ ଶଗଡ଼ ଗାଡ଼ିକୁ ଧକ୍କା ଦେବା କଥାକୁ ନେଇ ଏହି ସଂଘର୍ଷ ହୋଇଥିଲା। ପ୍ରଥମେ ଦୁଇ ସଂପ୍ରଦାୟର କିଛି ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଉଭୟ ପରସ୍ପର ଉପରକୁ ପଥର ଫୋପାଡ଼ି ଥିଲେ। ପଥର ମାଡ଼ରେ ୮ ଜଣ ଆହତ ହୋଇଛନ୍ତି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।”

ବର୍ତ୍ତମାନ ସେଠାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଏସ୍‌ପି କହିଛନ୍ତି।

Related story