ନାଗାସାକି: ଅଗଷ୍ଟ ୬ରେ ପ୍ରଥମ ପରମାଣୁ ବୋମା ପଡିଥିଲା ଜାପାନାର ହିରୋସୀମା ସହରରେ। ଦ୍ୱିତୀୟ ବୋମାଟି ଅଗଷ୍ଟ ୯ରେ ପଡିଥିଲା ଜାପାନର ଦ୍ୱିତୀୟ ସହର ନାଗାସାକିରେ। ଆଉ ଆଜି ଏହି ଘଟଣାକୁ ପୂରିଛି ୭୦ ବର୍ଷ। ନାଗାସାକି ପରମାଣୁ ବୋମା ପଡିବାର ୭୦ ବର୍ଷ ପୂର୍ତ୍ତି ପାଳନ କରିଛି। ଏଥିପାଇଁ ଉକ୍ତ ଆକ୍ରମଣରୁ ବର୍ତ୍ତି ଯାଇଥିବା ତଥା ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ୭୫ଟି ଦେଶର ପ୍ରତିନିଧି ଓ ଅନ୍ୟମାନେ ଏକାଠି ହୋଇଥିଲେ ନାଗାସାକିର ‘ପିସ୍ ପାର୍କ’ରେ। ପାର୍କରେ ଥିବା ଏକ ସୁଉଚ୍ଚ ଧଳା ସ୍ମୃତି ସ୍ତମ୍ଭ ସମ୍ମୁଖରେ ଏମାନେ ସକାଳ ଠିକ୍ ୧୧ଟା ୨ ମିନିଟରେ କିଛି ସମୟ ପାଇଁ ନିରବ ପ୍ରାର୍ଥନା କରିଥିଲେ। ୭୦ ବର୍ଷ ତଳେ ଠିକ୍ ଏହି ସମୟରେ ହିଁ ଆମେରିକା ନାଗାସାକି ସହର ଉପରେ ପରମାଣୁ ବୋମା ‘ଫ୍ୟାଟ୍ ମ୍ୟାନ୍’କୁ ଫୋପାଡିଥିଲା। ଏଥିରେ ୭୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ସୂଚନାଯୋଗ୍ୟ, ଏହାର ତିନିଦିନ ପୂର୍ବରୁ ହିରୋସୀମାରେ ହୋଇଥିବା ପରମାଣୁ ଆକ୍ରମଣରେ ୧ଲକ୍ଷ ୪୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।