ମୁମ୍ବାଇ (ଓଡ଼ିଶା ରିପୋର୍ଟର): ପୁଣି ଏକ ଏକ୍ସପ୍ରେସ ଲାଇନ୍ଚ୍ୟୁତ ହୋଇଛି। ଉତ୍କଳ ଏକ୍ସପ୍ରେସ ଓ କୈଫିୟତ ଏକ୍ସପ୍ରେସ୍ ପରେ ଦୁର୍ଘଟଣାର ଶିକାର ହୋଇଛି ନାଗପୁର-ମୁମ୍ବାଇ ଦୂରନ୍ତ ଏକ୍ସପ୍ରେସ୍। ମହାରାଷ୍ଟ୍ରର ଟିଟୱାଲା ନିକଟରେ ଦୂରନ୍ତର ୫ଟି ବଗି ଓ ଇଞ୍ଜିନ ଲାଇନଚ୍ୟୁତ ହୋଇଯାଇଛି। ଦୁର୍ଘଟଣାରେ ମୃତାହତର କିଛି ସୂଚନା ମିଳିନାହିଁ। ହେଲେ ଏହି ଲାଇନ୍ରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।
ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ପୁରୀ-ଉତ୍କଳ ଏକ୍ସପ୍ରେସ ଉତ୍ତରପ୍ରଦେଶର ମୁଜାଫରନଗର ଖତୈଲିରେ ଲାଇନଚ୍ୟୁତ ହୋଇଯାଇଥିଲା। ଟ୍ରେନ୍ର ୧୪ଟି ବଗି ଧାରଣାରୁ ବାହାରି ଯିବାରୁ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୨ ଜଣ ଆହତ ହୋଇଥିଲେ। ଏହି ଘଟଣାର ୪ ଦିନ ପରେ କାନପୁର ଓ ଇଟାୱା ମଧ୍ୟ ଔରିୟାରେ କୈଫିୟତ ଏକ୍ସପ୍ରେସ୍ ଦୁର୍ଘଟଣା ଗ୍ରସ୍ତ ହୋଇ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣାରେ ଟ୍ରେନ୍ର ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଔରିୟା ଲେଭଲ କ୍ରସିଂରେ ରାତି ପ୍ରାୟ ୨ଟା ୫୦ ମିନିଟରେ ଟ୍ରେନ୍ଟି ଏକ ଡମ୍ଫରକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ଟି ଆଜମଗଡ଼ରୁ ଦିଲ୍ଲୀ ଯାଉଥିଲା।
ଆହୁରି ପଢ଼ନ୍ତୁ: ପୁରୀ-ହରିଦ୍ୱାର ଟ୍ରେନ୍ ଦୁର୍ଘଟଣା: ୨୧ ମୃତ, ୫ ଚିହ୍ନଟଙ୍କ ମଧ୍ୟରେ ଓଡ଼ିଶାର କେହି ନାହାନ୍ତି
ଆହୁରି ପଢ଼ନ୍ତୁ: ପୁଣି ଏକ ଟ୍ରେନ୍ ଦୁର୍ଘଟଣା: ଟ୍ରାକରୁ ବାହାରି ଗଲା କୈଫିୟତ ଏକ୍ସପ୍ରେସ୍ର ୧୦ ବଗି, ୫୦ ଆହତ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।