ନାଇଜେରିଆ: ‍ବୋକୋହାରାମ ଆକ୍ରମଣରେ ୩୦ ମୃତ

ଅମ୍ବୁଜା : ବୁଧବାର ବିଳମ୍ବିତ ରାତିରେ ବୋକୋହାରାମ ଆତଙ୍କୀଙ୍କ ଆକ୍ରମଣ ଫଳରେ ନାଇଜେରିଆ ବୋର୍ଣ୍ଣୋ ପ୍ରଦେଶରେ ୩୦ ଜଣ ନାଗରିକଙ୍କ ପ୍ରାଣହାନୀ ହୋଇଥିବା ବେଳେ ଶତାଧିକ ଗୁରୁତର ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରୁ ଗୁରବାର ସକାଳ ପର୍ଯ୍ୟନ୍ତ ଲାଗାତାର ଆଖିବୁଜା ଗୁଳି ଚାଳନା କରାଯାଇଛି। ସ୍ୱତନ୍ତ୍ର ଇସଲାମିକ ରାଷ୍ଟ୍ର ପ୍ରତିଷ୍ଠା ଦାବିରେ ୱାରର୍ଶଲା ନାମକ ଏକ ନାଇଜେରିଆ କମ୍ୟୁନିଟି ଉପରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ଏଥିରେ ବହୁ ସାଧରଣ ନାଗରିକଙ୍କ ବାସଗୃହ ଜଳି ଯିବା ସହ […]

bokoharam

Rakesh Mallick
  • Published: Thursday, 16 July 2015
  • , Updated: 04 May 2017, 03:45 PM IST

ଅମ୍ବୁଜା : ବୁଧବାର ବିଳମ୍ବିତ ରାତିରେ ବୋକୋହାରାମ ଆତଙ୍କୀଙ୍କ ଆକ୍ରମଣ ଫଳରେ ନାଇଜେରିଆ ବୋର୍ଣ୍ଣୋ ପ୍ରଦେଶରେ ୩୦ ଜଣ ନାଗରିକଙ୍କ ପ୍ରାଣହାନୀ ହୋଇଥିବା ବେଳେ ଶତାଧିକ ଗୁରୁତର ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରୁ ଗୁରବାର ସକାଳ ପର୍ଯ୍ୟନ୍ତ ଲାଗାତାର ଆଖିବୁଜା ଗୁଳି ଚାଳନା କରାଯାଇଛି। ସ୍ୱତନ୍ତ୍ର ଇସଲାମିକ ରାଷ୍ଟ୍ର ପ୍ରତିଷ୍ଠା ଦାବିରେ ୱାରର୍ଶଲା ନାମକ ଏକ ନାଇଜେରିଆ କମ୍ୟୁନିଟି ଉପରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ଏଥିରେ ବହୁ ସାଧରଣ ନାଗରିକଙ୍କ ବାସଗୃହ ଜଳି ଯିବା ସହ ଗୁଳିମାଡରେ ଗୁରୁତର ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ ଗତ ଜୁନ ସାମ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ବୋକୋହାରାମର ଆକ୍ରମଣରେ ନାଇଜେରିଆର ବୋର୍ଣ୍ଣୋ ପ୍ରଦେଶର ୧ହଜାରରୁ ଅଧିକ ସାଧାରଣ ନାଗରିକଙ୍କ ମୃତାହତ ହୋଇଥିବା ଜଣାପଡିଛି।

Related story