କାଠମାଣ୍ଡୁ: ନେପାଳର ପିଛା ଛାଡୁନାହିଁ ପ୍ରାକୃତିକ ବିତ୍ପାତ। ପଶ୍ଚିମ ନେପାଳରେ ତିନିଦିନ ଧରି ୩ଟି ଗାଁରେ ଭୂ-ସ୍ଖଳନ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ଭୁ-ସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଜଣେ କୈଲାଲି ଜିଲ୍ଲାର ହୋଇଥିବାବେଳେ ଆଉ ତିନିଜଣ ଦୋତି ଓ କୋଚନପୁର ଜିଲ୍ଲାର। ଭୂ-ସ୍ଖଳନ ହୋଇଥିବା ୩ଟି ଗାଁରେ୨,୫୦୦ ଘର ଭାଙ୍ଗିଯାଇଛି। ଆଉ କିଛି ଗାଁରେ ଭୂ- ସ୍ଖଳନ ଯୋଗୁ ରାସ୍ତା ଗୁଡିକ କ୍ଷତିଗ୍ରସ୍ତ ହୋଇଛି।
ସୂଚନାଯୋଗ୍ୟ, ନେପାଳର ବୁଧବାର ଓ ଗୁରୁବାର ପ୍ରବଳ ବର୍ଷା ହୋଇଥିଲା। ପଶ୍ଚିମ କାଠମାଣ୍ଡୁ ୨୦୦ କିମି ଦୂରରେ ଥିବା ଗୋରାଖ ଜିଲ୍ଲାରେ ଅଧିକ ଭୁ-ସ୍ଖଳନ ହୋଇଛି। ନଦୀ କୂଳରେ ବାସ କରୁଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ତାନାନ୍ତରିତ କରାଯାଇଛି।