ଆଉ ନାହାନ୍ତି ଭଜନ ସମ୍ରାଟ ନରେନ୍ଦ୍ର, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ: ପ୍ରସିଦ୍ଧ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲ ଆଉ ନାହାନ୍ତି। ଆଜି ଦିଲ୍ଲୀର ଗୋଟିଏ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଏକାଧିକ ଭଜନ ଗୀତ ଗାଇଥିବା ନରେନ୍ଦ୍ରଙ୍କୁ ମୃତ୍ୟୁ ବେଳକୁ ୮୦ ବର୍ଷ ବୟସ ହୋଇଥିଲା। ଦେଶ ଆଜି ଜଣେ ପ୍ରଖ୍ୟାତ ଭଗନ ଗାୟଙ୍କୁ ହରାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ନରେନ୍ଦ୍ର ଚଞ୍ଚଲ ଜୀଙ୍କ ଦେହାନ୍ତ ଖବର ପାଇ ମୁଁ ଗଭୀର ଭାବେ ମର୍ମାହତ। ସେ ବିଶ୍ୱ […]

uy

Hemant Lenka
  • Published: Friday, 22 January 2021
  • , Updated: 22 January 2021, 05:33 PM IST

ନୂଆଦିଲ୍ଲୀ: ପ୍ରସିଦ୍ଧ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲ ଆଉ ନାହାନ୍ତି। ଆଜି ଦିଲ୍ଲୀର ଗୋଟିଏ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଏକାଧିକ ଭଜନ ଗୀତ ଗାଇଥିବା ନରେନ୍ଦ୍ରଙ୍କୁ ମୃତ୍ୟୁ ବେଳକୁ ୮୦ ବର୍ଷ ବୟସ ହୋଇଥିଲା। ଦେଶ ଆଜି ଜଣେ ପ୍ରଖ୍ୟାତ ଭଗନ ଗାୟଙ୍କୁ ହରାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, “ନରେନ୍ଦ୍ର ଚଞ୍ଚଲ ଜୀଙ୍କ ଦେହାନ୍ତ ଖବର ପାଇ ମୁଁ ଗଭୀର ଭାବେ ମର୍ମାହତ। ସେ ବିଶ୍ୱ ଭଜନ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ମୁଁ ତାଙ୍କ ପରିବାର ଓ ଫ୍ୟାନମାନଙ୍କୁ ସମବେଦନା ଜଣାଉଛି।”

ଅସୁସ୍ଥତା କାରଣରୁ ନରେନ୍ଦ୍ର ଚଞ୍ଚଲ ନଭେମ୍ବର ୨୭ରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ସେ ଭଜନ ସହ ଏକାଧିକ ହିନ୍ଦୀ ଫିଲ୍ମରେ ମଧ୍ୟ କଣ୍ଠଦାନ କରିଛନ୍ତି।


ବବି ଫିଲ୍ମରେ ସେ ଗାଇଥିବା ବେଶକ ମନ୍ଦିର ମସଜିଦ ଗୀତ ପାଇଁ ତାଙ୍କୁ ୧୯୭୩ରେ ପୁରସ୍କାର ମଧ୍ୟ ମିଳିଥିଲା। ଏହାବାଦ ଅମ୍ବେ ତୁ ହୈ ଜଗଦମ୍ବେ କାଳୀ, ହନୁମାନ ଚାଳିଶା, ସଙ୍କଟ ମୋଚନ ନାମ ତିହାରୋ, ରାମ ସେ ବଡ଼ା ରାମକା ନାମ ଭଳି ଅନେକ ଲୋକ ପ୍ରିୟ ଭଜନରେ କଣ୍ଠଦାନ କରି ନରେନ୍ଦ୍ର ଚଞ୍ଚଲ ଘରେଘରେ ପହଞ୍ଚି ପାରିଥିଲେ।


ଆଜି ତାଙ୍କ ବିୟୋଗରେ ମୋଦିଙ୍କ ବ୍ୟତୀତ ସଂସ୍କୃତି ମନ୍ତ୍ରଣାଳୟ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Related story