'ଚାଷୀ ଆନ୍ଦୋଳନ ବେଳେ ଉମାର ଖାଲିଦର ପୋଷ୍ଟର କାହିଁକି?'

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ବେଳେ ଦେଶଦ୍ରୋହୀ ଅଭିଯୋଗରେ ଗିରଫ୍ ହୋଇଥିବା ବ୍ୟକ୍ତିଙ୍କ ବ୍ୟାନରକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଚାଷୀ ଆନ୍ଦୋଳନ ବେଳେ ଏମାନେ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ଅସଲରେ ଚାଷୀ ଆନ୍ଦୋଳନ ହାଇଜାକ କରାଯାଇଛି ବୋଲି ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି। ଗୁରୁବାର ପାଖରୁ ଦିଲ୍ଲୀର ଟିକରି ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ମଞ୍ଚ ପାଖରେ ଏକ ଆପତ୍ତିଜନକ ବ୍ୟାନର ଦେଖିବାକୁ […]

narendra-singh-tomar

Subhransu Sekhar
  • Published: Friday, 11 December 2020
  • , Updated: 11 December 2020, 10:49 PM IST

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ବେଳେ ଦେଶଦ୍ରୋହୀ ଅଭିଯୋଗରେ ଗିରଫ୍ ହୋଇଥିବା ବ୍ୟକ୍ତିଙ୍କ ବ୍ୟାନରକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଚାଷୀ ଆନ୍ଦୋଳନ ବେଳେ ଏମାନେ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ଅସଲରେ ଚାଷୀ ଆନ୍ଦୋଳନ ହାଇଜାକ କରାଯାଇଛି ବୋଲି ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି।

ଗୁରୁବାର ପାଖରୁ ଦିଲ୍ଲୀର ଟିକରି ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ମଞ୍ଚ ପାଖରେ ଏକ ଆପତ୍ତିଜନକ ବ୍ୟାନର ଦେଖିବାକୁ ମିଳିଛି। ଏହି ବ୍ୟାନରରେ ଦେଶଦ୍ରୋହ ଅଭିଯୋଗରେ କିଛି ଗିରଫ ଏବଂ କିଛି ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଛି।

ବ୍ୟାନରରେ ଦଙ୍ଗା ଅଭିଯୁକ୍ତ ଉମର ଖାଲିଦ, ଶାର୍ଜିଲ ଇମାମ, ଗୌତମ ନବଲାଖା, ସୁଧା ଭରଦ୍ୱାଜ, ବରବରା ରାଓ ଏବଂ ଆନନ୍ଦ ଟେଲ୍ଟମ୍ବଡେଙ୍କ ପରି ବ୍ୟକ୍ତିଙ୍କ ଫଟୋ ରହିଛି। ଚାଷୀ ଆନ୍ଦୋଳନ ବସିଥିବା ଲୋକମାନେ ଏବେ ଏହି ଅଭିଯୁକ୍ତମାନଙ୍କୁ ମୁକ୍ତ କରିବା ପାଇଁ ନାରା ଦେଇଥିବା ଦେଖିବାକୁ ମିଳିଛି। ଦେଶକୁ ବିଭାଜନ କରିବା, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ବିଭ୍ରାନ୍ତ କରିବା, ଜିହାଦ ଷଡଯନ୍ତ୍ର କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡଯନ୍ତ୍ର କରିବା ଅଭିଯୋଗରେ ଏ ସମସ୍ତ ଅଭିଯୁକ୍ତଙ୍କ ଉପରେ ବିଚାର ଚାଲିଛି। କିଛି ଜେଲରୁ ମୁକିଳିଛନ୍ତି।

ଏହି ଦେଶଦ୍ରୋହୀ ଅଭିଯୁକ୍ତଙ୍କୁ ପ୍ଲାଟଫର୍ମ ଦେଇଥିବା ଭାରତ କିସାନ ୟୁନିଅନ ଇଣ୍ଟିଗ୍ରେସନ୍ ଉଗ୍ରହାନର କାର୍ଯ୍ୟକର୍ତ୍ତାମାନେ ସ୍ଲୋଗାନ ଦେଇ କହିଥିଲେ ଯେ ଏହି ଲୋକମାନେ ମଣିଷ ଓ ଜଙ୍ଗଲ ସୁରକ୍ଷା ପାଇଁ ଲଢ଼େଇ କରୁଛନ୍ତି। ସେଥିପାଇଁ ସରକାର ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଚିତ୍ରଣ କରୁଛନ୍ତି। ସରକାର ଏହି ସାମାଜିକ କର୍ମୀଙ୍କୁ ଯଥାଶୀଘ୍ର ମୁକ୍ତ କରିବା ଦରକାର ବୋଲି ସେମାନେ କହିଛନ୍ତି।

ତୋମାର କହିଛନ୍ତି ଯେ ଏମଏସପି ଏବଂ ଆଇନର ସଂଶୋଧନ ଚାଷୀଙ୍କ ଦାବି ରହିଛି। ହେଲେ ଚାଷୀ ଆନ୍ଦୋଳନ ବେଳେ ଦିଲ୍ଲୀ ଦଙ୍ଗା ଅଭିଯୁକ୍ତଙ୍କ ପୋଷ୍ଟର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ଚାଷୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଭାରତ ସରକାର ଚିନ୍ତିତ। ଏଥିପାଇଁ ଆଇନ ପ୍ରସ୍ତୁତ କରିଛନ୍ତି। ସରକାର ଆଲୋଚନା ଜରିଆରେ ଏହାର ଉନ୍ନତି କରିବାକୁ ପ୍ରସ୍ତୁତ। ଶୀତ ସହିତ କରୋନା ଭୟ ରହିଛି ତେଣୁ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିବା ଦରକାର ବୋଲି ସେ କହିଛନ୍ତି। ଏହି ଆନ୍ଦୋଳନ ପାଇଁ ଅନେକ ଲୋକ ଅସୁବିଧାରେ ପଡ଼ିଛନ୍ତି, ଦିଲ୍ଲୀର ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଚାଷୀଙ୍କ ସ୍ୱାର୍ଥକୁ ଦେଖି ଆନ୍ଦୋଳନ ଶେଷ କରିବା ଉଚିତ୍ ବୋଲି ସେ କହିଛନ୍ତି।

Related story