ନୂଆଦିଲ୍ଲୀ: ବିକ୍ରମ୍କୁ ଠାବ କରିବା ପାଇଁ ଇସ୍ରୋ ପୂରା ଦମ୍ ଲଗାଇ ଦେଇଥିବାବେଳେ ବର୍ତ୍ତମାନ ଆମେରିକାର ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡ୍ମିନ୍ଷ୍ଟ୍ରେସନ୍ (ନାସା) ମଧ୍ୟ ଏଥିରେ ସାମିଲ ହୋଇଛି। ବର୍ତ୍ତମାନ ଚନ୍ଦ୍ରକୁ ପ୍ରଦିକ୍ଷଣ କରୁଥିବା ନାସାର ଏକ ଅର୍ବିଟରକୁ ବ୍ୟବହାର କରି ନାସା ବିକ୍ରମ ଅବତରଣ ସ୍ଥାନର ଫଟୋ ପଠାଇବ।
ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧୭ ତାରିଖରେ ଏହି ସ୍ଥାନ ଦେଇ ନାସାର ଅର୍ବିଟର ଗତି କରିବାର ଅଛି। ନାସା ଅର୍ବିଟର ଏହି ସମୟରେ ଅବତରଣ ସ୍ଥଳର ଫଟୋ ଉଠାଇବା ସହ ଏସବୁକୁ ଇସ୍ରୋକୁ ଦେବ। ଏହି ଫଟୋକୁ ବ୍ୟବହାର କରି ଇସ୍ରୋ ଡାଟା ଆନାଲିସିସ୍ କରିବ।
ଅନ୍ୟପକ୍ଷରେ କିଛି ଭାରତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ନାସା ବିକ୍ରମକୁ ଯୋଗାଯୋଗ କରିବାର ପ୍ରୟାସ ଆରମ୍ଭ କରିସାରିଛି। ଏହା ‘ଡିପ୍ ସ୍ପେସ୍ ନେଟ୍ୱର୍କ’ ଆକ୍ଟିଭେଟ୍ କରି ବିକ୍ରମ ସହ ସମ୍ପର୍କ ସ୍ଥାପନର ପ୍ରୟାସ କରୁଛି। ଏହା ବିକ୍ରମକୁ ଲକ୍ଷ୍ୟ କରି ଏକ ରେଡିଓ ଫ୍ରିକ୍ୱେନ୍ସି ପଠାଇଥିବା ଏକ ଗଣମାଧ୍ୟମ ଲେଖିଛି।