ନୂଆଦିଲ୍ଲୀ: ମହାକାଶର ରହସ୍ୟ ସଂପର୍କରେ ଜାଣିବା ପାଇଁ ବୈଜ୍ଞାନିକମାନେ ଅହରହ ଗବେଷଣା ଚଳାଇଛନ୍ତି। ଲୋକେ କହନ୍ତି ମହାକାଶରେ ‘ସ୍ୱର୍ଗ’ ଅଛି। ଏହାକୁ ବୈଜ୍ଞାନିକମାନେ ଆଦୌ ମାନନ୍ତି ନାହିଁ। କିନ୍ତୁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପୃଥିବୀ ଠାରୁ ୪୪ ମିଲିୟନ ପ୍ରକାଶ ବର୍ଷ ଦୂରରେ ଏମିତି ଏକ ଦୃଶ୍ୟ ଦେଖିଛନ୍ତି ଯାହା ସ୍ୱର୍ଗ ଠାରୁ କିଛି କମ୍ ନୁହେଁ। ଦୂରବୀକ୍ଷଣରେ ଦେଖିଲେ ଲାଗୁଛି କୌଣସି ସହରର ଫଟୋ ଉଠାଯାଇଛି। ବାସ୍ତବରେ ଏହା ହେଉଛି ଏକ ଆକାଶଗଙ୍ଗା। ଏହାର ନାମ ରଖାଯାଇଛି NGC-5949। ଏହା ଏକ ସର୍ପିଳ ଆକୃତିର ନକ୍ଷତ୍ରପୁଞ୍ଜ। ଏହା ବିଷୟରେ ଜାଣିବା ପାଇଁ ବୈଜ୍ଞାନିକାନେ ଜୋରସୋରରେ ଲାଗି ପଡ଼ିଛନ୍ତି। ଏହି ଦୃଶ୍ୟକୁ ହବଲ ସ୍ପେସ୍ ଟେଲିସ୍କୋପ୍ରୁ ଦେଖା ଯାଇଛି। ଏଥିରୁ ବାହାରୁ ଥିବା ଦୁଗ୍ଧ ରଙ୍ଗର କିରଣ ସହଜରେ ଦେଖି ହେଉଛି। ଏହାର ଏକ କାରଣ ହେଉଛି ଏହା ପୃଥିବୀର ଖୁବ୍ ନିକଟରେ ଅଛି। ଅନ୍ୟମାନଙ୍କ ତୁଳନାରେ ଏହା କ୍ଷୁଦ୍ର ଆକାଶଗଙ୍ଗା। ବିଜ୍ଞାନ ଭାଷାରେ ଏହାକୁ ‘ଡ୍ୱାର୍ଫ ଗାଲେକ୍ସି’ କୁହାଯାଉଛି।
କ’ଣ ଏହି ଆକାଶଗଙ୍ଗା
ବହୁତ ଗୁଡ଼ାଏ ଗ୍ରହ ମିଶିଲେ ସୌରମଣ୍ଡଳ ଗଠନ ହୋଇଥାଏ। ସେହିଭଳି ଲକ୍ଷ ଲକ୍ଷ କୋଟି କୋଟି ଗ୍ରହ ମିଶି ଆକାଶଗଙ୍ଗା ତିଆରି ହୋଇଥାଏ। ଆମ ପୃଥିବୀ ଯେପରି ସୌରମଣ୍ଡଳର ଏକ ଅଂଶ ଠିକ୍ ସେହିପରି ସୌରମଣ୍ଡଳ ଆକାଶଗଙ୍ଗାର ଏକ ଅଂଶ। ଆକାଶଗଙ୍ଗା ଏକ ବଡ଼ ରୂପ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।