୩୭୦ ଉଚ୍ଛେଦ ବିରୋଧରେ ସୁପ୍ରିମ୍‌କୋର୍ଟ ଗଲା ନ୍ୟାସନାଲ କନ୍‌ଫରେନ୍ସ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ସାମ୍ବିଧାନିକ ପରିବର୍ତ୍ତନ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ନ୍ୟାସନାଲ କନ୍‌ଫରେନ୍ସ। ଏହି ଆବେଦନରେ ଦର୍ଶାଯାଇଛି ଏପରି କରି ସରକାର ନାଗରିକଙ୍କ ବିନା ପରାମର୍ଶରେ ସେମାନଙ୍କ ଅଧିକାର ଛଡ଼ାଇ ନେଇଛନ୍ତି। ସଂସଦରେ ଏହି ସମ୍ପର୍କିତ ବିଲ୍‌ ପାରିତ ହେବା ଏବଂ ରାଷ୍ଟ୍ରପତି ଏହାକୁ ଅନୁମୋଦନ ଦେବା ‘ଅସାମ୍ବିଧାନିକ’ ବୋଲି ଏଥିରେ ଯୁକ୍ତି କରାଯାଇଛି। ଏଥିରେ ଆବେଦନ କରାଯାଇଛି ଉପରୋକ୍ତ ସମସ୍ତ ନିଷ୍ପତ୍ତିକୁ କୋର୍ଟ ‘ଅବୈଧ ଏବଂ ଅଚଳ ଦର୍ଶାନ୍ତୁ’। ଏନ୍‌ସିର ଦୁଇ ଲୋକସଭା ସାଂସଦ […]

370

370

Subrat Kumar Nayak
  • Published: Saturday, 10 August 2019
  • Updated: 10 August 2019, 04:49 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ସାମ୍ବିଧାନିକ ପରିବର୍ତ୍ତନ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ନ୍ୟାସନାଲ କନ୍‌ଫରେନ୍ସ। ଏହି ଆବେଦନରେ ଦର୍ଶାଯାଇଛି ଏପରି କରି ସରକାର ନାଗରିକଙ୍କ ବିନା ପରାମର୍ଶରେ ସେମାନଙ୍କ ଅଧିକାର ଛଡ଼ାଇ ନେଇଛନ୍ତି। ସଂସଦରେ ଏହି ସମ୍ପର୍କିତ ବିଲ୍‌ ପାରିତ ହେବା ଏବଂ ରାଷ୍ଟ୍ରପତି ଏହାକୁ ଅନୁମୋଦନ ଦେବା ‘ଅସାମ୍ବିଧାନିକ’ ବୋଲି ଏଥିରେ ଯୁକ୍ତି କରାଯାଇଛି। ଏଥିରେ ଆବେଦନ କରାଯାଇଛି ଉପରୋକ୍ତ ସମସ୍ତ ନିଷ୍ପତ୍ତିକୁ କୋର୍ଟ ‘ଅବୈଧ ଏବଂ ଅଚଳ ଦର୍ଶାନ୍ତୁ’।

ଏନ୍‌ସିର ଦୁଇ ଲୋକସଭା ସାଂସଦ ମହମ୍ମଦ ଆକବର ଲୋନ୍‌ ଏବଂ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ହସନୈନ୍‌ ମାସୁଦି ଏହି ପିଟିସନ୍‌ ଦାଖଲ କରିଛନ୍ତି। ଲୋନ୍‌ ପୂର୍ବରୁ ଜମ୍ମୁ କଶ୍ମୀର ବିଧାନସଭାର ବାଚସ୍ପତି ଦାୟିତ୍ୱ ତୁଲାଇ ସାରିଛନ୍ତି। ଅନ୍ୟପକ୍ଷରେ ମାସୁଦି ଜମ୍ମୁକଶ୍ମୀର ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି। ସେ ୨୦୧୫ ମସିହାରେ ରାୟ ଦେଇଥିଲେ ଯେ ୩୭୦ ସମ୍ବିଧାନର ଏକ ସ୍ଥାୟୀ ଧାରା। ଏ ଦୁହେଁ ସେମାନଙ୍କ ପିଟିସନ୍‌ରେ ଜମ୍ମୁକଶ୍ମୀର ପୁର୍ନଗଠନ ଆଇନ ୨୦୧୯ ଏବଂ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକୁ ବିରୋଧ କରିଛନ୍ତି। ସେମାନେ ଜମ୍ମୁକଶ୍ମୀରକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ନିଷ୍ପତ୍ତିକୁ ମଧ୍ୟ ବିରୋଧ କରିଛନ୍ତି। ସେମାନେ ସମ୍ବିଧାନର ଧାରା ୧୪ ଏବଂ ୨୧ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ଜମ୍ମୁକଶ୍ମୀରବାସୀଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହେଉଥିବା କହିଛନ୍ତି।

ଏହି ଆବେଦନରେ କୁହାଯାଇଛି, କୋର୍ଟ ସ୍ପଷ୍ଟ କରନ୍ତୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଆଧାରରେ ‘ଏକ ପାଖିଆ’ ଭାବେ କୌଣସି ସଂଘୀୟ ବ୍ୟବସ୍ଥା ଉଠାଯାଇପାରିବ କି ନାହିଁ। ଏହି ଆବେଦନରେ ସେମାନେ କହିଛନ୍ତି, ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସଂଘୀୟ ବ୍ୟବସ୍ଥାର ବିରୋଧୀ।

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ଶୁକ୍ରବାର ଜମ୍ମୁ କଶ୍ମୀରକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ପାଇଁ ସଂସଦରେ ପାସ ହୋଇଥିବା ବିଲକୁ ଅନୁମୋଦନ କରିଛନ୍ତି। ଏହା ଅକ୍ଟୋବର ୩୧ ତାରିଖରୁ ଲାଗୁ ହେବ। ଅକ୍ଟୋବର ୩୧ ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ। ସେ ହିଁ ଭାରତ ସ୍ୱାଧୀନତା ପରେ ୫୬୫ଟି ଛୋଟ ବଡ଼ ଗଡ଼ଜାତ ପ୍ରଦେଶକୁ ଭାରତ ସହିତ ମିଶ୍ରଣ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story