ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ନାଚୁରାଲ୍ ହିଷ୍ଟ୍ରି ଅଟ୍ଟାଳିକାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ନାଚୁରାଲ୍ ହିଷ୍ଟ୍ରିର ଅଟ୍ଟାଳିକାରେ ସୋମବାର ରାତି ପ୍ରାୟ ଗୋଟାଏରେ ନିଆଁ ଲାଗିଯାଇଥିଲା। ଦମକଳ ବାହିନୀର ୪୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ମ୍ୟୁଜିୟମ୍‌ର ବହୁ ସମ୍ପତ୍ତି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଏହାସହ ବହୁ ଜିନିଷ ପତ୍ର ଓ ଦସ୍ତାବିଜ୍ ଜଳି ନଷ୍ଟ ହୋଇଯାଇଥିବା କୁହାଯାଉଛି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ନିଆଁ ଲିଭାଇବା ସମୟରେ ଅଗ୍ନିଶମ ବିଭାଗର ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। […]

fair

Rakesh Mallick
  • Published: Tuesday, 26 April 2016
  • , Updated: 26 April 2016, 10:05 AM IST

ନୂଆଦିଲ୍ଲୀ: ଦିଲ୍ଲୀର ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ନାଚୁରାଲ୍ ହିଷ୍ଟ୍ରିର ଅଟ୍ଟାଳିକାରେ ସୋମବାର ରାତି ପ୍ରାୟ ଗୋଟାଏରେ ନିଆଁ ଲାଗିଯାଇଥିଲା। ଦମକଳ ବାହିନୀର ୪୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ମ୍ୟୁଜିୟମ୍‌ର ବହୁ ସମ୍ପତ୍ତି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଏହାସହ ବହୁ ଜିନିଷ ପତ୍ର ଓ ଦସ୍ତାବିଜ୍ ଜଳି ନଷ୍ଟ ହୋଇଯାଇଥିବା କୁହାଯାଉଛି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।

ନିଆଁ ଲିଭାଇବା ସମୟରେ ଅଗ୍ନିଶମ ବିଭାଗର ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୬ ମହଲାର ଏହି ମ୍ୟୁଜିୟମର ଉପର ମହଲାରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିଲା। କିଛି ସମୟ ମଧ୍ୟରେ ନିଆଁ ପୂରା ମ୍ୟୁଜିୟମକୁ ବ୍ୟାପି ଯାଇଥିଲା। ମ୍ୟୁଜିୟମର ତୃତୀୟ ମହଲା ପର୍ଯ୍ୟନ୍ତ ପ୍ରଦର୍ଶନୀ ହେଉଥିଲା। କୋଠାର ପଞ୍ଚମ ଓ ଷଷ୍ଠ ମହଲାରେ ମ୍ୟୁଜିୟମ ଡାଇରେକ୍ଟର, ଗବେଷଣାଠାରୁ ଆରମ୍ଭ କରି ସବୁ ବିଭାଗର କାର୍ଯ୍ୟାଳୟ ଥିଲା।

Related story