ପାକିସ୍ତାନ ଯିବାକୁ ଅନୁମତି ପାଇଲେ ସିଦ୍ଧୁ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରଣାଳୟ ଶେଷରେ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ପାକିସ୍ତାନ ପଟେ ଥିବା କର୍ତ୍ତାରପୁର କରିଡର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବାକୁ ଅନୁମତି ପ୍ରଦାନ କରିଛନ୍ତି। ସେ ଲଗାତାର ତୃତୀୟ ଚିଠି ଲେଖିବା ପରେ ଭାରତ ସରକାରଙ୍କ ପକ୍ଷରୁ ଏହି ଅନୁମତି ଦିଆଯାଇଛି। ସେ ଏହି ଉତ୍ସବରେ ଯୋଗଦେବା ପାଇଁ ଶନିବାର କେନ୍ଦ୍ର ସରକାରଙ୍କଠାରୁ ପଲିଟିକାଲ କ୍ଲିଅରାନ୍ସ ଆବେଦନ କରିଥିଲେ। ଏହା ପୂର୍ବରୁ ତାଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପାକିସ୍ତାନ ଯିବାକୁ ନିମନ୍ତ୍ରଣ କରିଥିଲେ। […]

siddhu

Subrat Kumar Nayak
  • Published: Thursday, 07 November 2019
  • , Updated: 07 November 2019, 09:59 PM IST

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରଣାଳୟ ଶେଷରେ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ପାକିସ୍ତାନ ପଟେ ଥିବା କର୍ତ୍ତାରପୁର କରିଡର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବାକୁ ଅନୁମତି ପ୍ରଦାନ କରିଛନ୍ତି। ସେ ଲଗାତାର ତୃତୀୟ ଚିଠି ଲେଖିବା ପରେ ଭାରତ ସରକାରଙ୍କ ପକ୍ଷରୁ ଏହି ଅନୁମତି ଦିଆଯାଇଛି।

ସେ ଏହି ଉତ୍ସବରେ ଯୋଗଦେବା ପାଇଁ ଶନିବାର କେନ୍ଦ୍ର ସରକାରଙ୍କଠାରୁ ପଲିଟିକାଲ କ୍ଲିଅରାନ୍ସ ଆବେଦନ କରିଥିଲେ। ଏହା ପୂର୍ବରୁ ତାଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପାକିସ୍ତାନ ଯିବାକୁ ନିମନ୍ତ୍ରଣ କରିଥିଲେ। ମିଳିଥିବା ଅନୁମତି ଅନୁଯାୟୀ, ସିଦ୍ଧୁ ନଭେମ୍ବର ୯ ତାରିଖରେ କର୍ତ୍ତାରପୁର ସାହିବ କରିଡର ଯିବେ।

ଅନ୍ୟପକ୍ଷରେ ତାଙ୍କୁ ପାକିସ୍ତାନ ପକ୍ଷରୁ ଭିସା ମଧ୍ୟ ମିଳିଯାଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସେ କର୍ତ୍ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ସାମିଲ ହେବାପାଇଁ ତାଙ୍କ ପାଇଁ ଭିସା ମଞ୍ଜୁର କରାଯାଇଛି।

Related story