ଅନୁପ୍ରବେଶ କରିଥିବା ଚାଇନା ଜାହାଜକୁ ଘଉଡ଼ାଇଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ପୋର୍ଟ ବ୍ଲେୟାର ନିକଟ ଭାରତୀୟ ଜଳପଥରେ ପ୍ରବେଶ କରିଥିବା ଏକ ସନ୍ଦିଗ୍ଧ ଚାଇନା ଜାହାଜକୁ ଭାରତୀୟ ନୌସେନା ଘଉଡ଼ାଇ ଦେଇଥିବା ଖବର ଆଜି ସାମ୍ନାକୁ ଆସିଛି। ଚାଇନାର ଶି ୟାନ ୧ ଜାହାଜ ଏଠାରେ ଅନୁସନ୍ଧାନ କରିବାକୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟାର ଦେଇ ଭାରତୀୟ ଜଳପଥରେ ପ୍ରବେଶ କରିଥିଲା। ତେବେ ଭାରତୀୟ ଜଳପଥରେ ଜଗି ରହିଥିବା ନୌସେନାର ଜାହାଜ ଏହାକୁ ଠାବ କରିବା ସହ ଆଗକୁ ବଢ଼ିବାକୁ ଦେଇ ନଥିଲା। ଭାରତୀୟ ନୌସେନାର […]

d

Hemant Lenka
  • Published: Tuesday, 03 December 2019
  • , Updated: 03 December 2019, 04:06 PM IST

ନୂଆଦିଲ୍ଲୀ: ପୋର୍ଟ ବ୍ଲେୟାର ନିକଟ ଭାରତୀୟ ଜଳପଥରେ ପ୍ରବେଶ କରିଥିବା ଏକ ସନ୍ଦିଗ୍ଧ ଚାଇନା ଜାହାଜକୁ ଭାରତୀୟ ନୌସେନା ଘଉଡ଼ାଇ ଦେଇଥିବା ଖବର ଆଜି ସାମ୍ନାକୁ ଆସିଛି। ଚାଇନାର ଶି ୟାନ ୧ ଜାହାଜ ଏଠାରେ ଅନୁସନ୍ଧାନ କରିବାକୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟାର ଦେଇ ଭାରତୀୟ ଜଳପଥରେ ପ୍ରବେଶ କରିଥିଲା।

ତେବେ ଭାରତୀୟ ଜଳପଥରେ ଜଗି ରହିଥିବା ନୌସେନାର ଜାହାଜ ଏହାକୁ ଠାବ କରିବା ସହ ଆଗକୁ ବଢ଼ିବାକୁ ଦେଇ ନଥିଲା। ଭାରତୀୟ ନୌସେନାର ପ୍ରତିବାଦ ପରେ ଚାଇନାର ଏହି ଜାହାଜଟି ପୁଣିଥରେ ନିଜ ସୀମାକୁ ଚାଲି ଯାଇଥିଲା।

ସୂତ୍ର ଅନୁସାରେ, ଭାରତୀୟ ମହାସାଗର ଅଞ୍ଚଳ ଓ ଦକ୍ଷିଣ-ପୂର୍ବ ଏସିଆନ ଅଞ୍ଚଳରେ ଗୁଇନ୍ଦାଗିରି କରିବାକୁ ଏବଂ ଏଠାରେ ଭାରତର କାର୍ଯ୍ୟକଳାର ତଥ୍ୟ ହାସଲ କରିବା ପାଇଁ ଚାଇନା ଏଭଳି ଜାହାଜ ପଠାଇଥିବା କୁହାଯାଉଛି।

ପ୍ରଥମେ ନୌସେନାର ସର୍ଭେଲାନ୍ସ ଜାହାଜଟି ଚାଇନା ଜାହାଜର ଅନୁପ୍ରବେଶକୁ ଠାବ କରିଥିଲା। ଏହାପରେ ନୌସେନା ପକ୍ଷରୁ ଏହାକୁ ଘୋଡ଼ାଇବା ପାଇଁ ଏକ ଯୁଦ୍ଧ ଜାହାଜ ପଠା ଯାଇଥିଲା। ଇଣ୍ଡିଆନ ଏକ୍ସଲୁସିଭ ଇକୋନୋମିକ ଜୋନ୍‌(ଇଇଜେଡ୍‌)ରେ ଆଇନ ଅନୁଯାୟୀ କୌଣସି ବିଦେଶୀ ରାଷ୍ଟ୍ରର ଜାହାଜ କିମ୍ବା ଯେକୌଣସି ଯନ୍ତ୍ର ରିସର୍ଚ୍ଚ କରିପାରିବ ନାହିଁ।

ତେବେ ଏହାକୁ ଉଲ୍ଲଙ୍ଘନ କରି ଚାଇନା ଜାହାଜ ଏଠାରେ ରିସର୍ଚ୍ଚ କରିବାକୁ ଆଗେଇ ଆସିଥିଲା। ଭାରତୀୟ ନୌସେନାର ଏହାର ପ୍ରତିବାଦ କରିବା ସହ ଜାହାଜଟିକୁ ତୁରନ୍ତ ନିଜ ସୀମାକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲା।

ଏହାପୂର୍ବରୁ ଭାରତୀୟ ମହାସାଗର ନିକଟରେ ୭ଟି ଚାଇନିଜ ଯୁଦ୍ଧ ବିମାନ ଚଳପ୍ରଚଳ କରୁଥିବା ନୌସେନା ଠାବ କରିଥିଲା। ସେବେଠାରୁ ହିଁ ନୌସେନା ଚାଇନାର ସମସ୍ତ ଜାହାଜ ଉପରେ ତୀକ୍ଷ୍ଣ ନଜର ରଖିଛି।

Related story