ଡ୍ରଗ୍ସ କିଣୁଥିବା ବେଳେ ରଙ୍ଗେ ହାତ ଧରାପଡ଼ିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ବଲିଉଡରେ ଡ୍ରଗ୍ସ ଲିଙ୍କ୍ ନେଇ ନାର୍କୋଟିକ୍ ବ୍ୟୁରୋ କଣ୍ଟ୍ରୋଲ୍ ତଦନ୍ତ ଜାରି ରଖିଛି। ଏହାରି ଭିତରେ ଆଉ ଜଣେ ଅଭିନେତ୍ରୀ ଡ୍ରଗ୍ସ କିଣୁଥିବା ବେଳେ ଏନସିବି ହାତରେ ଧରାପଡ଼ିଛନ୍ତି। ଡ୍ରଗ୍ସ ବ୍ୟତୀତ ଗଞ୍ଜେଇ ମଧ୍ୟ ତାଙ୍କ ପାଖରୁ ଜବତ ହୋଇଥିବା ଜଣାପଡ଼ିଛି। ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଜଣେ ଟିଭି ଅଭିନେତ୍ରୀ। ତାଙ୍କ ନାମ ପ୍ରୀତିକା ଚୌହାନ। ଏହି ମାମାଲରେ ମୁମ୍ବାଇର ବର୍ସୋଭା ସହରର ଅନ୍ୟ ଜଣେ ବ୍ୟକ୍ତି ଫୈସଲ ନାମଙ୍କ ବ୍ୟକ୍ତିକୁ ଗିରଫ କରିଛି […]

preetika

Subhransu Sekhar
  • Published: Sunday, 25 October 2020
  • , Updated: 25 October 2020, 09:09 PM IST

ନୂଆଦିଲ୍ଲୀ: ବଲିଉଡରେ ଡ୍ରଗ୍ସ ଲିଙ୍କ୍ ନେଇ ନାର୍କୋଟିକ୍ ବ୍ୟୁରୋ କଣ୍ଟ୍ରୋଲ୍ ତଦନ୍ତ ଜାରି ରଖିଛି। ଏହାରି ଭିତରେ ଆଉ ଜଣେ ଅଭିନେତ୍ରୀ ଡ୍ରଗ୍ସ କିଣୁଥିବା ବେଳେ ଏନସିବି ହାତରେ ଧରାପଡ଼ିଛନ୍ତି। ଡ୍ରଗ୍ସ ବ୍ୟତୀତ ଗଞ୍ଜେଇ ମଧ୍ୟ ତାଙ୍କ ପାଖରୁ ଜବତ ହୋଇଥିବା ଜଣାପଡ଼ିଛି।

ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଜଣେ ଟିଭି ଅଭିନେତ୍ରୀ। ତାଙ୍କ ନାମ ପ୍ରୀତିକା ଚୌହାନ। ଏହି ମାମାଲରେ ମୁମ୍ବାଇର ବର୍ସୋଭା ସହରର ଅନ୍ୟ ଜଣେ ବ୍ୟକ୍ତି ଫୈସଲ ନାମଙ୍କ ବ୍ୟକ୍ତିକୁ ଗିରଫ କରିଛି ଏନସିବି। ପ୍ରୀତିକା ଏବଂ ଫୈଜଲ ଜଣେ ବ୍ୟକ୍ତିଙ୍କଠାରୁ ୯୯ ଗ୍ରାମର ଗଞ୍ଜେଇ ଜବତ ହୋଇଛି।

ଏନସିବି ଆଜି ମୁମ୍ୱାଇର ଆନ୍ଧେରି ସମେତ ଚାରୋଟି ଅନ୍ୟ ସ୍ଥାନରେ ଚଢ଼ାଉ କରିଥିଲା ବୋଲି ଜଣାପଡ଼ିଛି। ଏନସିବି ରେଡ୍ କରିବା ବେଳେ ପ୍ରୀତିକା ହାତରେ ଡ୍ରଗ୍ସ ଧରିଥିବା ଜଣାପଡ଼ିଛି। ଏହା ପରେ ତାଙ୍କୁ ଗିରଫ କରାଯାଇଛି।

ପ୍ରୀତିକା ଚୌହ୍ୱାନ 'ସାବଧାନ ଇଣ୍ଡିଆ', 'ସିଆଇଡି' ଏବଂ 'ଦେବୋଁ କେ ଦେବ ମହାଦେବ' ଭଳି ଲୋକପ୍ରିୟ ସିରିଏଲରେ କାମ କରିଛନ୍ତି। ମୁମ୍ବାଇ ଏନସିବିର ଅଧିକାରୀମାନେ ମୁମ୍ବାଇର ବର୍ସୋଭାଠାରେ ଦୁଇଟି ସ୍ଥାନରେ ସାଧା ପୋଷାକରେ ଆଜି ରେଡ୍ କରିଥିଲେ। ଉଭୟଙ୍କୁ କୋର୍ଟରେ ହାଜର କରିଥିଲା ଏନସିବି। କୋର୍ଟ ନଭେମ୍ବର ୮ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି ଏହି ଦୁଇ ଜଣଙ୍କୁ।

Related story