ଓଡ଼ିଶା ସ୍ଲରି ପାଇପଲାଇନକୁ ୧୩୦୦ କୋଟି ଟଙ୍କା ଦେବାକୁ ଆର୍ସେଲର ମିତ୍ତଲକୁ ନିର୍ଦ୍ଦେଶ

ଅହମଦାବାଦ: ଆର୍ସେଲର ମିତ୍ତଲ ଇଣ୍ଡିଆକୁ ବଡ଼ ଝଟକା। ଓଡ଼ିଶା ସ୍ଲରି ପାଇପଲାଇନକୁ ସିଆଇଆରପି ବାବଦରେ ୧୩୦୦ କୋଟି ଟଙ୍କା ଦେବାକୁ ଆର୍ସେଲର ମିତ୍ତଲ ଇଣ୍ଡିଆକୁ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲର ଅହମଦାବାଦ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ ଡିସେମ୍ବର ୧୫ ସୁଦ୍ଧା ଏହି ଅର୍ଥ ପ୍ରଦାନ କରାଯିବ। ସ୍ରେଇ ଇନଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିଃ ବନାମ ଆର୍ସେଲର ମିତ୍ତଲ ଇଣ୍ଡିଆ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି କରି ଟ୍ରିବ୍ୟୁନାଲ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସ୍ଲରି ପାଇପଲାଇନ ଇନଫ୍ରାଷ୍ଟ୍ରକଚର […]

da

Hemant Lenka
  • Published: Wednesday, 11 November 2020
  • , Updated: 11 November 2020, 05:56 PM IST

ଅହମଦାବାଦ: ଆର୍ସେଲର ମିତ୍ତଲ ଇଣ୍ଡିଆକୁ ବଡ଼ ଝଟକା। ଓଡ଼ିଶା ସ୍ଲରି ପାଇପଲାଇନକୁ ସିଆଇଆରପି ବାବଦରେ ୧୩୦୦ କୋଟି ଟଙ୍କା ଦେବାକୁ ଆର୍ସେଲର ମିତ୍ତଲ ଇଣ୍ଡିଆକୁ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲର ଅହମଦାବାଦ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୦ ଡିସେମ୍ବର ୧୫ ସୁଦ୍ଧା ଏହି ଅର୍ଥ ପ୍ରଦାନ କରାଯିବ। ସ୍ରେଇ ଇନଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିଃ ବନାମ ଆର୍ସେଲର ମିତ୍ତଲ ଇଣ୍ଡିଆ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି କରି ଟ୍ରିବ୍ୟୁନାଲ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସ୍ଲରି ପାଇପଲାଇନ ଇନଫ୍ରାଷ୍ଟ୍ରକଚର ଲିଃର ଫାଇନାନସିଆଲ କ୍ରେଡିଟର ସ୍ରେଇ ଇନଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିଃର ଆବେଦନର ଶୁଣାଣି ଏମବି ଗୋସାଭି ଓ ଭିକେ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କରିଥିଲେ।

ଆବେଦନରେ ସ୍ରେଇ ଇନଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିଃ କହିଥିଲା ଯେ ଏସଆର ଷ୍ଟିଲ ଯେଉଁ ପ୍ଲାନ ସଂକଳ୍ପ ପାରିତ କରିଥିଲା ଏହାକୁ ଆର୍ସେଲର ମିତ୍ତଲ ଅଣଦେଖା କରିଛି। ଓଡ଼ିଶା ସ୍ଲରିର ପାଇପଲାଇନକୁ ଆର୍ସେଲର ମିତ୍ତଲ ବ୍ୟବହାର କରିଥିଲେ। ହେଲେ ରାଇଟ୍‌ ଟୁ ୟୁଜ ଚାଜର୍ସ ବାବଦରେ ଆର୍ସେଲର ମିତ୍ତଲ ଓଡ଼ିଶା ସ୍ଲରି ପାଇପ ଲାଇନକୁ ତା’ର ପ୍ରାପ୍ୟ ଦେବାରେ ବିଫଳ ହୋଇଛି।

ତେଣୁ ଆର୍ସେଲର ମିତ୍ତଲ ଏବେ ସିଆଇଆରପି ବାବଦରେ ୧୩୦୦ କୋଟି ଟଙ୍କା ଦେବା ଦରକାର ବୋଲି ସ୍ରେଇ ଇନଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିଃ ଆବେଦନରେ କହିଥିଲା। ଏହାକୁ ଆର୍ସେଲର ମିତ୍ତଲ ବିରୋଧ କରିଥିଲା। କିନ୍ତୁ ଶେଷରେ ଟ୍ରିବ୍ୟୁନାଲ ଡିସେମ୍ବର ୧୫ ସୁଦ୍ଧା ୧୩୦୦ କୋଟି ଟଙ୍କା ଦେବାକୁ କହିଛନ୍ତି।

Related story