ମହାଗଠବନ୍ଧନର ‘ମାଛ ଭାତ’ ପରେ ଏନ୍‌ଡିଏର ‘ଦହିଚୂଡ଼ା’ରେ ଶକ୍ତିପ୍ରଦର୍ଶନ

ପାଟ୍‌ନା: ବିହାରରେ ମହାଗଠବନ୍ଧନର ପ୍ରସ୍ତାବିତ ‘ମାଛ ଭାତ’ ଭୋଜି ଏଯାଏ ବାସ୍ତବ ରୂପ ନେଇ ସିଟ୍‌ ବୁଝାମଣା ସରିନଥିବାବେଳେ ମକର ସଂକ୍ରାନ୍ତିର ଭରୁପର ଫାଇଦା ନେଇଛି ଏନ୍‌ଡିଏ। ଏନ୍‌ଡିଏ ମେଣ୍ଟର ସହଯୋଗୀ ଦଳ ଜେଡିୟୁ, ବିଜେପି ଏବଂ ଏଲ୍‌ଜେପିର ନେତାମାନେ ‘ଦହି ଚୂଡ଼ା’ ଭୋଜିରେ ଏକାଠି ହେବାରୁ ଏହା ସ୍ପଷ୍ଟ ହୋଇଯାଇଛି। ମକର ସଂକ୍ରାନ୍ତିରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବାସଭବନ ସାମ୍ନା ଖାଁ ଖାଁ ଲାଗୁଥିଲେ ହେଁ ଜେଡିୟୁ ରାଜ୍ୟ ସଭାପତି ବଶିଷ୍ଠ ନାରାୟଣ […]

dahichuda

Subrat Kumar Nayak
  • Published: Tuesday, 15 January 2019
  • , Updated: 15 January 2019, 11:18 AM IST

ପାଟ୍‌ନା: ବିହାରରେ ମହାଗଠବନ୍ଧନର ପ୍ରସ୍ତାବିତ ‘ମାଛ ଭାତ’ ଭୋଜି ଏଯାଏ ବାସ୍ତବ ରୂପ ନେଇ ସିଟ୍‌ ବୁଝାମଣା ସରିନଥିବାବେଳେ ମକର ସଂକ୍ରାନ୍ତିର ଭରୁପର ଫାଇଦା ନେଇଛି ଏନ୍‌ଡିଏ। ଏନ୍‌ଡିଏ ମେଣ୍ଟର ସହଯୋଗୀ ଦଳ ଜେଡିୟୁ, ବିଜେପି ଏବଂ ଏଲ୍‌ଜେପିର ନେତାମାନେ ‘ଦହି ଚୂଡ଼ା’ ଭୋଜିରେ ଏକାଠି ହେବାରୁ ଏହା ସ୍ପଷ୍ଟ ହୋଇଯାଇଛି।

ମକର ସଂକ୍ରାନ୍ତିରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବାସଭବନ ସାମ୍ନା ଖାଁ ଖାଁ ଲାଗୁଥିଲେ ହେଁ ଜେଡିୟୁ ରାଜ୍ୟ ସଭାପତି ବଶିଷ୍ଠ ନାରାୟଣ ସିଂହ ରାଶିଲଡ଼ୁ ଏବଂ ଗୁଡ଼ ସହିତ ପରଶା ଯାଇଥିବା ପାରମ୍ପରିକ ଦହିଚୂଡ଼ା ଭୋଜିରେ ଏନ୍‌ଡିଏ ନେତାଙ୍କ ସହିତ ମସଗୁଲ ଥିଲେ।

ସୂଚନାଯୋଗ୍ୟ ଯେ ବିହାର ପାଇଁ ଏନ୍‌ଡିଏ ସହଯୋଗୀମାନେ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା କରିସାରିଛନ୍ତି। ବିଜେପି ଓ ଜେଡିୟୁ ୧୭ଟି ଲେଖାଏ ଆସନରେ ଲଢ଼ିବାକୁ ଥିବାବେଳେ ବାକି ୬ଟି ଆସନରେ ଏଲ୍‌ଜେପି ଲଢ଼ିବ। ୨୦୧୪ ମସିହାରେ ୩୦ଟି ଲୋକସଭା ଆସନରେ ଲଢ଼ିଥିବା ବିଜେପି ୨୨ଟି ଆସନରେ ଜିତିଥିଲା। ଏଲ୍‌ଜେପି ଏବଂ ଆରଏଲ୍‌ଏସ୍‌ପି ଯଥାକ୍ରମେ ୭ ଓ ୩ଟି ଆସନରୁ ଲଢ଼ିଥିଲେ।

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ବିହାରର ସମସ୍ତ ୪୦ଟି ଆସନରେ ଲଢ଼ିବ ବୋଲି ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ନିତ୍ୟାନନ୍ଦ ରାୟ। ଏହି ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ଏହି ଉତ୍ସବରେ ୪୫ ମିନିଟ୍‌ ରହିଥିଲେ। ଏଲ୍‌ଜେପି ନେତା ରାବିଲାଶ ପାଶ୍‌ୱାନ୍‌ଙ୍କ ସମେତ ସମସ୍ତ ଏନ୍‌ଡିଏ ନେତାଙ୍କ ସହିତ ସେ ଆଲୋଚନା କରିଥିଲେ।

Related story