ଆସନ୍ତାକାଲି କାମଚଳା ବଜେଟ, ଚାଷୀ ଓ ମଧ୍ୟବିତ୍ତଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆସନ୍ତକାଲି ମୋଦି ସରକାର କାମଚଳା ବଜେଟ୍‌ ସଂସଦରେ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମୋଦି ସରକାରଙ୍କ ଏହା ଶେଷ ସୁଯୋଗ। ତେଣୁ ଆସନ୍ତାକାଲି ବଡ଼ବଡ଼ ଯୋଜନା ସବୁ ଘୋଷଣା ହେବାର ସମ୍ଭାବନା ରହିଛି। ବିଶେଷକରି ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌, ମଧ୍ୟବିତ୍ତଙ୍କୁ ଟିକସ ଚାପରୁ ମୁକ୍ତି ଓ ବିଭିନ୍ନ ଜନକ୍ୟାଲ୍ୟାଣ ମୂଳକ ଯୋଜନା ଉପରେ ମୋଦି ସରକାର ଫୋକସ୍‌ କରିବେ। ଏହାକୁ କାମଚଳା ବଜେଟ୍‌ କୁହାଯାଉଥିଲେ ହେଁ ପୂର୍ଣ୍ଣାଙ୍ଗ […]

b

Hemant Lenka
  • Published: Thursday, 31 January 2019
  • , Updated: 31 January 2019, 06:50 PM IST

ନୂଆଦିଲ୍ଲୀ: ଆସନ୍ତକାଲି ମୋଦି ସରକାର କାମଚଳା ବଜେଟ୍‌ ସଂସଦରେ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମୋଦି ସରକାରଙ୍କ ଏହା ଶେଷ ସୁଯୋଗ। ତେଣୁ ଆସନ୍ତାକାଲି ବଡ଼ବଡ଼ ଯୋଜନା ସବୁ ଘୋଷଣା ହେବାର ସମ୍ଭାବନା ରହିଛି। ବିଶେଷକରି ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌, ମଧ୍ୟବିତ୍ତଙ୍କୁ ଟିକସ ଚାପରୁ ମୁକ୍ତି ଓ ବିଭିନ୍ନ ଜନକ୍ୟାଲ୍ୟାଣ ମୂଳକ ଯୋଜନା ଉପରେ ମୋଦି ସରକାର ଫୋକସ୍‌ କରିବେ। ଏହାକୁ କାମଚଳା ବଜେଟ୍‌ କୁହାଯାଉଥିଲେ ହେଁ ପୂର୍ଣ୍ଣାଙ୍ଗ ବଜେଟ୍‌ ସହ ଏହା ପ୍ରାୟ ସମାନ ରହିବ।

ପରମ୍ପରା ଅନୁଯାୟୀ, ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରନ୍ତି। କିନ୍ତୁ ଅସୁସ୍ଥତା କାରଣରୁ ପୂର୍ବରୁ ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟଲୀ କାମଚଳା ବଜେଟ୍‌ ଉପସ୍ଥାପନ କରିପାରିବେ ନାହିଁ। ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ ଥିବା ପୀୟୁଷ ଗୋଏଲ ହିଁ ଆସନ୍ତାକାଲି ବଜେଟ ଉପସ୍ଥାପନ କରିବେ।

‌ଅର୍ଥନୀତିକ ପଣ୍ଡିତଙ୍କ ମତରେ ସରକାର ବେକାରୀ ସମସ୍ୟା ଦୂର କରିବାକୁ ବଡ଼ ନିଷ୍ପତ୍ତି ନେଇପାରନ୍ତି। ଦେଶର ସମସ୍ତଙ୍କୁ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଦେବାକୁ ମୋଦି ସରକାର ନିଶ୍ଚିତ ଭାବେ ଯୋଜନା ପ୍ରଣୟନ କରିବେ। ବଜେଟ ପ୍ରସ୍ତାବ ଆସିବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏସମ୍ପର୍କରେ ଆଗତୁରା ଘୋଷଣା କରିଛନ୍ତି। ତେଣୁ ଏହାକୁ କାଉଣ୍ଟର କରିବାକୁ ମୋଦି ସରକାର ପ୍ରୟାସ କରିବେ।

ସେହିପରି ଚାଷୀ ସମସ୍ୟା ଏକ ପ୍ରମୁଖ ପ୍ରସଙ୍ଗ। ତେଣୁ ଚାଷୀଙ୍କ ସମସ୍ୟା ଦୂର କରିବାକୁ ମୋଦି ସରକାର ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିପାରନ୍ତି। କୃଷି ରିଲିଫ୍‌ ପ୍ୟାକେଜ୍‌ ନାଁରେ ଆସନ୍ତାକାଲି ଏକ ଯୋଜନା ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। କୃଷିର ବିକାଶ ପାଇଁ ବଜେଟରେ ୨ ଲକ୍ଷ କୋଟିର ବ୍ୟବସ୍ଥା ହେବ। ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟା ଦୂର କରିବାକୁ ଚିନ୍ତା କରୁଥିବା ସଙ୍କେତ ଦେଇଥିଲେ।

ଆୟକର ସୀମାକୁ ୨.% ଲକ୍ଷରୁ ୫ ଲକ୍ଷ କରାଯାଇପାରେ। କାରଣ ୨୦୧୮ ପୂର୍ଣ୍ଣାଙ୍ଗ ବଜେଟ୍‌ ବେଳେ ରାଜକୋଷରେ ଅର୍ଥ ଅଭାବ କାରଣରୁ ସରକାର ଟ୍ୟାକ୍ସ ଛାଡ଼ କରି ନଥିଲେ। ଫଳରେ ମଧ୍ୟବିତ୍ତ ପରିବାର ନିରାଶ ହୋଇଥିଲେ।

କେନ୍ଦ୍ର ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟ ସେସ୍‌କୁ ୩%ରୁ ୪%କୁ ବୃଦ୍ଧି କରିପାରନ୍ତି।

ଏହି କାମଚଳା ବଜେଟ ୪ ମାସ ପାଇଁ ହୋଇଥିବାରୁ ନିୟମ ଅନୁଯାୟୀ, ସେମିତି କିଛି ବଡ଼ ଘୋଷଣା ହେବା କଥା ନୁହେଁ। ନୂଆ ସରକାର ଆସିଲେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରନ୍ତି। ହେଲେ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ସରକାର ଲୋଭନୀୟ ଯୋଜନା ଘୋଷଣା କରନ୍ତି।

୨୦୧୪ରେ ତତ୍କାଳୀନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ କାମଚଳା ବଜେଟ୍‌ ଉପସ୍ଥାପନ କରିବା ବେଳେ ଟ୍ୟାକ୍ସ ରିହାତି ଦେଇଥିଲେ। ସେହିପରି ୨୦୦୯ରେ ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଣବ ମୂଖାର୍ଜୀ କାମଚଳା ବଜେଟ୍‌ ଉପସ୍ଥାପନ ବେଳେ ଏକାଧିକ ପ୍ୟାକେଜ ଘୋଷଣା କରିଥିଲେ।

Related story