ରବିବାର ମଧ୍ୟାହ୍ନରେ ବସିବ ଏନଡିଏ ବୈଠକ: ନୀତୀଶ

ପାଟନା: ରବିବାର ମଧ୍ୟାହ୍ନରେ ବସିବ ଏନଡିଏ ବୈଠକ। ଏହି ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ କିଏ ହେବେ ଏବଂ ଅନ୍ୟାନ୍ୟ ବାବଦରେ ଆଲୋଚନା ହେବ। ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ରବିବାର ଦିନ ଏନଡିଏର ନିର୍ବାଚିତ ବିଧାୟକମାନେ ବୈଠକରେ ବସିବେ। ଏହାପରେ ସମସ୍ତ ପ୍ରସଙ୍ଗରେ ଆଲୋଚନା ହେବ। ଏହାପରେ ସମସ୍ତ କଥା ସାର୍ବଜନୀନ କରାଯିବ ବୋଲି ନୀତୀଶ କହିଛନ୍ତି। ଆଜି ବସିବାକୁ ଥିବା ଏନଡିଏ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନଥିବା […]

Nitish Kumar

Nitish Kumar

Subhransu Sekhar
  • Published: Friday, 13 November 2020
  • Updated: 13 November 2020, 02:30 PM IST

Sports

Latest News

ପାଟନା: ରବିବାର ମଧ୍ୟାହ୍ନରେ ବସିବ ଏନଡିଏ ବୈଠକ। ଏହି ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ କିଏ ହେବେ ଏବଂ ଅନ୍ୟାନ୍ୟ ବାବଦରେ ଆଲୋଚନା ହେବ। ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ରବିବାର ଦିନ ଏନଡିଏର ନିର୍ବାଚିତ ବିଧାୟକମାନେ ବୈଠକରେ ବସିବେ। ଏହାପରେ ସମସ୍ତ ପ୍ରସଙ୍ଗରେ ଆଲୋଚନା ହେବ। ଏହାପରେ ସମସ୍ତ କଥା ସାର୍ବଜନୀନ କରାଯିବ ବୋଲି ନୀତୀଶ କହିଛନ୍ତି। ଆଜି ବସିବାକୁ ଥିବା ଏନଡିଏ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନଥିବା ସୂଚନା ରହିଛି।

ତେବେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗୁରୁବାର ପ୍ରଥମ ଥର ପାଇଁ ନୀତୀଶ ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା କରିଥିଲେ। ସେ କହିଥିଲେ, ଏନଡିଏକୁ ଜନାଦେଶ ମିଳିଛି। ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏଯାବତ ଦାବି କରିନାହିଁ। ଏନଡିଏ ବୈଠକ ଶୁକ୍ରବାର ବସିବ। ଏହି ବୈଠକରେ ସ୍ଥିର ହେବ କିଏ ମୁଖ୍ୟମନ୍ତ୍ରୀ ହେବେ। ସେହିପରି ଶପଥ ଗ୍ରହଣ ବାବଦରେ ମଧ୍ୟ ତାରିଖ ସ୍ଥିର ହୋଇନି ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos