ଭାରତ-ଆମେରିକା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ BECA ପ୍ରତିରକ୍ଷା ଚୁକ୍ତି, ଜାଣନ୍ତୁ କ’ଣ ମିଳିବ ଫାଇଦା

ନୂଆଦିଲ୍ଲୀ: ଭାରତ ଓ ଆମେରିକା ଆଜି ବହୁ ପ୍ରତିକ୍ଷୀତ ବେସିକ ଏକ୍ସଚେଞ୍ଜ ଓ କୋପରେସନ ଏଗ୍ରିମେଣ୍ଟ(BECA) ଉପରେ ମୋହର ମାରିଛନ୍ତି। ଏହା ଭାରତୀୟ ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ। ଏହି ଚୁକ୍ତି ଦ୍ୱାରା ଭାରତ ଏଣିକି ବିଭିନ୍ନ ପ୍ରକାରର ସ୍ୟାଟେଲାଇଟ୍‌ ଓ ଅନ୍ୟାନ୍ୟ ଉପକରଣ ଦ୍ୱାରା ଆମେରିକା ଠାରୁ ସୁରକ୍ଷା ସମ୍ପର୍କିତ ତଥ୍ୟକୁ ହାସଲ କରିପାରିବ। ଭାରତ ପ୍ରତି ସୃଷ୍ଟି ହେଉଥିବା ବିପଦ ସମ୍ପର୍କିତ ସମସ୍ତ ତଥ୍ୟ ଆଗୁଆ ଆମେରିକା ଦେବାକୁ ସହମତି ମଧ୍ୟ ପ୍ରକାଶ […]

r

Hemant Lenka
  • Published: Tuesday, 27 October 2020
  • , Updated: 27 October 2020, 06:21 PM IST

ନୂଆଦିଲ୍ଲୀ: ଭାରତ ଓ ଆମେରିକା ଆଜି ବହୁ ପ୍ରତିକ୍ଷୀତ ବେସିକ ଏକ୍ସଚେଞ୍ଜ ଓ କୋପରେସନ ଏଗ୍ରିମେଣ୍ଟ(BECA) ଉପରେ ମୋହର ମାରିଛନ୍ତି। ଏହା ଭାରତୀୟ ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ। ଏହି ଚୁକ୍ତି ଦ୍ୱାରା ଭାରତ ଏଣିକି ବିଭିନ୍ନ ପ୍ରକାରର ସ୍ୟାଟେଲାଇଟ୍‌ ଓ ଅନ୍ୟାନ୍ୟ ଉପକରଣ ଦ୍ୱାରା ଆମେରିକା ଠାରୁ ସୁରକ୍ଷା ସମ୍ପର୍କିତ ତଥ୍ୟକୁ ହାସଲ କରିପାରିବ।

ଭାରତ ପ୍ରତି ସୃଷ୍ଟି ହେଉଥିବା ବିପଦ ସମ୍ପର୍କିତ ସମସ୍ତ ତଥ୍ୟ ଆଗୁଆ ଆମେରିକା ଦେବାକୁ ସହମତି ମଧ୍ୟ ପ୍ରକାଶ କରିଛି। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତାଙ୍କ ଆମେରିକା ପ୍ରତିପକ୍ଷ ମାର୍କ ଏସପର ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ତାଙ୍କ ଆମେରିକା ପ୍ରତିରପକ୍ଷ ମାଇକ ପୋମ୍ପେଓଙ୍କ ଉପସ୍ଥିତି ୨+୨ ବୈଠକ ବେଳେ ଉଭୟ ଦେଶ BECA ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି।

ଚୁକ୍ତି ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତା କ୍ରମାଗତ ଭାବେ ସୁଦୃଢ଼ ହେବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୨+୨ ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି।

ବିଶେଷରେ କରୋନା, ବିଶ୍ୱର ଆର୍ଥିକ ମାନ୍ଦାବସ୍ଥା ଓ ସୁରକ୍ଷା ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଉଭୟ ଦେଶ ପରମାଣୁ ସହଯୋଗ ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି। ଏହାବାଦ ଉଭୟ ଦେଶ ମିଳିତ ଭାବେ ପ୍ରତିରକ୍ଷା ସାମଗ୍ରୀ ଅଭିବୃଦ୍ଧି ପାଇଁ କାମ କରିବେ ବୋଲି ମଧ୍ୟ ସହମତି ହୋଇଛି।

ଦୁଇ ଦେଶ ମଧ୍ୟରେ ପୃଥିବୀ ବିଜ୍ଞାନ ଉପରେ ବୈଷୟିକ ସହଯୋଗ, ପରାମାଣୁ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ସହଯୋଗ ବୃଦ୍ଧି, ପୋଷ୍ଟାଲ ସର୍ଭିସ ଓ ଆୟୁର୍ବେଦ ଓ କର୍କଟ ଅନୁସନ୍ଧାନରେ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବାକୁ ଚୁକ୍ତି ହୋଇଛି।

BECA ଅନୁଯାୟୀ, ଆମେରିକାର ପ୍ରତିରକ୍ଷା ସ୍ୟାଟେଲାଇଟ୍‌ରୁ ଭାରତ ରିୟଲ ଟାଇମ ତଥ୍ୟ ହାସଲ କରିପାରିବ। ଭାରତକୁ ଆମେରିକା ପ୍ରତିରକ୍ଷା କ୍ଷେତ୍ରରେ ସମସ୍ତ ପ୍ରକାରର ସହଯୋଗ ମଧ୍ୟ ଯୋଗାଇ ଦେବ।

Related story