ଠକେଇର ଶିକାର ହୋଇ ହଟହଟା ହେଲେ NDTVର ପୂର୍ବତନ ନ୍ୟୁଜ ଆଙ୍କର

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଲୋକଙ୍କ ସମସ୍ୟା ଦେଖାଇ ସୁନାମ ଅର୍ଜନ କରିଥିବା ଜାତୀୟ ଗଣମାଧ୍ୟମ NDTV (ଏନଡି ଟିଭି)ର ପୂର୍ବତନ ନ୍ୟୁଜ ଆଙ୍କର ନିଧି ରାଜଦନ ନିଜେ ଠକେଇର ଶିକାର ହୋଇଛନ୍ତି। ହାବାର୍ଡ ବିଶ୍ୱବିଦ୍ୟାଳୟରେ ଚାକିରି ହୋଇଛି ବୋଲି ଏକ ଜବ ଅଫର ଲେଟର ପାଇଥିଲେ। ଏହା ପରେ ସେ ଏନଡିଟିଭି ସହିତ ତାଙ୍କର ୨୧ ବର୍ଷର ପେଶାଗତ ଯାତ୍ରା ଶେଷ କରିଥିଲେ। ହେଲେ ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ଜାଣିବାକୁ ପାଇଛନ୍ତି ଯେ କେହି ତାଙ୍କୁ ଠକି […]

nidhi-razdan

Subhransu Sekhar
  • Published: Friday, 15 January 2021
  • , Updated: 15 January 2021, 06:19 PM IST

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଲୋକଙ୍କ ସମସ୍ୟା ଦେଖାଇ ସୁନାମ ଅର୍ଜନ କରିଥିବା ଜାତୀୟ ଗଣମାଧ୍ୟମ NDTV (ଏନଡି ଟିଭି)ର ପୂର୍ବତନ ନ୍ୟୁଜ ଆଙ୍କର ନିଧି ରାଜଦନ ନିଜେ ଠକେଇର ଶିକାର ହୋଇଛନ୍ତି। ହାବାର୍ଡ ବିଶ୍ୱବିଦ୍ୟାଳୟରେ ଚାକିରି ହୋଇଛି ବୋଲି ଏକ ଜବ ଅଫର ଲେଟର ପାଇଥିଲେ। ଏହା ପରେ ସେ ଏନଡିଟିଭି ସହିତ ତାଙ୍କର ୨୧ ବର୍ଷର ପେଶାଗତ ଯାତ୍ରା ଶେଷ କରିଥିଲେ। ହେଲେ ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ଜାଣିବାକୁ ପାଇଛନ୍ତି ଯେ କେହି ତାଙ୍କୁ ଠକି ଦେଇଛି।

https://twitter.com/Nidhi/status/1271705895437651968?s=20

ଏ ନେଇ ନିଧି ସୋଶାଲ ମିଡିଆରେ ଟ୍ୱିଟ୍ କରି ନିଜର ମତ ରଖିଛନ୍ତି। ହାବାର୍ଡ ବିଶ୍ୱବିଦ୍ୟାଳୟରେ ସେ ସାମ୍ୱାଦିକତା ବିଭାଗରେ ଆସୋସିଏଟ ପ୍ରୋଫେସର ଭାବରେ ଚାକିରି ପାଇଥିବା ଏକ ଅଫର ଲେଟର ପାଇଥିଲେ। ପରେ ସେ ଜୁନ୍ ୨୦୨୦ରେ ସେ ଏନଡିଟିଭିରୁ ଇସ୍ତଫା ଦେଇଥିଲେ। ସେପ୍ଟେମ୍ୱରରେ ସେ ଆମେରିକା ଗସ୍ତ କରିଥିଲେ। ହେଲେ କରୋନା ମହାମାରୀ ପାଇଁ ବିଶ୍ୱବିଦ୍ୟାଳୟ ଜାନୁଆରୀ ୨୦୨୧ରେ ଖୋଲିବ ବୋଲି ସେ ଜାଣିବାକୁ ପାଇଥିଲେ। ପରେ  ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ନିଜର ଜଏନିଂ ବାବଦରେ ପଚରାଉଚରା କରିଥିଲେ।

https://twitter.com/Nidhi/status/1350024214997155840?s=20

ଏହାପରେ ତାଙ୍କ ପାଖକୁ ଆସିଥିବା ସମସ୍ତ କାଗଜପତ୍ର ଦେଖାଇଥିଲେ ନିଧି। ହେଲେ ଏହାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ। ଏଭଳି କୌଣସି ନିଯୁକ୍ତି ବିଶ୍ୱବିଦ୍ୟାଳୟ ତାଙ୍କୁ ଦେଇ ନାହିଁ ବୋଲି କହିଥିବା ନିଧି ସୋଶାଲ ମିଡିଆରେ କହିଛନ୍ତି।

 

Related story