ଫାଙ୍କା ପଡ଼ିଛି ୭ ଲକ୍ଷ ସରକାରୀ ଚାକିରି

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ଅଭାବରୁ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୫ ବର୍ଷରେ ବେକାରୀ ସମସ୍ୟା ୪୫ ବର୍ଷ ରେକର୍ଡ ମଧ୍ୟ ଭାଙ୍ଗିଛି। ହେଲେ ସରକାରୀ ସ୍ତରରେ ପ୍ରାୟ ୭ ଲକ୍ଷ ପଦବୀ ଫାଙ୍କା ପଡ଼ିଥିବା ସରକାର ଲୋକସଭାରେ କହିଛନ୍ତି। ୨୦୧୮ ମସିହା ମାର୍ଚ୍ଚ ମାସ ଯାଏ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ସରକାରୀ ବିଭାଗ ଓ ମନ୍ତ୍ରଣାଳୟରେ ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି। କେବଳ ରେଳ ବିଭାଗରେ ସର୍ବାଧିକ ୨.୬ […]

ww

Hemant Lenka
  • Published: Thursday, 04 July 2019
  • , Updated: 04 July 2019, 12:36 PM IST

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ଅଭାବରୁ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୫ ବର୍ଷରେ ବେକାରୀ ସମସ୍ୟା ୪୫ ବର୍ଷ ରେକର୍ଡ ମଧ୍ୟ ଭାଙ୍ଗିଛି। ହେଲେ ସରକାରୀ ସ୍ତରରେ ପ୍ରାୟ ୭ ଲକ୍ଷ ପଦବୀ ଫାଙ୍କା ପଡ଼ିଥିବା ସରକାର ଲୋକସଭାରେ କହିଛନ୍ତି। ୨୦୧୮ ମସିହା ମାର୍ଚ୍ଚ ମାସ ଯାଏ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ସରକାରୀ ବିଭାଗ ଓ ମନ୍ତ୍ରଣାଳୟରେ ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି।

କେବଳ ରେଳ ବିଭାଗରେ ସର୍ବାଧିକ ୨.୬ ଲକ୍ଷ ପଦ ଖାଲି ପଡ଼ିଥିବା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଲୋକସଭାକୁ ଅବଗତ କରାଇଛନ୍ତି। କଂଗ୍ରେସ ସାଂସଦ ଦୀପକ ବାଇଜ ଓ ବିଜେପି ସାଂସଦ ଦର୍ଶନ ଜରଦୋଶଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଗଙ୍ଗୱାର ଏଭଳି ଉତ୍ତର ରଖିଛନ୍ତି।

ସନ୍ତୋଷ ଗଙ୍ଗୱାର କହିଛନ୍ତି, “ଖାଲି ପଡ଼ିଥିବା ପଦବୀଗୁଡ଼ିକ ନିୟମିତ ବ୍ୟବଧାନରେ ପୂରଣ କରାଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ମଧ୍ୟ ଖାଲି ପଡ଼ିଥିବା ପଦବୀ ପୂରଣ କରିବା ପାଇଁ ବ୍ୟବସ୍ଥା ନିର୍ବାହ କରିବା ଦରକାର।

୨୦୧୮ ମାର୍ଚ୍ଚ ୧ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ସରକାରୀ ବିଭାଗରେ ୬.୯୮ ଲକ୍ଷ ଚାକିରି ଫାଙ୍କା ପଡ଼ିଛି। ୩୮.୦୩ ଲକ୍ଷ ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩୧.୧୯ ଲକ୍ଷ ପଦବୀ ପୂରଣ ହୋଇପାରିଛି।

ରେଳ ବିଭାଗରେ ୧୫.୦୮ ଲକ୍ଷ ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ୨.୫୯ ଲକ୍ଷ ପଦବୀ ପୂରଣ ହୋଇପାରିନାହିଁ। ରେଳ ବିଭାଗ ପରେ ଡିଫେନ୍ସ ସିଭିଲିଆନ୍‌ ବିଭାଗରରେ ୫.୮୫ ଲକ୍ଷ ପଦବୀ ପୂରଣ ପାଇଁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ୩.୯୮ ଲକ୍ଷ ପଦବୀ ପୂରଣ ହୋଇଛି ଓ ୧.୮୭ ଲକ୍ଷ ପଦବୀ ଖାଲି ପଡ଼ିଛି।”

Related story