କୌଣସି ମୁହୂର୍ତ୍ତରେ ଯାଇପାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ପଦ

କାଠମାଣ୍ଡୁ: ରୋଚକ ସ୍ଥିତିରେ ନେପାଳ ରାଜନୀତି। ଶାସକ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳ ପାଇଁ ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଆସନ ଉପରେ ଡେମୋକ୍ଲିସର ଖଣ୍ଡା ଝୁଲିଛି। ସ୍ଥିତି ଏମିତି ଯେ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ଅସନ୍ତୁଷ୍ଟ ଗୋଷ୍ଠୀ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କୁ ଭେଟିଛନ୍ତି। ଦଳର ନେତା ପୁଷ୍ପକମଳ ଦହଲ (ପ୍ରଚଣ୍ଡ)ଙ୍କ ନେତୃତ୍ୱରେ ଏନସିପିର ଶୀର୍ଷ ନେତା ଭେଟିଛନ୍ତି ରାଷ୍ଟ୍ରପତିଙ୍କୁ। ଦେଶରେ ଜରୁରୀକାଳୀନ ସ୍ଥିତି ଭଳି ଅଧ୍ୟାଦେଶରେ ହସ୍ତାକ୍ଷର ନକରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ […]

kp oli

Subhransu Sekhar
  • Published: Sunday, 05 July 2020
  • , Updated: 05 July 2020, 06:40 PM IST

କାଠମାଣ୍ଡୁ: ରୋଚକ ସ୍ଥିତିରେ ନେପାଳ ରାଜନୀତି। ଶାସକ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳ ପାଇଁ ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଆସନ ଉପରେ ଡେମୋକ୍ଲିସର ଖଣ୍ଡା ଝୁଲିଛି। ସ୍ଥିତି ଏମିତି ଯେ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ଅସନ୍ତୁଷ୍ଟ ଗୋଷ୍ଠୀ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କୁ ଭେଟିଛନ୍ତି। ଦଳର ନେତା ପୁଷ୍ପକମଳ ଦହଲ (ପ୍ରଚଣ୍ଡ)ଙ୍କ ନେତୃତ୍ୱରେ ଏନସିପିର ଶୀର୍ଷ ନେତା ଭେଟିଛନ୍ତି ରାଷ୍ଟ୍ରପତିଙ୍କୁ। ଦେଶରେ ଜରୁରୀକାଳୀନ ସ୍ଥିତି ଭଳି ଅଧ୍ୟାଦେଶରେ ହସ୍ତାକ୍ଷର ନକରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ।

ଏଥିସହ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ତାଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି ପ୍ରଚଣ୍ଡଙ୍କ ଟିମ୍ କହିଛି। ରାଷ୍ଟ୍ରପତି କହିଛନ୍ତି, ଯଦି ସେମାନେ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରେ ରଖିବା ପାଇଁ ସହଯୋଗ କରିବେ ତା’ହେଲେ ସେ ଦଳର ଅଧ୍ୟକ୍ଷ ପଦବୀରୁ ଓହରିଯିବେ। ତେବେ ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ଟିମ୍ ରାଷ୍ଟ୍ରପତିଙ୍କ ଏହି ପରାମର୍ଶକୁ ଖାରଜ କରିଛନ୍ତି। ସେମାନେ ଓଲିଙ୍କ ଇସ୍ତଫା ଚାହୁଁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଓଲି ଆଇନର ପରାମର୍ଶ ନେଉଥିବା ସୂଚନା ରହିଛି। ରବିବାର ଓଲି ତାଙ୍କ ବାସ ଭବନରେ ସରକାରୀ ଆଇନ ବିଶାରଦଙ୍କ ସହିତ ସମ୍ୱିଧାନର ନିୟମ ବାବଦରେ ଆଲୋଚନା କରିଛନ୍ତି। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଓଲି ଦେଶରେ ଜରୁରାକାଳୀନ ସ୍ଥିତି, ସଂସଦ ଭାଙ୍ଗିବା ନହେଲେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ଉପରେ ଆଲୋଚନା କରୁଛନ୍ତି। ଏହାବାଦ ଦେଶର ସେନା ମୁଖ୍ୟଙ୍କ ସହିତ କେପି ଶର୍ମା ଓଲି ରବିବାର ଆଲୋଚନା କରିଛନ୍ତି।

ଅନ୍ୟପଟେ ପ୍ରଚଣ୍ଡ ଚେତାବନୀ ସ୍ୱରୂପ ସୋମବାର ସ୍ଥାୟୀ କମିଟି ବୈଠକ ପୂର୍ବରୁ ଇସ୍ତଫା ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି।

Related story