ଭାରତ ଗସ୍ତ ବାତିଲ୍‌ କଲେ ନେପାଳ ରାଷ୍ଟ୍ରପତି

କାଠମାଣ୍ଡୁ: ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡରୀ ତାଙ୍କର ପ୍ରସ୍ତାବିତ ୫ ଦିନିଆ ଭାରତ ଗସ୍ତକୁ ଆଜି ବାତିଲ କରିଛନ୍ତି। ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ନିମନ୍ତ୍ରଣ କ୍ରମେ ସେ ଚଳିତ ମାସ ୯ ତାରିଖରେ ଆସିଥାନ୍ତେ। କିନ୍ତୁ ନେପାଳ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ବାତିଲ କରିବା ସମ୍ପର୍କରେ ତାଙ୍କ ବ୍ୟକ୍ତିଗତ ସଚିବ ବି.ଆର ଅଧିକାରୀ ସ୍ପଷ୍ଟ କରିଛନ୍ତି। ନେପାଳରେ ରାଜନୈତିକ ଉତ୍ଥାନପତ୍ତନ ଓ ସରକାର ବଦଳ କାରଣରୁ ଗସ୍ତକୁ ବାତିଲ କରିଦିଆ ଯାଇଥିବା ସେ କହିଛନ୍ତି। […]

bidhya-bhandari

Rakesh Mallick
  • Published: Friday, 06 May 2016
  • , Updated: 04 May 2017, 03:44 PM IST

କାଠମାଣ୍ଡୁ: ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡରୀ ତାଙ୍କର ପ୍ରସ୍ତାବିତ ୫ ଦିନିଆ ଭାରତ ଗସ୍ତକୁ ଆଜି ବାତିଲ କରିଛନ୍ତି। ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ନିମନ୍ତ୍ରଣ କ୍ରମେ ସେ ଚଳିତ ମାସ ୯ ତାରିଖରେ ଆସିଥାନ୍ତେ। କିନ୍ତୁ ନେପାଳ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ବାତିଲ କରିବା ସମ୍ପର୍କରେ ତାଙ୍କ ବ୍ୟକ୍ତିଗତ ସଚିବ ବି.ଆର ଅଧିକାରୀ ସ୍ପଷ୍ଟ କରିଛନ୍ତି।

ନେପାଳରେ ରାଜନୈତିକ ଉତ୍ଥାନପତ୍ତନ ଓ ସରକାର ବଦଳ କାରଣରୁ ଗସ୍ତକୁ ବାତିଲ କରିଦିଆ ଯାଇଥିବା ସେ କହିଛନ୍ତି। ମେ’୧୦ରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ସେ ରାଷ୍ଟ୍ରପତିଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିଲା।

Related story