ଭାରତ ବିରୋଧୀ କାର୍ଯ୍ୟକ୍ରମ ଉପରେ ଲଗାମ ଲଗାଇବ ନେପାଳ

କାଠମାଣ୍ଡୁ: ନେପାଳ ଏକ ନୀତି ପ୍ରଣୟନ କରିବାକୁ ଯାଉଛି ଯାହାକି ଭାରତ ଓ ଚାଇନା ପରି ବୃହତ ପଡ଼ୋଶୀଙ୍କ ବିରୋଧରେ କରାଯାଉଥିବା କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବ। ବିଶେଷ କରି ବିଦେଶୀ ଏନ୍‌ଜିଓଗୁଡ଼ିକ ଏପରି କରୁଥିବା ଅଭିଯୋଗ ଆସୁଥିବାରୁ ଏସବୁ ଉପରେ ରୋକ୍‌ ଲାଗିବ। ନେପାଳ ମାର୍ଗ ଦେଇ ସୀମାପାର ଆତଙ୍କବାଦ ବାବଦରେ ପୂର୍ବରୁ ଭାରତ ଅଭିଯୋଗ କରିଆସିଛି। ଅନ୍ୟପକ୍ଷରେ ଚାଇନା ଅଭିଯୋଗ କରିଛି ତିବ୍ବତୀୟମାନେ ନେପାଳ ଦେଇ ଯିବାଆସିବା କରୁଛନ୍ତି। ତେବେ ବର୍ତ୍ତମାନ ଭାରତ ଓ […]

Nepal

Nepal

Subrat Kumar Nayak
  • Published: Sunday, 12 January 2020
  • Updated: 13 January 2020, 12:14 AM IST

Sports

Latest News

କାଠମାଣ୍ଡୁ: ନେପାଳ ଏକ ନୀତି ପ୍ରଣୟନ କରିବାକୁ ଯାଉଛି ଯାହାକି ଭାରତ ଓ ଚାଇନା ପରି ବୃହତ ପଡ଼ୋଶୀଙ୍କ ବିରୋଧରେ କରାଯାଉଥିବା କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବ। ବିଶେଷ କରି ବିଦେଶୀ ଏନ୍‌ଜିଓଗୁଡ଼ିକ ଏପରି କରୁଥିବା ଅଭିଯୋଗ ଆସୁଥିବାରୁ ଏସବୁ ଉପରେ ରୋକ୍‌ ଲାଗିବ।

ନେପାଳ ମାର୍ଗ ଦେଇ ସୀମାପାର ଆତଙ୍କବାଦ ବାବଦରେ ପୂର୍ବରୁ ଭାରତ ଅଭିଯୋଗ କରିଆସିଛି। ଅନ୍ୟପକ୍ଷରେ ଚାଇନା ଅଭିଯୋଗ କରିଛି ତିବ୍ବତୀୟମାନେ ନେପାଳ ଦେଇ ଯିବାଆସିବା କରୁଛନ୍ତି। ତେବେ ବର୍ତ୍ତମାନ ଭାରତ ଓ ଚାଇନା ବିରୋଧୀ କାର୍ଯ୍ୟକ୍ରମ ନୂଆ ପ୍ରସଙ୍ଗ ହୋଇଛି।

ଏହାର ସମାଧାନ ପାଇଁ ନେପାଳ ପକ୍ଷରୁ କୁହାଯାଇଛି, ସୋଶାଲ ୱେଲଫେୟାର କାଉନ୍‌ସିଲ୍‌ର ନୂଆ ନୀତି ବଳରେ ଭାରତ ବା ଚାଇନା ବିରୋଧ କରୁଥିବା ପ୍ରକଳ୍ପ କାର୍ଯ୍ୟକାରୀ ହେବନାହିଁ। ଦୁଇ ଦେଶ ସହ ସୁସମ୍ପର୍କ ରକ୍ଷା କରିବା ପାଇଁ ଏପରି କରାଯିବ।

ଏହି ଡ୍ରାଫ୍ଟରେ କୁହାଯାଇଛି, “ନେପାଳ ଏକ ଲ୍ୟାଣ୍ଡ ଲକ୍‌ଡ ଦେଶ। ଉତ୍ତର ଓ ଦକ୍ଷିଣ ଦୁଇ ପଟେ ବୃହତ ଜନସଂଖ୍ୟା ଥିବା ଦୁଇ ଦେଶ ରହିଛି।” ଏହି ପଲିସି ଭାରତ ଓ ଚାଇନା ବିରୋଧୀ କାର୍ଯ୍ୟକ୍ରମ କରୁଥିବା ସଂସ୍ଥାଙ୍କୁ ଏପରି କରିବାରୁ ଦୂରେଇ ରଖିବ। ଏନ୍‌ଜିଓଗୁଡ଼ିକର ପଞ୍ଜିକରଣ ସମୟରୁ ହିଁ ନୂଆ ନୀତି ଲାଗୁ ହେବ। ସୀମାବର୍ତ୍ତୀ ଅଞ୍ଚଳରେ ଏନ୍‌ଜିଓଗୁଡ଼ିକର କାର୍ଯ୍ୟକଳାପ ଉପରେ କଟକଣା ପାଇଁ ଏପରି କରାଯାଇଥିବା କୁହାଯାଉଛି। ସୀମାବର୍ତ୍ତୀ ଅଞ୍ଚଳରେ ମଦ୍ରାସା ଓ ମୋନାଷ୍ଟ୍ରି ସ୍ଥାପନ ନାମରେ ଭାରତ ଓ ଚାଇନା ବିରୋଧୀ କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ଆସୁଥିବା କୁହାଯାଉଛି।

ନେପାଳ ସରକାରଙ୍କ ପକ୍ଷରୁ କୁହାଯାଇଛି, ଭାରତ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ମଦ୍ରାସାଗୁଡ଼ିକୁ କତାର, ସାଉଦି ଆରବ ଏବଂ ତୁର୍କୀ ଆଦିରୁ ଅର୍ଥ ଆସୁଛି। ଏହି ଅଞ୍ଚଳରେ ଏତେ ସଂଖ୍ୟାରେ ମଦ୍ରାସା ରହିଥିବାବେଳେ ଏସବୁର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଭାରତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମାଧ୍ୟମରେ କହିସାରିଛି।

ସୋଶାଲ ୱେଲଫେୟାର କାଉନ୍‌ସିଲ୍‌ର ସଦସ୍ୟ କହିଛନ୍ତି, ଏପରି ଅଭିଯୋଗ ଆସିବାପରେ ଆମେ ଯାଞ୍ଚ ଆରମ୍ଭ କରିଥିଲୁ। ଫଣ୍ଡିଂ ପାଇଁ ସ୍ୱୀକୃତି ପୂର୍ବରୁ କେଉଁଠାରୁ ଟଙ୍କା ଆସୁଛି ଏବଂ ମଦ୍ରାସାରେ କି ପ୍ରକାର କାର୍ଯ୍ୟକ୍ରମ ଚାଲିବ ତାହା ଯାଞ୍ଚ କରାଯାଉଛି। ଆମେ ଭାରତର ଅଭିଯୋଗ ନେଇ ଦାୟିତ୍ୱବାନ ଅଛୁ। ଏନେଇ କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ସହ ଆଲୋଚନା ହୋଇନଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story