ଡିଜିଟାଲ ଠକେଇ ୫୦ ପ୍ରତିଶତ ବଢ଼ିଛି

ନୂଆଦିଲ୍ଲୀ: ଦେଶ ଯେଉଁ ମାତ୍ରାରେ ଡିଜିଟାଲ ମୁହାଁ ହେଉଛି ସେହି ମାତ୍ରାରେ ଡିଜିଟାଲ ଠକେଇ ମଧ୍ୟ ବଢ଼ୁଛି। ଗତବର୍ଷ ତୁଳନାରେ ଚଳିତ ଥର ୫୦ ପ୍ରତିଶତ ଡିଜିଟାଲ ଠକେଇ ବଢ଼ିଛି ବୋଲି ସଂସଦକୁ ସରକାର ଅବଗତ କରାଇଛନ୍ତି। ଏହି ୫୦ ପ୍ରତିଶତ ଡିଜିଟାଲ ଠକେଇରୁ ଦିଲ୍ଲୀରେ ସର୍ବାଧିକ ଡିଜିଟାଲ ଠକେଇ ହୋଇଛି। ମୋଟ ଠକେଇର ୨୭ ପ୍ରତିଶତ ଦିଲ୍ଲୀରେ ହୋଇଛି ବୋଲି ସଂସଦରେ ସରକାର କହିଛନ୍ତି। ଏଟିଏମ ଠକେଇ, ନେଟ ବ୍ୟାକିଂ, ଡେବିଟ କାର୍ଡ, କ୍ରେଡିଟ କାର୍ଡରେ […]

atmmobile-atm

atmmobile-atm

Subhransu Sekhar
  • Published: Wednesday, 11 December 2019
  • Updated: 11 December 2019, 04:36 PM IST

Sports

Latest News

ନୂଆଦିଲ୍ଲୀ: ଦେଶ ଯେଉଁ ମାତ୍ରାରେ ଡିଜିଟାଲ ମୁହାଁ ହେଉଛି ସେହି ମାତ୍ରାରେ ଡିଜିଟାଲ ଠକେଇ ମଧ୍ୟ ବଢ଼ୁଛି। ଗତବର୍ଷ ତୁଳନାରେ ଚଳିତ ଥର ୫୦ ପ୍ରତିଶତ ଡିଜିଟାଲ ଠକେଇ ବଢ଼ିଛି ବୋଲି ସଂସଦକୁ ସରକାର ଅବଗତ କରାଇଛନ୍ତି। ଏହି ୫୦ ପ୍ରତିଶତ ଡିଜିଟାଲ ଠକେଇରୁ ଦିଲ୍ଲୀରେ ସର୍ବାଧିକ ଡିଜିଟାଲ ଠକେଇ ହୋଇଛି। ମୋଟ ଠକେଇର ୨୭ ପ୍ରତିଶତ ଦିଲ୍ଲୀରେ ହୋଇଛି ବୋଲି ସଂସଦରେ ସରକାର କହିଛନ୍ତି। ଏଟିଏମ ଠକେଇ, ନେଟ ବ୍ୟାକିଂ, ଡେବିଟ କାର୍ଡ, କ୍ରେଡିଟ କାର୍ଡରେ ଏହି ସବୁ ଠକେଇ ହୋଇଛି।

୨୦୧୭-୧୮ରେ ମୋଟ୍ ୩୪, ୭୯୧ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଏହାର ପରିମାଣ ଥିଲା ୧୬୯ କୋଟି। ସେହିପରି ୨୦୧୮-୧୯ରେ ମୋଟ୍ ୫୨, ୩୦୪ଟି ଠକେଇ ହୋଇଥିବାବେଳେ ଏହାର ପରିମାଣ ୧୪୯ କୋଟି ରହିଛି।

ସେହିପରି ଚଳିତ ଆର୍ଥିକ ବର୍ଷରେ ଦେଶରେ ଦିଲ୍ଲୀରେ ସର୍ବାଧିକ ଏହି ଡିଜିଟାଲ ଠକେଇ ହୋଇଛି ବୋଲି ଜଣାପଡ଼ିଛି। ମୋଟ୍ ୩,୧୬୪ଟି ମାମଲା ଦିଲ୍ଲୀରେ ରୁଜୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨,୭୭୦ଟି, ଉତ୍ତର ପ୍ରଦେଶରେ ୧,୪୪୬ଟି, ପଞ୍ଜାବରେ ୩୯୦ ଏବଂ ଗୁଜରାଟରେ ୩୮୫ଟି ରହିଛି।

ମାର୍ଚ୍ଚ ୨୦୧୯ ଯାଏ ସମସ୍ତ ଠକେଇ ଅଭିଯୋଗର ତଥ୍ୟ ରଖିବାକୁ ଯାଇ ସରକାର ସଂସଦକୁ କହିଛନ୍ତି, ପୂର୍ବ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ଠକେଇ ସଂଖ୍ୟା ବଢ଼ିଛି। ହେଲେ ଠକେଇର ମୂଲ୍ୟ କମିଛି। ସର୍ବାଧିକ ଠକେଇ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକରେ ହୋଇଛି ବୋଲି ସରକାର କହିଛନ୍ତି।

ସାରା ଦେଶରେ ମୋଟ୍ ଏସବିଆଇର ୫୮ ହଜାର ଏଟିଏମ୍ ରହିଛି। ସେଥିମଧ୍ୟରୁ ୨,୪୬୮ଟି ଏଟିଏମରେ ଠକେଇ ହୋଇଛି। ସେହପରି ସାରା ଦେଶରେ ଆଇଡିବିଆଇ ବ୍ୟାଙ୍କର ୩,୭୦୦ ଏଟିଏମ ରହିଛି। ଯେଉଁଥିରୁ ୧,୭୭୮ଟି ଏଟିଏମରେ ଠକେଇ ହୋଇଛି। ୨୦୧୭-୧୯ ମଧ୍ୟରେ ମୋଟ ଠକେଇରୁ ୧୫ ପ୍ରତିଶତ ଠକେଇ ଏହି ଏଟିଏମରୁ ହୋଇଛି।

ବ୍ୟାଙ୍କ ଅଫ୍ ବରୋଦାରେ ୧,୭୧୭ଟି ଏଟିଏମ୍, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ୧,୨୭୦ଟି ଏଟିଏମ୍ ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆର ୮୭୧ଟି ଏଟିଏମରେ ଠକେଇ ହୋଇଛି ବୋଲି ସରକାର କହିଛନ୍ତି।

ଏହି ଠକେଇକୁ ରୋକିବା ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story