ସୁବାସ ଚନ୍ଦ୍ର ବୋଷଙ୍କ ବୋହୂ କୃଷ୍ଣାଙ୍କର ପରଲୋକ

କୋଲକାତା: ପ୍ରତିଷ୍ଠିତ ଶିକ୍ଷାବିତ ତଥା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପୁତୁରା ଶିରିର ବୋଷଙ୍କ ସ୍ତ୍ରୀ କୃଷ୍ଣା ବୋଷଙ୍କର ପରଲୋକ ହୋଇଛି। ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶନିବାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶିକ୍ଷାବିତରୁ ରାଜନେତା ହୋଇଥିବା କୃଷ୍ଣା ମଧ୍ୟ ବାର୍ଦ୍ଧକ୍ୟ ରୋଗରେ ପୀଡ଼ିତ ଥିଲେ। କୃଷ୍ଣାଙ୍କ ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ଦୁଇ ପୁଅ ସୁମନ୍ତ ଏବଂ ସୁଗତ ଉପସ୍ଥିତ ଥିଲେ। ଝିଅ ଶର୍ମିଲା କିନ୍ତୁ […]

Netaji Subhash Chandra Bose died daughter-in-law Krishna

Subhransu Sekhar
  • Published: Saturday, 22 February 2020
  • , Updated: 22 February 2020, 04:51 PM IST

କୋଲକାତା: ପ୍ରତିଷ୍ଠିତ ଶିକ୍ଷାବିତ ତଥା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପୁତୁରା ଶିରିର ବୋଷଙ୍କ ସ୍ତ୍ରୀ କୃଷ୍ଣା ବୋଷଙ୍କର ପରଲୋକ ହୋଇଛି। ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶନିବାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶିକ୍ଷାବିତରୁ ରାଜନେତା ହୋଇଥିବା କୃଷ୍ଣା ମଧ୍ୟ ବାର୍ଦ୍ଧକ୍ୟ ରୋଗରେ ପୀଡ଼ିତ ଥିଲେ। କୃଷ୍ଣାଙ୍କ ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ଦୁଇ ପୁଅ ସୁମନ୍ତ ଏବଂ ସୁଗତ ଉପସ୍ଥିତ ଥିଲେ। ଝିଅ ଶର୍ମିଲା କିନ୍ତୁ ତାଙ୍କ ପାଖରେ ଉପସ୍ଥିତ ନଥିବା ସୂଚନା ରହିଛି।

କୃଷ୍ଣାଙ୍କ ପୁଅ ସୁମନ୍ତ କହିଛନ୍ତି, ନିକଟରେ ସେ ଦ୍ୱିତୀୟ ଥର ପାଇଁ ହୃଦଘାତର ଶିକାର ହୋଇଥିଲେ। ଏହାପରେ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ।

କୃଷ୍ଣା ବୋଷ ଯାଦବପୁରର ପୂର୍ବତନ ଟିଏମସି ସାଂସଦ। ୧୯୯୬ରେ କଂଗ୍ରେସ ଟିକେଟରୁ ଯାଦବପୁର ଆସନରୁ ସେ ପ୍ରଥମେ ସାଂସଦ ଭାବେ ବିଜୟୀ ହୋଇଥିଲେ। ଏହାପରେ ୧୯୯୮ ଏବଂ ୧୯୯୯ରେ ତୃଣମୂଳ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ସେ ନେତାଜୀ ଗବେଷଣା କେନ୍ଦ୍ରର ମଧ୍ୟ ଅଧ୍ୟକ୍ଷ ଥିଲେ।

Related story