ଚାରିପଟେ ଘେରି ରହିଥିଲେ ସିଂହ। ଆଗକୁ ଯିବାକୁ ବାଟ ମଧ୍ୟ ନଥିଲା। କିନ୍ତୁ ସିଂହଙ୍କ ମେଳରେ ଜନ୍ମ ନେଇଥିଲା ଶିଶୁଟିଏ। ଏପରି ଦୃଶ୍ୟ ହୁଏତ ଆପଣ ଫିଲ୍ମରେ ଦେଖିଥିବେ। କିନ୍ତୁ ଏଭଳି ଘଟଣା ବାସ୍ତବରେ ଘଟିଛି ଗୁଜରାଟରେ।
ବୁଧବାର ଅମରେଲୀର ଲଂସୁପୁରା ଗାଁରୁ ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ଡାକ୍ତରଖାନା ଅଭିମୁଖେ ଯାଉଥିଲା ୧୦୮ ଆମ୍ବୁଲାନ୍ସ। କିନ୍ତୁ ଗାଁ ଠାରୁ ପ୍ରାୟ ୩ କିଲୋମିଟର ଯିବା ପରେ ୧୦ରୁ ୧୨ଟି ସିଂହ ହଠାତ୍ ଦଳବଳ ହୋଇ ରାସ୍ତା ଉପରକୁ ଚଢି ଆସି ଆମ୍ବୁଲାନ୍ସକୁ ଚାରିପଟରୁ ଘେରି ଯାଇଥିଲେ। ବହୁ ସମୟ ଧରି ଆମ୍ବୁଲାନ୍ସକୁ ବାଟ ଛାଡିନଥିଲେ ସିଂହ ଦଳ। ସମୟ ବଢିବା ସଙ୍ଗେ ସଙ୍ଗେ ମହିଳାଙ୍କ ପ୍ରସବ ବେଦନା ମଧ୍ୟ ବଢି ଚାଲିଥିଲା। କିନ୍ତୁ ରାସ୍ତା ଉପରୁ ହଟିବାର ନାଁ ନେଉ ନଥିଲା ସିଂହ ଦଳ। ମହିଳାଙ୍କ ପ୍ରସବ ବେଦନା ଦେଖି ଆମ୍ବୁଲାନ୍ସରେ ଥିବା କର୍ମଚାରୀ ଆମ୍ବୁଲାନ୍ସ ଭିତରେ ପ୍ରସବ କରାଇବାକୁ ନିଷ୍ପତି ନେଇଥିଲେ। ଫୋନରେ ଡାକ୍ତରଙ୍କ ସୂଚନା ଆଧାରରେ ପ୍ରାୟ ୨୫ ମିନିଟ୍ ମଧ୍ୟରେ ପ୍ରସବ କରିବାରେ ସଫଳ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।