ପେଟିଏମ୍‌ ଆଣିଲା ନୂଆ ଫିଚର: ପଠାଇ ପାରିବେ ଟଙ୍କା, ଦେଇପାରିବେ ଉପହାର

ନୂଆଦିଲ୍ଲୀ:ଡିଜିଟାଲ ୱାଲେଟ କମ୍ପାନୀ ପେଟିଏମ ଆଣିଲା ଇ-ଗିଫ୍ଟର ବ୍ୟବସ୍ଥା। ଅର୍ଥାତ ଆପଣ ଘରୁ ଥାଇ ନିଜ ମୋବାଇଲରେ ଉପହାର ସୂରୁପ ଟଙ୍କା ପଠାଇପାରିବେ। ଗ୍ରାହକଙ୍କୁ ଆକୃଷ୍ଟ କଲା ଭଳି ଏମିତି ଦୁଇଟି ଫିଚରକୁ ଲଞ୍ଚ କରିଛି  କମ୍ପାନୀ।  ପ୍ରଥମଟି ପୋଷ୍ଟକାର୍ଡ଼ ହୋଇଥିବା ବେଳେ ଅନ୍ୟଟି ସିଧାସଳଖ ଟଙ୍କା କାରବାର ପାଇଁ ଉଦ୍ଦିଷ୍ଟ। ତେବେ ପୋଷ୍ଟ କାର୍ଡ଼ ଅପ୍ସନରେ ଆପଣ ନିଜ ସାଙ୍ଗସାଥୀ ଏବଂ ସମ୍ପର୍କୀୟମାନଙ୍କୁ ଉପହାର ସୂରୂପ ଟଙ୍କା ପଠାଇପାରିବେ। ଯେକୌଣସି ପୂଜାପର୍ବରେ ମେଷେଜ୍‌ ସହ ଆପଣ […]

ptm-1

ptm-1

Rakesh Mallick
  • Published: Monday, 07 August 2017
  • Updated: 13 September 2017, 04:06 PM IST

Sports

Latest News

ନୂଆଦିଲ୍ଲୀ:ଡିଜିଟାଲ ୱାଲେଟ କମ୍ପାନୀ ପେଟିଏମ ଆଣିଲା ଇ-ଗିଫ୍ଟର ବ୍ୟବସ୍ଥା। ଅର୍ଥାତ ଆପଣ ଘରୁ ଥାଇ ନିଜ ମୋବାଇଲରେ ଉପହାର ସୂରୁପ ଟଙ୍କା ପଠାଇପାରିବେ। ଗ୍ରାହକଙ୍କୁ ଆକୃଷ୍ଟ କଲା ଭଳି ଏମିତି ଦୁଇଟି ଫିଚରକୁ ଲଞ୍ଚ କରିଛି  କମ୍ପାନୀ।  ପ୍ରଥମଟି ପୋଷ୍ଟକାର୍ଡ଼ ହୋଇଥିବା ବେଳେ ଅନ୍ୟଟି ସିଧାସଳଖ ଟଙ୍କା କାରବାର ପାଇଁ ଉଦ୍ଦିଷ୍ଟ। ତେବେ ପୋଷ୍ଟ କାର୍ଡ଼ ଅପ୍ସନରେ ଆପଣ ନିଜ ସାଙ୍ଗସାଥୀ ଏବଂ ସମ୍ପର୍କୀୟମାନଙ୍କୁ ଉପହାର ସୂରୂପ ଟଙ୍କା ପଠାଇପାରିବେ। ଯେକୌଣସି ପୂଜାପର୍ବରେ ମେଷେଜ୍‌ ସହ ଆପଣ ଟଙ୍କା ପଠାଇପାରିବେ।

କାରଣ ପୋଷ୍ଟ କାର୍ଡ଼ ଅପ୍ସନରେ ସବୁପ୍ରକାର ପର୍ବ ଯଥା, ରାକ୍ଷୀ, ହୋଲି ଏବଂ ଦଶହରା ସମ୍ପର୍କିତ ମେଷେଜ୍ ଷ୍ଟୋର ହୋଇ ରହିଛି। ଏହା ସବୁ ପୂଜାପର୍ବରେ ଅପଡେଟ୍‌ ହେବ। ତେଣୁ ଆପଣ ନିଜ ପସନ୍ଦ ମୁତାବକ ମେଷେଜ୍‌ ପଠାଇପାରିବେ। ସେହିପରି ଫୋନ୍‌ ବୁକ୍‌ ମାଧ୍ୟମରେ ଆପଣ ନିଜ ସମ୍ପର୍କୀୟଙ୍କୁ ଟଙ୍କା ପଠାଇପାରିବେ । ପୋଷ୍ଟକାର୍ଡ଼ ଅପ୍ସନଟି ଉଭୟ ଆଇଫୋନ୍ ଏବଂ ଆଣ୍ଡ୍ରଏଡ ମୋବାଇଲ ପାଇଁ ଉପଲବ୍ଧ ଥିବା ବେଳେ ଦ୍ୱିତୀୟ ଅପ୍ସନଟି କେବଳ ଆଣ୍ଡ୍ରଏଡ ସେଟ ପାଇଁ ଉପଲବ୍ଧ ରହିଛି।  ଏହି ସେବା ନିଶ୍ଲୁକ ରହିଛି। ଅର୍ଥାତ ଏହି କାରବାରର ପାଇଁ ଆପଣଙ୍କୁ କୌଣସି ଅଧିକ ଦେୟ ଦେବାକୁ ପଡ଼ିବନି। ଏହି ସେବା ଉଭୟ ଅନଲାଇନ୍ ଏବଂ ଅଫଲାଇନ୍‌ରେ ଉପଲବ୍ଧ ହେବ। ପେଟିଏମର ଏହି ନୂଆ ଆପ୍‌କୁ ଆପଣ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋର୍ଡ଼ କରିପାରିବେ କିମ୍ବା ଅପଡେଟ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos