ଫେସ୍‌ବୁକ୍‌ ଆଣିଲା ତିନିଟି ନୂଆ ଫିଚର

ଫେସ୍‌ବୁକ୍‌ ଆଣିଲା ତିନିଟି ନୂଆ ଫିଚର। ଭାରତୀୟ ବଜାର ପାଇଁ ଫେସବୁକ୍‌ ଏହି ତିନିଟି ନୂଆ ଫିଟର ଲଞ୍ଚ କରିଛି। ଏଥିରେ ଭଏସ୍ ପୋଷ୍ଟ ସାମିଲ ଅଛି। ଏହା ବ୍ୟତୀତ ନୂଆ ଫିଚରରେ ୟୁଜରଙ୍କୁ ଷ୍ଟୋରେଜକୁ ସେଭ କରିବା ଓ ପୁରୁଣା ଷ୍ଟୋରେଜକୁ ଆର୍କାଇଭ୍ କରିବା ବିକଳ୍ପ ମିଳିବ।  ଏହି ନୂଆ ଫିଚର, ଷ୍ଟୋରେଜ୍ ଫିଚର ପାଇଁ ଲଞ୍ଚ କରାଯାଇଛି। ଭାରତୀୟଙ୍କ ନିକଟରେ ଲିମିଟେଡ୍ ଫୋନ ଷ୍ଟୋରେଜର ସମସ୍ୟା ଦେଖି ଫେସବୁକ୍ ଏକ ଫିଚର ଲଞ୍ଚ କରିଛି […]

Facebook-Logo

Facebook-Logo

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 08:48 PM IST

Sports

Latest News

ଫେସ୍‌ବୁକ୍‌ ଆଣିଲା ତିନିଟି ନୂଆ ଫିଚର। ଭାରତୀୟ ବଜାର ପାଇଁ ଫେସବୁକ୍‌ ଏହି ତିନିଟି ନୂଆ ଫିଟର ଲଞ୍ଚ କରିଛି। ଏଥିରେ ଭଏସ୍ ପୋଷ୍ଟ ସାମିଲ ଅଛି। ଏହା ବ୍ୟତୀତ ନୂଆ ଫିଚରରେ ୟୁଜରଙ୍କୁ ଷ୍ଟୋରେଜକୁ ସେଭ କରିବା ଓ ପୁରୁଣା ଷ୍ଟୋରେଜକୁ ଆର୍କାଇଭ୍ କରିବା ବିକଳ୍ପ ମିଳିବ।  ଏହି ନୂଆ ଫିଚର, ଷ୍ଟୋରେଜ୍ ଫିଚର ପାଇଁ ଲଞ୍ଚ କରାଯାଇଛି।

ଭାରତୀୟଙ୍କ ନିକଟରେ ଲିମିଟେଡ୍ ଫୋନ ଷ୍ଟୋରେଜର ସମସ୍ୟା ଦେଖି ଫେସବୁକ୍ ଏକ ଫିଚର ଲଞ୍ଚ କରିଛି । ଯେଉଁଥିରେ ୟୁଜରମାନେ ଫଟୋ ଓ ଭିଡିଓକୁ ପରେ ଦେଖିବା ପାଇଁ ସେଭ୍ କରିପାରିବେ। ଏବେ ୟୁଜର ଫେସବୁକ୍‌ର କ୍ୟାମେରାରେ କ୍ଲିକ୍‌ କିମ୍ବା ରେକର୍ଡ଼ କରାଯାଇଥିବା ଫଟୋ ଓ ଭିଡିଓକୁ ଫେସବୁକ୍‌ରେ ହିଁ ସେଭ୍ କରିପାରିବେ। ଏଗୁଡ଼ିକୁ ଦେଖିବା ପାଇଁ ୟୁଜରଙ୍କୁ ଫେସବୁକ୍‌ ଲଗଇନ୍‌ କରିବାକୁ ହେବ। ଏହା ସହ ଏବେ ଫେସବୁକ୍‌ରେ ପରେ ସେୟାର କରିବା ପାଇଁ ଫଟୋ ସେଭ୍ ହୋଇପାରିବ।

ଭଏସ୍ ପୋଷ୍ଟ ଫିଚର କରିବା କଥା କହିଲେ ଏଥିରେ ୟୁଜର ନିଜ ଷ୍ଟୋରୀରେ ଅଡିଓ ମେସେଜ ମଧ୍ୟ ଯୋଡ଼ିପାରିବେ। ଭଏସ୍ ପୋଷ୍ଟ ଫେସବୁକ୍ କ୍ୟାମେରା ପାଇଁ ଏକ ନୂଆ ଅପସନ୍। ଏଥିରେ ବ୍ୟାକ୍‌ଗ୍ରାଉଣ୍ଡ ଫିକ୍ଚର କିମ୍ବା ଟେକ୍‌ସ୍ଟ ସାମିଲ କରିପାରିବେ।

ଆର୍କାଇଭ ଅପସନ୍‌ କଥା କହିଲେ, ଫେସବୁକ୍‌ ଏବେ ସମସ୍ତ ପୁରୁଣା ଷ୍ଟୋରେଜର ଆର୍କାଇଭ ପ୍ରସ୍ତୁତ କରିବ। ଫେସବୁକ୍‌ ସୂଚନା ଦେଇଛି ଯେ ଏହା ୟୁଜରଙ୍କର ବ୍ୟକ୍ତିଗତ ସୂଚନା ହେବ ଓ ୨୪ ଘଣ୍ଟା ମଧ୍ୟରେ ଗାୟବ ହେବନାହିଁ। ୟୁଜର ଚାହିଁଲେ ଏହି ଫୋଷ୍ଟକୁ ପୁଣିଥରେ ସେୟାର ମଧ୍ୟ କରିପାରିବେ।

ବର୍ତ୍ତମାନ ପାଇଁ ଫଟୋ ଓ ଭିଡିଓ ଫିଚରକୁ ଫେସବୁକ୍‌ର ଆଣ୍ଡ୍ରଏଡ୍ ପାଇଁ ଜାରି ହୋଇଛି। ଏବେ ଯାଏଁ ଏହା ଫେସବୁକ୍‌ ଲାଇଟ୍‌ ଓ ଆଇଓଏସ୍ ପାଇଁ ଲଞ୍ଚ୍ ହୋଇନାହିଁ। ଫେସବୁକ୍‌ ଏହା ମଧ୍ୟ ସୂଚନା ଦେଇଛି ଯେ, ଏହାକୁ ଲୋ ନେଟୱାର୍କ କଣ୍ଡିଶନ୍‌ରେ ମଧ୍ୟ ବ୍ୟବହାର କରିହେବ। ଭଏସ୍‌ ପୋଷ୍ଟକୁ କେବଳ ୨୦ ସେକେଣ୍ଡ ପାଇଁ ରେକର୍ଡ଼ କରାଯାଇପାରିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos